ପ୍ରଥମଥର ବିଧାୟିକା ହୋଇ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ଅନେକ ପ୍ରତୀକ୍ଷା ପରେ ସସପେନ୍ସ ଉପରୁ ପରଦା ଉଠିଛି । ବିଧାୟକ ଦଳ ବୈଠକ ପରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ତେବେ କିଏ ରେଖା ଗୁପ୍ତା ଜାଣନ୍ତୁ ।
ରେଖା ଗୁପ୍ତା ସାଲିମାରବାଗରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥାମଥର ବିଧାୟିକା ଭାବେ ନିର୍ବାଚିତ ହେବାପରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଥିଲେ ରେଖା । ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଥିଲେ ରେଖା । ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି ରେଖା । ବିଜେପି ମହିଳ ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି । ଦକ୍ଷିଣ ଦିଲ୍ଲୀ ନଗର ନିଗମରେ ମେୟର ଥିଲେ ରେଖା । । ବିଜେପିର ଦିଲ୍ଲୀ ପ୍ରବେଶ ସାଧାରଣ ସଂପାଦକ ଥିଲେ । ହରିୟାଣା ଝୁଲାନାରେ ରେଖାଙ୍କ ଜନ୍ମ । ୧୯୭୪ ଜୁଲାଇ ୧୯ରେ ଜନ୍ମଗ୍ରହଣ କରିଥିଲେ ରେଖା ।
📱 Get Argus News App
✨ତେବେ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପରବେଶ ବର୍ମା । ସେ ନୂଆଦିଲ୍ଲୀ ଆଶନରେ କେଜରିୱାଲଙ୍କୁ ହରାଇଥିଲେ ପରବେଶ । ତେବେ ଆସନ୍ତାକାଲି ହେବ ଶପଥଗ୍ରହଣ ଉତ୍ସବ । ଦିନ ୧୧ଟାରେ ଶପଥ ଗ୍ରହଣ ସମାରୋହ ହେବ । ଉପରାଜ୍ୟ ପାଳ ଭି.କେ. ସକ୍ସସେନା ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଶପଥ ପାଠ କରାଇବେ । ନୂଆ ରଂଗ, ରୂପ ଓ ସୁଶାସନର ପ୍ରତିଶ୍ରୁତି ରକ୍ଷା କରିବ ବିଜେପି ସରକାର । ଦେଶର ରାଜଧାନୀପରି ବିକାଶ ରାସ୍ତାରେ ଦିଲ୍ଲୀ ଆଗେଇବ ବୋଲି ବିଜେପି ନେତା ଅଜୟ ଆଲୋକ କହିଛନ୍ତି ।