Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରଥମେ କାହାକୁ ଦେଖାକରିବେ ସୁନୀତା ?

National

ପ୍ରଥମେ କାହାକୁ ଦେଖାକରିବେ ସୁନୀତା ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଥମେ କାହାକୁ ଦେଖାକରିବେ ସୁନୀତା ?

୯ ମାସର ପ୍ରତିକ୍ଷାର ଅନ୍ତ । ପୃଥିବୀକୁ ଫେରିଛନ୍ତି ମହାକାଶ ପରୀ । ସଫଳ ହୋଇଛି ନାସାର ମିଶନ । ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲା ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲ । ସୁନୀତା ଫେରିବା ଖୁସିଦାୟକ ନିଶ୍ଚିତ । ହେଲେ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ୮ ଦିନ ପାଇଁ ଯାଇ ୯ ମାସ ଫସିଗଲେ ସୁନୀତା ଓ୍ୱିଲିୟମ୍ସ । ଆଉ ମହାକାଶରେ ବିତାଇଥିବା ୯ ମାସ ସାବ୍ୟସ୍ତ ହୋଇପାରେ ମହଙ୍ଗା । ଦୀର୍ଘ ୯ ମାସ ପରେ ସୁନୀତା ଫେରିଥିବାବେଳେ ନିଜ ଘର ଏବଂ ପରିବାର ଲୋକଙ୍କୁ କେବେ ଭେଟିବେ ତାକୁ ନେଇ ବଡ ପ୍ରଶ୍ନ।

କାହିଁକି ନା ଯେତେବେଳେ ସୁନୀତା ଲ୍ୟାଣ୍ଡ କଲେ ତାଙ୍କୁ ସଙ୍ଗେ ସଙ୍ଗେ ଷ୍ଟ୍ରେଚର ସାହାଯ୍ୟରେ ନାସାର ଟିମ୍‌ ନେଇଗଲେ। ଆଗକୁ କଣ କଣ ସବୁ ପ୍ରୋସେସ ରହିଛି, କଣ ସବୁ ଷ୍ଟାଣ୍ଡାଟ୍‌ ପୋଟୋକଲ ରହିଛି ତାକୁ ନେଇ ସମସ୍ତେ ଜାଣିବା ପାଇଁ ଉତସୁକ। ପରିବାରରେ ଉତ୍ସାହ ରହିଛି ଝିଅକୁ ଦେଖିବା ପାଇଁ। କାହିଁକିନା ସୁନୀତା ଯିବା ପୂର୍ବରୁ ମାନେ ୯ ମାସ ପୂର୍ବରୁ କହିଥିଲେ ଯେ, ମୁଁ ଯେବେ ଫେରିବି ପ୍ରଥମେ ମୋ ଦୁଇଟି ପୋଷା କୁକୁରକୁ ଦେଖାକରିବି। ଏହାସହ ପରିବାର ଲୋକଙ୍କୁ ଦେଖିବାକୁ ଚାହୁଁଛି।
କୁହାଯାଉଛି ଯେ, ସୁନୀତା ତାଙ୍କ ଘରକୁ ଯିବାକୁ ଆହୁରି ଅନେକ ସମୟ ରହିଛି। କାରଣ ସୁନୀତାଙ୍କୁ ବର୍ତ୍ତମାନ ଟେକସେସ୍‌ ନିଆଯାଇଛି। କାହିଁକିନା ଯେଉଁ ପ୍ରୋଟୋକଲ ରହିଛି ତାଙ୍କୁ ପ୍ରଥମେ ମେଡିକେସନ କେୟାରରେ ରଖାଯିବ। ପ୍ରଥମେ ତାଙ୍କର ସବୁ ଟେଷ୍ଟ କରାଯିବ। ଯେବେ ଲାଗିବ ଯେ ସବୁକିଛି ଠିକଠାକ ରହିଛି । ଏହାପରେ ହିଁ ତାଙ୍କୁ ଘରକୁ ଛଡାଯିବ।

ଯଦି ସୁନୀତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ଛାଡିଦେବେ, ତେବେ ସେ ବେହୋସ ହୋଇପାରନ୍ତି। ଏହାସହ ବୋନଡେନସିଟିର ଏକ ବଡ ସମସ୍ୟା ହୋଇପାରେ। ବୋନ ଦୁର୍ବଳ ରହିଛି। କାହିଁକିନା ଯେତେବେଳେ ସ୍ପେସରେ ରହିଥିଲେ , ସେଥିରେ କୌଣସି ପ୍ରେସର ପଡୁନଥିଲା। ସେଥିପାଇଁ ତାଙ୍କୁ ପ୍ରପର ଏକ୍ସରସାଇଜ୍‌ ଏବଂ ପ୍ରପର ଫିଜୋଥେରାପି କରାଯିବ। ଯାହାପରେ ତାଙ୍କୁ ଏତେ ଶକ୍ତି ମିଳିବ ଯେ, ସେ ଷ୍ଟ୍ରଙ୍ଗ ହୋଇଯିବେ। ତୃତୀୟ ପ୍ରଶ୍ନ ଥିଲା ହଜମ ଶକ୍ତିର । କାହିଁକିନା ସେଠାରେ ଖାଦ୍ୟ କିଛି ଅଲଗା ଥିଲା। ଏଠାରେ କିଛି ଅଲଗା ରହିବ। ଏସବୁ ଜିନିଷ ଯେବେ ଠିକଠାକ ହୋଇଯିବ। ଏହାପରେ ହିଁ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିପାରିବ। ଏହାସହ ନାସା ମଧ୍ୟ କହିଛି ଯେ, ପରିବାର ଲୋକଙ୍କ ସହ ଦେଖାହେବା ବି ଏକ ବଡ କଥା। କାହିଁକିନା ଏତେ ଳମ୍ୱା ସମୟ ଧରି ସେ ଦୂରରେ ଥିଲେ। ଯାହାଦ୍ୱାରା ତାଙ୍କ ମେଣ୍ଟାଲ ହେଲଥ ଉପରେ ପ୍ରଭାବ ପଡିପାରେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
who-will-sunita-williams-meet-first-news | Argus News