Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସେଫ୍‌ମାନଙ୍କ ଟୋପିର ରଙ୍ଗ ଧଳା ଏବଂ ଲମ୍ବା କାହିଁକି, ଜାଣନ୍ତୁ କାରଣ....

National

ସେଫ୍‌ମାନଙ୍କ ଟୋପିର ରଙ୍ଗ ଧଳା ଏବଂ ଲମ୍ବା କାହିଁକି, ଜାଣନ୍ତୁ କାରଣ....

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ସେଫ୍‌ମାନଙ୍କ ଟୋପିର ରଙ୍ଗ ଧଳା ଏବଂ ଲମ୍ବା କାହିଁକି, ଜାଣନ୍ତୁ କାରଣ....

Key Points

ଏହି ଧଳା ଟୋପିକୁ ଫ୍ରେଞ୍ଚ୍ ଭାଷାରେ ଟୋକ୍ କିମ୍ବା ଟୋକ୍ ବ୍ଲାଞ୍ଚ ବୋଲି କୁହାଯାଏ । ଏହି ଟୋପି ସାଧାରଣ ଟୋପିଠାରୁ ଅଲଗା ଅଟେ ।

ରେଷ୍ଟୁରାଣ୍ଟରେ ସେଫମାନେ ସବୁବେଳେ ଧଳା ଆପ୍ରନ ସହ ଧଳା ଟୋପି ପିନ୍ଧିଥିବା ନଜର ଆସିଥାନ୍ତି । ଯାହା ସେମାନଙ୍କୁ ଏକ ପ୍ରଫେସନାଲ ସେଫ୍‌ ଭାବେ ଦର୍ଶାଏ । ଅନେକ ବଡ ବଡ ହୋଟେଲ ତଥା ରେଷ୍ଟୁରାଣ୍ଟ ମାନଙ୍କରେ ଏମିତି ଧଳା ଲମ୍ବା ଟୋପି ସହ ଧଳା ଆଫ୍ରନ ପିନ୍ଧିଥାନ୍ତି । ତେବେ ଆପଣଙ୍କ ମନରେ ଏହାକୁ ନେଇ କେବେ ପ୍ରଶ୍ନ ଆସିଛି, କାହିଁକି ସେଫ୍ ମାନେ ଧଳା ଲମ୍ବା ଟୋପି ପିନ୍ଧନ୍ତି ? ଯଦି ଆସିଛି, ତାର କାରଣ କଣ ଆସନ୍ତୁ ଜାଣିବା ।


ଏହି ଧଳା ଟୋପିକୁ ଫ୍ରେଞ୍ଚ୍ ଭାଷାରେ ଟୋକ୍ କିମ୍ବା ଟୋକ୍ ବ୍ଲାଞ୍ଚ ବୋଲି କୁହାଯାଏ । ଏହି ଟୋପି ସାଧାରଣ ଟୋପିଠାରୁ ଅଲଗା ଅଟେ । ଲମ୍ବା, ଧଳା , ପ୍ଲିଟେଡ୍ ଏବଂ ସିଲିଣ୍ଡ୍ରିକାଲ ଆକୃତିର ଅଟେ । ଖାଦ୍ୟ ତିଆରି କରିବା ବେଳେ ସ୍ଵଚ୍ଛ, ପରିଚ୍ଛନ୍ନ ରହିବା ପାଇଁ ଏପରି ଟୋପି ସେଫ୍‌ମାନେ ବ୍ୟବହାର କରିଥାନ୍ତି । ଖାଦ୍ୟ ତିଆରି କରିବା ସମୟରେ ମୁଣ୍ଡର ଚୁଟି ଭୁଲରେ ଖାଦ୍ୟରେ ନପଡିବା ପାଇଁ ଏପରି ଟୋପି ପିନ୍ଧିଥାନ୍ତି । ଏହି ଟୋପିରେ ଏପରି ବ୍ୟବସ୍ଥା ହୋଇଛି, ଯାହା ରୋଷେଇ ଘରର ଅତ୍ୟଧିକ ଗରମରେ ମଧ୍ୟ ସେଫ୍‌ଙ୍କ ମୁଣ୍ଡରେ ପବନ ବାଜିବାରେ ସହାୟକ ହୋଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଧଳାରଙ୍ଗ ସ୍ଵଚ୍ଛତାର ପ୍ରତୀକ ଅଟେ । ଯାହା ରୋଷେଇ ପାଇଁ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏଥିସହ ଧଳାରଙ୍ଗ ବୃତ୍ତିଗତ ମର୍ଯ୍ୟାଦାକୁ ଆହୁରି ବଢାଇଥାଏ । ସେଥିପାଇଁ ସେଫ୍‌ମାନେ ଧଳା ରଙ୍ଗର ଟୋପି ପିନ୍ଧିଥାନ୍ତି ।

Painting
Sponsored
Why are chefs' hats white and long? Find out the reason | Argus News