Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୫ ଅଙ୍କର ନମ୍ବର ଟ୍ରେନରେ କାହିଁକି ଲେଖାଥାଏ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
୫ ଅଙ୍କର ନମ୍ବର ଟ୍ରେନରେ କାହିଁକି ଲେଖାଥାଏ ?

ଅର୍ଗସ ବ୍ୟୁରୋ: ଟ୍ରେନ୍‌ରେ କେବେ ଯାତ୍ରା କରିଛନ୍ତି କି ? ଯଦି ଟ୍ରେନରେ ଯାଇଥିବେ ତେବେ ନିଶ୍ଚୟ କେବେ ନା କେବେ ଟ୍ରେନରେ ଲେଖା ହୋଇଥିବା ୫ ଅଙ୍କର ନମ୍ବର ଉପରେ ଧ୍ୟାନ ତ ଯାଇଥିବ । ହେଲେ ଏହି ୫ ଅଙ୍କର ନମ୍ବର ଟ୍ରେନରେ କାହିଁକି ଲେଖା ହୋଇଥାଏ ? ଆପଣ ସବୁ ଟ୍ରେନରେ ୫ ଅଙ୍କର ନମ୍ବର ଲେଖା ହୋଇଥିବା ଦେଖିଥିବେ ଯାହା କି ସେହି ଟ୍ରେନର ପରିଚୟ ହୋଇଥାଏ | କିନ୍ତୁ ସେହି ୫ ଅଙ୍କ ନମ୍ବର ଲେଖାଯିବାର କିଛି ଅନ୍ୟ କାରଣ ମଧ୍ୟ ଅଛି ଯେମିତି ପ୍ରଥମ ଦୁଇ ଅଙ୍କ ସେହି ଟ୍ରେନର ସେହି ବଗି ବା କୋଚ ଯେଉଁ ମସିହାରେ ବନିଥାଏ ତାହା ଦର୍ଶାଇଥାଏ | ଯେମିତି କି ଯଦି ଆପଣ କୌଣସି ଟ୍ରେନରେ ୨୨୫୮୯ ଲେଖା ହୋଇଥିବା ଦେଖୁଛନ୍ତି ତେବେ ତାହାର ଅର୍ଥ ଏହା ଅଟେ ଯେ ଉକ୍ତ ଟ୍ରେନର ସେହି ବଗିଟି ୨୦୨୨ ମସିହାରେ ବନିଛି | 

ସେହିପରି ଅନ୍ୟ ୩ଟି ଅଙ୍କ ସେହି ଟ୍ରେନରେ ଥିବା ଶ୍ରେଣୀ ଗୁଡିକର ସୂଚନା ପ୍ରଦାନ କରିଥାଏ | ଯାହାଦ୍ୱାରା ଆମେ ଜାଣିବାରେ ସକ୍ଷମ ହୁଅନ୍ତି କି ଉକ୍ତ ବଗିଟି ଜେନେରାଲ, ସ୍ଲିପର ଅବା ଏସି ଅଟେ | ୦୦୧-୦୨୫ ଏସି ଫାଷ୍ଟକ୍ଲାସ, ୧୦୧-୧୫୦ ଏସି ୩ଟି, ୧୫୧-୨୦୦ ଚେୟାର କାର, ୨୦୧-୪୦୦ ସ୍ଲିପର କ୍ଲାସ, ୪୦୧-୬୦୦ ଜେନେରାଲ ବଗି, ୬୦୧-୭୦୦ ସେକେଣ୍ଡ କ୍ଲାସ ହୋଇଥାଏ | ସେହିପରି ଯେଉଁ ବଗିରେ ଶେଷ ତିନି ଅଙ୍କ ୮୦୦ କିମ୍ବା ୮୦୦ରୁ ଉର୍ଦ୍ଧ୍ଵ ହୋଇଥାଏ ତାହା ମେଲ କୋଚ, ଜେନେରେଟର କୋଚ କିମ୍ବା ପେଣ୍ଟ୍ରି କୋଚ ହୋଇଥାଏ |

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why are 5 digit numbers written on trains? | Argus News