Videos
|
National

ଶେଖ୍ ହସିନାଙ୍କ ପରେ  କିଏ ହେବ ବାଂଲାଦେଶର ପ୍ରଧାନମନ୍ତ୍ରୀ ? 

Manini Pattanayak
Browse all articles by Manini Pattanayak
·1 year ago·1 min read
ଶେଖ୍ ହସିନାଙ୍କ ପରେ  କିଏ ହେବ ବାଂଲାଦେଶର ପ୍ରଧାନମନ୍ତ୍ରୀ ? 

ନୂଆଦିଲ୍ଲୀ:  ଶେଖ୍ ହସିନାଙ୍କ ପରେ କିଏ ହେବ ବାଂଲାଦେଶର ପ୍ରଧାନମନ୍ତ୍ରୀ..କିଏ ନେବ ଶୀର୍ଷ ନେତୃତ୍ବ। ଏହାକୁ ନେଇ ଚର୍ଚା ଆରମ୍ଭ ହେଇସାରିଛି। ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ଏବେ ଏକ ରାଜନୈତିକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।  ଆଗାମୀ ଦିନରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ। ନେଇ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଘୋଷଣା କରିଛନ୍ତି।

ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଅଗଷ୍ଟ 5 ରାତିରେ ବାଂଲାଦେଶକୁ ଶାସନ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଖାଲେଦା ଜିଆଙ୍କୁ ଜେଲ୍ ରୁ ମୁକ୍ତ କରାଯାଇଛି ।  ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନର ନେତାମାନେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରସ୍ତାବ ଦେଇଛନ୍ତି। ଦେଶ ଏକ ନୂତନ ସରକାର ଗଠନକୁ ଅପେକ୍ଷା କରିଥିବା ବେଳେ ବାଂଲାଦେଶର ସେନା ମୁଖ୍ୟ ଛାତ୍ର ନେତାମାନଙ୍କୁ ଭେଟିବେ।
ଅଧିକ ପଢନ୍ତୁ ବିଦେଶ ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Who will be the Prime Minister of Bangladesh after Sheikh Hasina? | Argus News