Bankim Brahmbhatt / କିଏ ଏହି ବଙ୍କିମ ବ୍ରହ୍ମଭଟ୍ଟ ? ଯାହାଙ୍କ ନାଁରେ ଏବେ ଆମେରିକା ଉଠୁଛି ପଡ଼ୁଛି !

Key Points
ନ୍ୟୁୟର୍କରେ ଥିବା କିଛି କମ୍ପାନୀରେ ତାଲା ପଡିବା ଯୋଗୁ କୋଟି କୋଟି ଟଙ୍କା କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
ବଙ୍କିମ ବ୍ରହ୍ମଭଟ୍ଟ । କିଏ ଏହି ବଙ୍କିମ ବ୍ରହ୍ମଭଟ୍ଟ ? ଏଇ ନାଁ ଏବେ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ତାଙ୍କ ନାଁରେ ରହିଛି ଏକ ସାଂଘାତିକ ଅଭିଯୋଗ । ସେ ୫ ଶହ ନିୟୁତ ଡଲାର ହେରଫେର କରିଥିବା ଅଭିଯୋଗ ହୋଇଛି । ଆଉ ତାହା ପୁଣି ଅମେରିକାରେ । ସେ ଭାରତର ମୂଳ ବାସିନ୍ଦା କିନ୍ତୁ ଦୀର୍ଘ ବର୍ଷ ଧରି ଆମେରିକାରେ ରହି ଆସୁଛନ୍ତି । ସେ ବ୍ୟବସାୟିକ କ୍ଷେତ୍ରରେ ଖୁବ୍ ସଫଳ ମଧ୍ୟ ହୋଇଛନ୍ତି । ଏବେ ସେ ଆମେରିକାସ୍ଥିତ ଏକ କମ୍ପାନୀର ସିଇଓ ଅଛନ୍ତି ।
ତାଙ୍କର ଏହି କମ୍ପାନୀର ନାଁ ହେଲା ବଙ୍କାଇ ଗ୍ରୁପ । ଯାହାର ସିଇଓ ଦାୟିତ୍ୱ ତୁଲାଉଛନ୍ତି ବଙ୍କିମ ବ୍ରହ୍ମଭଟ୍ଟ । ତାଙ୍କ ଗ୍ରୁପ ୟୁଏସରେ ଟେଲିକମ୍ ସେବା ମଧ୍ୟ ପ୍ରଦାନ କରିଥାଏ । ପ୍ରଥମେ ସେ ଟେଲିକମ୍ ଇଂଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ନିଜେ ସେଠାରେ ବଙ୍କାଇ ଗ୍ରୁପ୍ ସ୍ଥାପନ କରିଥିଲେ । ବଙ୍କିମଙ୍କ ଏହି ବ୍ୟବସାୟିକ ଯାତ୍ରା ୧୯୮୯ ମସିହାରୁ ଆରମ୍ଭ ହୋଇଥିଲା ।
ଭାରତରେ ମଧ୍ୟ ସେ ସେହି ସମୟରେ ଏକ ଟେଲିଫୋନ୍ ଶିଳ୍ପ ପ୍ରତିଷ୍ଠା କରିଥିଲେ । ଏହା ପରେ ତାଙ୍କ ବ୍ୟବସାୟ ବିଭିନ୍ନ ଦେଶରେ ଆରମ୍ଭ ହୋଇଥିଲା । ଖୁବ୍ କମ ଦିନରେ ସେ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପ୍ରମାଣିତ କରିପାରିଥିଲେ । ବଙ୍କାଇ ଗ୍ରୁପର ପ୍ରମୁଖ ପ୍ରଡକ୍ଟ ମଧ୍ୟରୁ ମୋବିଫିନ୍ ଇଲାଇଟ୍ ହେଉଛି ଅନ୍ୟତମ । ଏହା ଡିଜିଟାଲ କ୍ଷେତ୍ରରେ ଆର୍ଥିକ ସେବା ପ୍ରଦାନ କରିଥାଏ । ଆଫ୍ରିକୀୟ ଦେଶମାନଙ୍କର ଆର୍ଥିକ ବିକାଶରେ ଏହି କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । କୁହାଯାଉଛି ବଙ୍କିମ ବ୍ରହ୍ମଭଟ୍ଟ ଏବେ ଭାରତରେ ଅଛନ୍ତି । ନ୍ୟୁୟର୍କରେ ଥିବା କିଛି କମ୍ପାନୀରେ ତାଲା ପଡିବା ଯୋଗୁ କୋଟି କୋଟି ଟଙ୍କା କ୍ଷତି ହୋଇଥିବା ଅନୁମାନ କରାଯାଉଛି ।
ବଙ୍କିମ ବ୍ରହ୍ମଭଟ୍ଟଙ୍କ ନାଁରେ ୟୁଏସଏର ଏକ ଇନଭେଷ୍ଟମେଣ୍ଟ କମ୍ପାନୀ ବ୍ଲାକରକ୍ ଅଭିଯୋଗ ଆଣିଛି । ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ମଧ୍ୟ ଏନେଇ ଖବର ପ୍ରକାଶ ପାଇଛି । ବଙ୍କିମ ବ୍ରହ୍ମଭଟ୍ଟ ଭୁଲ ତଥ୍ୟ ଦେଇ ୫୦୦ ନିୟୁତ ଡଲାରର ଲୋନ୍ ହାତେଇଥିଲେ । ଏହି ଲୋନ୍ ପାଇଁ ସେ ବେଆଇନ ବନ୍ଧକ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି । ସେପଟେ ସମସ୍ତ ଅଭିଯୋଗକୁ ଭତ୍ତିହୀନ ବୋଲି କହି ଖଣ୍ଡନ କରିଛନ୍ତି ବଙ୍କିମଙ୍କ ଓକିଲ ।
ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ମୁତାବକ ଏଚପିଏସ୍ ନାମକ ଏକ କମ୍ପାନୀ ବଙ୍କାଇ ଗ୍ରୁପକୁ ୨୦୨୦ ମସିହାରେ ୪୩୦ ମିଲିୟନ ଡଲାରର ଲୋନ୍ ପ୍ରଦାନ କରିଥିଲା । ଏହି ଟଙ୍କାରେ ବଙ୍କିମ୍ ଟେଲିକମ୍ ସେବା ପ୍ରଦାନ କରିବେ ବୋଲି ଦାବି କରିଥିଲେ । କିନ୍ତୁ ୨୦୨୪ ମସିହା ଅଗଷ୍ଟ ମାସରେ ଲୋନ୍ ପ୍ରଦାନକାରୀ ସଂସ୍ଥାର କିଛି କର୍ମଚାରୀ ବଙ୍କିମଙ୍କ କମ୍ପାନୀ ବିରୋଧରେ ଫେକ୍ ଡୋମେନ୍ ପ୍ରଦାନ କରାଯାଇଥିବା ଅଭିଯୋଗ ଆଣିଥିଲେ । ପରେ ଅନ୍ୟ ଏକ ସଂସ୍ଥା ଦ୍ବାରା ବଙ୍କିମ ଗ୍ରୁପ୍ ପକ୍ଷରୁ ପ୍ରଦାନ ହୋଇଥିବା ଡୋମେନ୍, ଇମେଲ ଏବଂ ବିଲ୍ର ଯାଞ୍ଚ କରାଯାଇଥିଲା । ଯାହା ଫେକ୍ ବୋଲି ପ୍ରମାଣିତ ହୋଇଥିଲା । କେବଳ ସେତିକି ନୁହେଁ ଠକାମୀର ଚେର ଭାରତ ଏବଂ ମରିସସ୍ ଯାଏଁ ଲମ୍ବିଥିବା ଜଣାପଡିଥିଲା ।
📱 Get Argus News App
✨Related Topics
Explore more stories