Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India-Pakistan War: ପୁଣି ବାବ୍ରି ମସ୍‌ଜିଦ୍‌ କରିବା ଲକ୍ଷ୍ୟରେ ପାକ୍‌, ପ୍ରଥମେ ଆଜାନ୍‌ ଦେବେ ଅସୀମ୍‌ ମୁନିର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War: ପୁଣି ବାବ୍ରି ମସ୍‌ଜିଦ୍‌ କରିବା ଲକ୍ଷ୍ୟରେ ପାକ୍‌, ପ୍ରଥମେ ଆଜାନ୍‌ ଦେବେ ଅସୀମ୍‌ ମୁନିର !

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ତିକ୍ତତା ଏବେ ଚରମ ସୀମାରେ । ଏଭଳି ଉତ୍ତେଜନାପୂର୍ଣ୍ଣ ମାହୋଲ ଭିତରେ ପାକିସ୍ତାନରୁ ଆସୁଛି ଭାରତକୁ ନେଇ ଅନେକ ବିଷାକ୍ତ ବୟାନ । ଭାରତ ବିରୋଧରେ ଏଭଳି କହିବାକୁ ପାକସ୍ତାନର ସାଂସଦମାନେ ତିଳେ ହେଲେ ବି ସଂକୋଚ ମଣୁନାହାନ୍ତି । ମନକୁ ଯାହା ଆସୁଛି ଗପୁଛନ୍ତି ।

ପାକିସ୍ତାନର ସେମିତି ଜଣେ ସାଂସଦ ହେଲେ ପଲୱାସା ମହମ୍ମଦ ଜଈ ଖାନ । ମଙ୍ଗଳବାର ସଂସଦରେ ଭାରତ ବିରୁଦ୍ଧରେ ଏପରି ବିଷ ଓଗାଳିଥିଲେ ଯେ ଏହା ଶୁଣି ସମସ୍ତେ ହସି ଉଠିଲେ। ପାକିସ୍ତାନୀ ମହିଳା ସାଂସଦଙ୍କ ଏହି ବୟାନ ଖୁବ୍‌ ଭାଇରାଲ ହୋଇଛି । ଯେଉଁଥିରେ ସେ କହିଥିଲେ ଯେ ଅଯୋଧ୍ୟାରେ ନୂତନ ବାବ୍ରୀ ମସଜିଦର ପ୍ରଥମ ଇଟା ପାକିସ୍ତାନୀ ସେନାର ଜଣେ ସୈନିକ ରଖିବେ ଏବଂ ପ୍ରଥମ ଆଜାନ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ଦେବେ।

ପାକିସ୍ତାନ ସଂସଦରେ ଭାରତ ବିରୋଧରେ ବିଷ


ପଲୱାସା ଖାନ କୌଣସି ସାଧାରଣ ରାଲିରେ ନୁହେଁ ବରଂ ପାକିସ୍ତାନ ସଂସଦ ଭିତରେ ଏହି ବୟାନ ଦେଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ନେଇ ପାକିସ୍ତାନ ସଂସଦରେ ଆଲୋଚନା ସମୟରେ ଖାନ କହିଥିଲେ ଯେ 'ସେହି ଦିନ ଆଉ ବେଶି ଦୂର ନୁହେଁ, ଯେବେ ପାକିସ୍ତାନର ଜଣେ ସାଧାରଣ ସୈନିକ ବାବ୍ରୀ ମସଜିଦର ମୂଳଦୁଆରେ ପ୍ରଥମ ଇଟା ରଖିବେ ଏବଂ ପ୍ରଥମ ଆଜାନ ପାକିସ୍ତାନର କମାଣ୍ଡର ଅସୀମ ମୁନିର ଦେବେ।' ଖାଲି ସେତିକି ନୁହେଁ, ଏହି ନିଆଁରେ ଘିଅ ଢ଼ାଳିବାକୁ ଯାଇ ପଲୱାସା ଖାନ କହିଲେ ଆଗାମୀ ସମୟରେ ଭାରତରେ ମୁସଲିମ ଶାସନ ଚାଲିବ ।

ପଲୱାସା ମହମ୍ମଦ ଜାଇ ଖାନ କିଏ ?


ପଲୱାସା ଖାନ ବିଲାୱଲ ଭୁଟ୍ଟୋଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଜଣେ ରାଜନେତା। ବର୍ତ୍ତମାନ ସେ ପିପିପିର ଉପ-ସୂଚନା ସଚିବ ରହିଛନ୍ତି । ସେ ମାର୍ଚ୍ଚ ୨୦୨୧ ରୁ ପାକିସ୍ତାନର ଉଚ୍ଚ ସଦନରେ ଜଣେ ସେନେଟର ଭାବେ କାର୍ଯ୍ୟ କରୁଛନ୍ତି । ମହିଳାମାନଙ୍କ ପାଇଁ ସଂରକ୍ଷିତ ଆସନରେ ସିନ୍ଧ ପ୍ରଦେଶର ପ୍ରତିନିଧିତ୍ୱ କରୁଛନ୍ତି। ପଲୱାସା ଖାନ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ସଦସ୍ୟ ମଧ୍ୟ ରହି ସାରିଛନ୍ତି।

ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀଙ୍କ ଗୁପ୍ତଚର

ପାଲୱାସା ଖାନଙ୍କୁ ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀଙ୍କ ମହିଳା ଗୁପ୍ତଚର ବୋଲି କୁହାଯାଉଛି। ତାଙ୍କୁ ଜର୍ଦ୍ଦାରୀଙ୍କ ସ୍ପାଏ-ଗର୍ଲ ଭାବରେ ମଧ୍ୟ ଜଣାଯାଏ। ପୂର୍ବତନ ପାକିସ୍ତାନୀ ସାମରିକ ଅଧିକାରୀ ଆଦିଲ୍ ରଜା ଦାବି କରିଛନ୍ତି ଯେ ପଲୱାସା ଖାନ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଜାହିର-ଉଲ୍-ଇସଲାମଙ୍କୁ ହନିଟ୍ରାପ୍‌ରେ ଫସାଇଥିଲେ । ରଜାଙ୍କ ଅନୁଯାୟୀ, ପଲୱାସା ଖାନ ସେହି ସମୟରେ ଗର୍ଭବତୀ ମଧ୍ୟ ହୋଇଥିଲେ । ଯାହାଫଳରେ ଜାହିର-ଉଲ୍-ଇସଲାମ ଚାପରେ ପଡ଼ିଥିଲେ ଏବଂ ଶେଷରେ ପଲଓ୍ୱାସାଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ ।

ସିନେଟରେ ଏକ ବିବୃତ୍ତି ଦେବା ସମୟରେ, ପଲୱାସା ଖାନ ଭାରତ ଭିତରେ ଧାର୍ମିକ ଭାବନାକୁ ଉସ୍କାଇବାକୁ ମଧ୍ୟ ଚେଷ୍ଟା କରିଛନ୍ତି । ସେ ଜୋର ଦେଇ କହିଥିଲେ ଯେ ଯଦି ଭାରତ ସହିତ କୌଣସି ବିବାଦ ହୁଏ, ତେବେ ଭାରତର ଶିଖ ସୈନିକମାନେ ପାକିସ୍ତାନ ଉପରେ ଆକ୍ରମଣ କରିବେ ନାହିଁ। କାରଣ ପାକିସ୍ତାନ ହେଉଛି ଗୁରୁ ନାନକଙ୍କ ଭୂମି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who is spy girl palwasha khan pakistan senator claimed to rebuild babri masjid in ayodhya india | Argus News