|
logo
Live

Argus News - ହରିୟାଣା ଓ ଜାମ୍ମୁ କାଶ୍ମୀରରେ କିଏ ମାରିବ ବାଜି ?

National

ହରିୟାଣା ଓ ଜାମ୍ମୁ କାଶ୍ମୀରରେ କିଏ ମାରିବ ବାଜି ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ହରିୟାଣା ଓ ଜାମ୍ମୁ କାଶ୍ମୀରରେ କିଏ ମାରିବ ବାଜି ?

ଅର୍ଗସ ବ୍ୟୁରୋ:  ହରିୟାଣା ଓ ଜାମ୍ମୁ କାଶ୍ମୀରରେ କିଏ ମାରିବ ବାଜି । ଆସନ୍ତା 8 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ  ଆସିଛି ବୁଥ ବାହୁଡ଼ା ମତ । ହରିୟାଣାରେ ବିଜେପି ହ୍ୟାଟ୍ରିକ ଲକ୍ଷ୍ୟରେ ଥିବାବେଳେ ବିଭିନ୍ନ ଗଣମାଧ୍ୟମ ଏକଜିଟ ପୋଲ ରିପୋର୍ଟରେ କଂଗ୍ରେସର କମବ୍ୟାକ୍ ଆଭାସ ମିଳିଛି । ୨୦୧୪ ଓ ୨୦୧୯ରେ ହରିୟାଣାରେ କ୍ଷମତା ଦଖଲ କରିଥିବା ବିଜେପିକୁ ଏକଜିଟ ପୋଲ ରିପୋର୍ଟରେ ଝଟକା ଲାଗିଛି ।ଇଣ୍ଡିଆ ଟୁଡେ ସି ଭୋଟର ଏକଜିଟ ପୋଲ୍ ରିପୋର୍ଟରେ ହରିୟାଣାରେ କଂଗ୍ରେସକୁ 50ରୁ 58 ଆସନ ମିଳିଥିବାବେଳେ ବିଜେପିକୁ ମିଳିବ 20ରୁ 28 ଆସନ । ସେହିପରି ଜେଜେପିକୁ 2 ଆସନ ଏବଂ ଅନ୍ୟାନ୍ୟ ଦଳ ଗୁଡ଼ିକୁ ମିଳିବ 10ରୁ 14ଟି ଆସନ ।

ଭାସ୍କର ରିପୋର୍ଟ ଏକଜିଟ ପୋଲ ଅନୁସାରେ କଂଗ୍ରେସକୁ 44ରୁ 54 ଆସନ ମିଳିବ । ବିଜେପିକୁ 19ରୁ 29, ଆଇଏନଏଲଡିକୁ 1ରୁ 5 ଏବଂ ଜେଜେପିକୁ ମିଳିବ ମାତ୍ର ଗୋଟିଏ ଆସନ ।ରିପବ୍ଲିକ ମାଟ୍ରିଜ ଏକଜିଟ ପୋଲରେ କଂଗ୍ରେସକୁ ମିଳିବ 55ରୁ 62 ଆସନ । ବିଜେପିକୁ 18ରୁ 24 ଆସନ ମିଳିବ । ଆଇଏନଏଲଡିକୁ 3ରୁ 6ଟି ଆସନ ଏବଂ ଜେଜେପିକୁ ମିଳିବ3ଟି ଆସନ । ସେହିପରି ଜମ୍ମୁ କାଶ୍ମୀର ନିର୍ବାଚନକୁ ନେଇ ଆସିଛି ଏକଜିଟ ପୋଲ ରିପୋର୍ଟ ।

ଇଣ୍ଡିଆ ଟୁଡେ ସି ଭୋଟର ଅନୁସାରେ କଂଗ୍ରେସକୁ 40ରୁ 48 ଆସନ ମିଳିବ । ବିଜେପିକୁ ମିଳିବ 27ରୁ 32 ଆସନ । ପିଡିପିକୁ 6ରୁ 12ଟି ଆସନ ଏବଂ ଅନ୍ୟାନ୍ୟ ଦଳକୁ ମିଳିବ 6ରୁ 11ଟି ଆସନ ।ଭାସ୍କର ରିପୋର୍ଟସ୍ ପୋଲ ଅନୁସାରେ କଂଗ୍ରେସକୁ 35ରୁ 40 ଆସନ, ବିଜେପିକୁ 20ରୁ 25 ଆସନ । ପିଡିପିକୁ 4ରୁ 7 ଏବଂ ଅନ୍ୟାନ୍ୟ ଦଳକୁ ମିଳିବ12ରୁ 18ଟି ଆସନ ।ରିପବ୍ଲିକ ଗୁଲିସ୍ତାନ ଏକଜିଟ ପୋଲ ଅନୁସାରେ ବିଜେପିକୁ 28ରୁ 30 ଆସନ ମିଳିବ । ଏନସିକୁ 28ରୁ 30 ଆସନ,ପିଡିପିକୁ 5ରୁ 7ଟି ଆସନ ଏବଂ କଂଗ୍ରେସକୁ ମିଳିବ 3ରୁ 6ଟି ଆସନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
ହରିୟାଣା ଓ ଜାମ୍ମୁ କାଶ୍ମୀରରେ କିଏ ମାରିବ ବାଜି ? | Argus News