1947 ମସିହାରେ ଦେଶର ସବୁଠୁ ଧନୀ ବ୍ୟକ୍ତି କିଏ ଥିଲେ ?

Key Points
- 1947 ମସିହାରେ କିଏ ଥିଲେ ସବୁଠୁ ଧନୀ ବ୍ୟକ୍ତି ?
- ଯାହାଙ୍କ ପୁରା ସମ୍ପତ୍ତି ଆମେରିକା ଜିଡିପିର ଥିଲା 2%
- ତାଙ୍କର କେତେ ସମ୍ପତ୍ତି ଥିଲା ?
ଅର୍ଗସ ବ୍ୟୁରୋ: ଯେତେବେଳେ ଦେଶର ଧନୀ ବ୍ୟକ୍ତିଙ୍କ କଥା ସାମନାକୁ ଆସେ ସେତେବେଳେ ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ ରତନ ଟାଟାଙ୍କ ନାଁ ସାମନାକୁ ଆସେ । କିନ୍ତୁ ଆପଣ ଜାଣିଛନ୍ତି କି ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ଭାରତର ପ୍ରଥମ ଆରବପତି କିଏ ଥିଲେ ?
ଦେଶ ଆଜି 78ତମ ସ୍ୱାଧୀନତା ଦିବସ ମନାଉଛି । ତେବେ ଆସନ୍ତୁ ଜାଣିବା 1947 ମସିହାରେ ଦେଶର ସବୁଠୁ ଧନୀ ବ୍ୟକ୍ତି କିଏ ଥିଲେ ? ତାଙ୍କର କେତେ ସମ୍ପତ୍ତି ଥିଲା ?
1947 ଅଗଷ୍ଟ 15 । ସେତେବେଳେ ଦେଶର ସବୁଠୁ ଧନୀ ବ୍ୟକ୍ତି ଥିଲେ ମୀର ଉସମାନ ଉସମାନ୍ ଅଲ୍ଲୀ ଖାନ୍ । ଯିଏ 1911 ମସିହାରେ ହାଇଦ୍ରାବାଦର ନିଜାମ୍ ହୋଇଥିଲେ । ଆଉ ତାଙ୍କ ପାଖରେ ହୀରା, ସୁନା, ନୀଲମ, ପୋଖରାଜ ଭଳି ବହୁମୂଲ୍ୟ ରତ୍ନ ଅଳଙ୍କାର ରହିଥିଲା । କୁହାଯାଏ ତାଙ୍କ ପାଖରେ ଏତେ ଅଳଙ୍କାର ଥିଲା ଯେ, ସୁନା ଭର୍ତ୍ତି ଟ୍ରକ ତାଙ୍କ ବଗିଚାରେ ରହୁଥିଲା । ଖାଲି ସେତିକି ନୁହେଁ ତାଙ୍କ ପାଖରେ ଥିଲା ଲକ୍ସରିଅସ୍ କାର୍ ।
ମୀର ଉସମାନ ଅଲ୍ଲୀ ଖାନଙ୍କ ପାଖରେ 185 କ୍ୟାରେଟ୍ ର ଜେକବ ହୀରା ଥିଲା । ଯେଉଁ ହୀରାର ଦାମ୍ ଥିଲା 1340 କୋଟି । ତାଙ୍କ ପାଖରେ 50ଟି ରୋଲ୍ସ ରାୟସ କାର୍ ଥିଲା । ଖାଲି ସେତିକି ନୁହେଁ ତାଙ୍କ ପାଖରେ ପ୍ରାଇଭେଟ୍ ପ୍ଲେନ୍ ଥିବାର ମଧ୍ୟ କୁହାଯାଏ ।
📱 Get Argus News App
✨ମୀର ଉସମାନ ଅଲ୍ଲୀ ଖାନଙ୍କ ପାଖରେ ଆଜିର ସମୟ ହିସାବରେ ଦେଖିବାକୁ ଗଲେ 230 ଆରବ ଡଲାରର ସମ୍ପତ୍ତି ଥିଲା । ତାଙ୍କର ପୁରା ସମ୍ପତ୍ତି ସେ ସମୟ ହିସାବରେ ଆମେରିକା ଜିଡିପିର 2 ପ୍ରତିଶତ ।
ତାଙ୍କ ଜନ୍ମ 1886 ମସିହା ଏପ୍ରିଲ୍ 6 ରେ ହୋଇଥିଲା । ସେତେବେଳେ ସେ ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଆସୁଥିଲେ ।
ତାଙ୍କ ବିଷୟରେ କୁହାଯାଏ ସେ, ସାଧାରତଣ ରାଜକୀୟ ପୋଷାକ ପରିଧାନ କରିବା ପରିବର୍ତ୍ତେ ବିନା ଇସ୍ତ୍ରୀ କରାଯାଇଥିବା କୁର୍ତ୍ତା-ପଞ୍ଜାବୀ ପିନ୍ଧୁଥିଲେ । ଆଉ ସାଧାରଣ ଚପଲଟିଏ ପିନ୍ଧୁଥିଲେ । ତାଙ୍କ ପାଖରେ ଏକ ତୁର୍କୀର ଟୋପି ଥିଲା । ଯାହାକୁ ସେ 35 ବର୍ଷ ଧରି ପିନ୍ଧିଥିଲେ । ପୁରୁଣା ପଲଙ୍କରେ ଶୋଉଥିଲେ । ଭଙ୍ଗା ଟେବୁଲ ବ୍ୟବହାର କରୁଥିଲେ । ତାଙ୍କ ବିଷୟରେ ଏମିତି ବି କୁହାଯାଏ ସେ ଘରକୁ ଆସିଥିବା କୁଣିଆ ପିଇ ଛାଡିଥିବା ସିଗାରେଟ ମଧ୍ୟ ନଷ୍ଟ କରୁନଥିଲେ । ତାକୁ ନିଜେ ବ୍ୟବହାର କରୁଥିଲେ।