Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କିଏ ସେହି କ୍ୟାପ୍ଟେନ ସୁମିତ ସବରୱାଲ, ଆଗୁଆ ପାଇଲଟ କରିଥିଲେ Mayday Call

Ritu Das
Browse all articles by Ritu Das
·1 year ago·1 min read
କିଏ ସେହି କ୍ୟାପ୍ଟେନ ସୁମିତ ସବରୱାଲ, ଆଗୁଆ ପାଇଲଟ କରିଥିଲେ Mayday Call

Key Points

ଆଗୁଆ ପାଇଲଟ କରିଥିଲେ Mayday Call

୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ

Mayday Call ସ୍ପଷ୍ଟ କଲା ଡିଜିସିଏ

ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନର ପାଇଲଟଙ୍କ ନାମ କ୍ୟାପ୍ଟେନ ସୁମିତ ସବରୱାଲ। ଦୁର୍ଘଟଣାଗ୍ରସ୍ତ ବିମାନଟି କ୍ୟାପ୍ଟେନ ସୁମିତ ସବରୱାଲ ଉଡ଼ାଉଥିଲେ। ସେ ୮୨୦୦ ଘଣ୍ଟା ଅଭିଜ୍ଞତା ସହିତ ଜଣେ LTC. ସହ-ପାଇଲଟଙ୍କ ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା। TC ଅନୁଯାୟୀ, ବିମାନଟି ଅହମ୍ମଦାବାଦରୁ ରନୱେ ୨୩ରୁ ୧୩୩୯ IST (୦୮୦୯ UTC) ରେ ଉଡ଼ାଣ କରିଥିଲା। ରନୱେ ୨୩ ରୁ ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ ବିମାନଟି ବିମାନବନ୍ଦର ପରିଧି ବାହାରେ ତଳେ ପଡ଼ିଗଲା। ଦୁର୍ଘଟଣାସ୍ଥଳରୁ ପ୍ରବଳ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା।


ବିମାନ ଦୁର୍ଘଟଣା ପୂର୍ବରୁ ପାଇଲଟ ଜାଣିପାରିଥିଲେ। କାରଣ ଦୁର୍ଘଟଣାର ମାତ୍ର କିଛି ସମୟ ପୂର୍ବରୁ ବିମାନର ପାଇଲଟ୍ Mayday Call କରିଥିବା ଜଣାପଡ଼ିଛି । ଆସନ୍ନବିପଦ ଜାଣିପାରି ପାଇଲଟ ଏହି କଲ୍ କରିଥିଲେ । Mayday Call ସ୍ପଷ୍ଟ କଲା ଡିଜିସିଏ । ଏହି ବିମାନଟି ଅହମ୍ମଦାବାଦ ବିମାନବନ୍ଦର ନିକଟବର୍ତ୍ତୀ ମେଘାନୀ ନଗର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୪୨ ଜଣ ଯାତ୍ରୀ ଥିଲେ। ପୋଲିସ ଏହି ସୂଚନା ଦେଇଛି। ଅଗ୍ନିଶମ ଅଧିକାରୀ ଜୟେଶ ଖାଡିଆ କହିଛନ୍ତ, ବିମାନଟି ଖସିପଡ଼ିବା ପରେ ଏଥିରେ ନିଆଁ ଲାଗିଯାଇଥିଲା ଏବଂ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଛି। ଅହମ୍ମଦାବାଦର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆହତ ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେବା ପାଇଁ ଏକ ଗ୍ରୀନ କରିଡର କରାଯାଉଛି। ସେହି ସମୟରେ, ଆଜି ଦିଲ୍ଲୀରୁ ଅହମ୍ମଦାବାଦକୁ ୪ଟି ଇଣ୍ଡିଗୋ ଏବଂ ୫ଟି ଏୟାର ଇଣ୍ଡିଆ ବିମାନ ବାତିଲ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-was-captain-sumit-sabharwal-the-pilot-who-made-the-mayday-call | Argus News