WHO Warns / ସୋସିଆଲ୍ ମିଡିଆ ଓ AI ଶିଶୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ,ଛୋଟ ପିଲାଙ୍କୁ ନେଇ ସତର୍କ କରାଇଲା WHO
·2 weeks ago·2 min read

Key Points
AI ବିଗାଡୁଛି ପିଲାଙ୍କ ମାନସିକ ସ୍ଥିତି
ଛୋଟ ପିଲାଙ୍କୁ ନେଇ ସତର୍କ କରାଇଲା WHO
ସୋସିଆଲ୍ ମିଡିଆ ଓ AI ଶିଶୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଭୁବନେଶ୍ବର,୦୯/୦୮: ସୋସିଆଲ୍ ମିଡିଆ, ଅନଲାଇନ୍ ଗେମିଂ ଏବଂ AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କୁ ନେଇ ସମସ୍ତ ଦେଶଙ୍କୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା WHO। କୋମଳମତି ଶିଶୁ ଓ ଯୁବବର୍ଗଙ୍କ ପାଇଁ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକର ନିୟନ୍ତ୍ରଣକୁ କଡ଼ାକଡ଼ି କରିବାଲାଗି ପରାମର୍ଶ ଦେଇଛି WHO।
ଏକ ଯୁଗ୍ମ ସନ୍ଦେଶରେ, WHO ର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେୟେସସ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋଁ କହିଛନ୍ତି ଯେ, ଅତ୍ୟଧିକ ଡିଜିଟାଲ୍ ସଂସ୍ପର୍ଶରେ ଆସିବା ଦ୍ୱାରା ଶିଶୁ ଓ କିଶୋର-କିଶୋରୀଙ୍କ ମଧ୍ୟରେ ଚିନ୍ତା ବା Anxiety, ଅବସାଦ ବା Depression, ନିଦ୍ରାହୀନତା, ଆକ୍ରମଣାତ୍ମକ ମନୋଭାବ, ଏକାକୀପଣ ଏବଂ ଗୁରୁତର ପରିସ୍ଥିତିରେ ଆତ୍ମହତ୍ୟା ପ୍ରବୃତ୍ତି ବୃଦ୍ଧି ପାଉଥିବା ପ୍ରମାଣ ମିଳିଛି। ଏହାସହ ଅନଲାଇନ୍ ଯୌନ ଶୋଷଣ, AI-ଦ୍ୱାରା ନିର୍ମିତ ଶିଶୁ ଯୌନ ନିର୍ଯାତନା ଚିତ୍ର, ଗୁଜବ ବା ଭ୍ରମାତ୍ମକ ତଥ୍ୟ ସମ୍ପର୍କରେ ଉଭୟ ନେତା ସଚେତନ କରାଇଛନ୍ତି।
ଅଷ୍ଟ୍ରେଲିଆ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନବେରାର ସେହି ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ, ଯେଉଁଥିରେ ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଇନଷ୍ଟାଗ୍ରାମ, ଫେସବୁକ, ଏବଂ X ଭଳି ସୋସିଆଲ୍ ମିଡିଆ ବ୍ୟବହାର ଉପରେ ବାରଣ କରାଯାଇଛି। ଭାରତ ମଧ୍ୟ ଏହି ପଦକ୍ଷେପରୁ ଶିକ୍ଷା ଗ୍ରହଣ କରୁଛି ବୋଲି ସେ କହିଥିଲେ।
କେତେକ ଭାରତୀୟ ରାଜ୍ୟ ଶିଶୁଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ସୀମିତ କରିବାକୁ ଯୋଜନା ଘୋଷଣା କରିସାରିଛନ୍ତି। କର୍ଣ୍ଣାଟକ ୧୬ ବର୍ଷରୁ କମ୍, ଆନ୍ଧ୍ରପ୍ରଦେଶ ୧୩ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ କଟକଣା ପ୍ରସ୍ତାବ ଦେଇଥିବା ବେଳେ ଗୋଆ ମଧ୍ୟ ସଦୃଶ ନିୟମ ନେଇ ଚିନ୍ତା କରୁଛି। ତେବେ ୧.୧ ବିଲିୟନରୁ ଅଧିକ ସ୍ମାର୍ଟଫୋନ୍ ସଂଯୋଗ ଥିବା ଭାରତ ଭଳି ଦେଶରେ ଦେଶବ୍ୟାପୀ କଟକଣା ଲଗାଇବା ଏକ ବଡ଼ ଆହ୍ୱାନ।
ପଢନ୍ତୁ ଏହି ଖବର: ଏଥର ଇଥାନଲ୍ରେ ଚାର୍ଜ ହେବ EV, ହାଇଦ୍ରାବାଦରେ ଏପରି ଏକ ଟେକ୍ନୋଲୋଜିର ଉଦ୍ଘାଟନ କରାଯାଇଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶେଷଜ୍ଞଙ୍କ କହିବା ହେଲା ଅତ୍ୟଧିକ ସ୍କ୍ରିନ୍ ବ୍ୟବହାର ଯୋଗୁଁ ପିଲାଙ୍କ ଭିତରେ ମାନସିକ ରୋଗ ସହ ଏକାଗ୍ରତା ହ୍ରାସ, ଦୁର୍ବଳ ପାଠପଢ଼ା ଏବଂ ଏକାକୀପଣ ଆଶଙ୍କା ଦେଖିବାକୁ ମିଳୁଛି। ଏନେଇ ନ୍ୟାସନାଲ୍ କାଉନସିଲ୍ ଅଫ୍ CBSE ସ୍କୁଲ୍ସ ଦ୍ୱାରା ୬.୩ ଲକ୍ଷ ଛାତ୍ରଛାତ୍ରୀଙ୍କ ନେଇ ଏକ ସର୍ଭେ କରାଯାଇଥିଲା। ଯେଉଁଥିରେ ସାମ୍ନାକୁ ଆସିଛି ଯେ
୭୪% ଛାତ୍ରଛାତ୍ରୀ ଅଣ-ଶିକ୍ଷାଗତ କାର୍ଯ୍ୟ ପାଇଁ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ସ୍କ୍ରିନ୍ ସାମ୍ନାରେ ବିତାଉଛନ୍ତି
୨୧% ଛାତ୍ରଛାତ୍ରୀ ମୋବାଇଲ୍, ଗେମିଂ ଏବଂ ସୋସିଆଲ୍ ମିଡିଆରେ ଦିନକୁ ୪ ଘଣ୍ଟାରୁ ଅଧିକ ସମୟ ବିତାଉଛନ୍ତି
୬୯% ଶିକ୍ଷକ ଶ୍ରେଣୀଗୃହରେ ପିଲାଙ୍କ ଧ୍ୟାନ ଏବଂ ଏକାଗ୍ରତା କମୁଥିବା ରିପୋର୍ଟ କରିଛନ୍ତି
୬୩% ଶିକ୍ଷକ ପିଲାଙ୍କ ମଧ୍ୟରେ ଚିନ୍ତା, ବିରକ୍ତିଭାବ କିମ୍ବା ସାମାଜିକ ଦୂରତା ବଢିବା ଲକ୍ଷ୍ୟ କରିଛନ୍ତି
୬୬% ଶିକ୍ଷକ ପିଲାଙ୍କ ବାହାର ଖେଳକୁଦରେ ଅଂଶଗ୍ରହଣ କମିଥିବା କହିଛନ୍ତି
ଏହି ସର୍ଭେ ସାମ୍ନାକୁ ଆସିବା ପରେ ଏବେ ଭାରତ ସରକାର ମଧ୍ୟ ପିଲାଙ୍କର ସ୍କ୍ରିନ୍ ଟାଇମ୍ ହ୍ରାସ ଓ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ଉପରେ କଡ଼ା ନିୟମ ଆଣିପାରନ୍ତି ବୋଲି ଆଶା କରାଯାଉଛି।

Related Topics
Explore more stories