Videos
|
National

କାହିଁକି ହଳଦିଆ ରଙ୍ଗର ହୋଇଥାଏ ଇମୋଜି?

Sangram Tripathy
Browse all articles by Sangram Tripathy
·2 years ago·2 min read
କାହିଁକି ହଳଦିଆ ରଙ୍ଗର ହୋଇଥାଏ ଇମୋଜି?

ଅର୍ଗସ ବ୍ୟୁରୋ: ମନର ଭାବନାକୁ ଶଦ୍ଦ ବିନା ବୁଝାଇଦିଏ  ଇମୋଜି। ସୋସିଆଲ ମିଡିଆରେ ଆଜି କାଲି ଅଧିକ ଲେଖିବାକୁ କାହାରି ପାଖରେ ସମୟ ନଥାଏ,ତେଣୁ ଡି଼ଜିଟାଲ୍ ଦୁନିଆରେ ସକ୍ରିୟଥିବା ବ୍ୟକ୍ତି ମାନେ ଇମୋଜି ବ୍ୟବହାର କରିଥାନ୍ତି। ହ୍ବାଟସଆପ୍,ଟ୍ବିଟର୍ କିମ୍ବା ଫେସବୁକରେ କିଛି ମେସେଜ ଲେଖିବାବେଳେ ଏହାକୁ ଭୁଲନ୍ତି ନାହିଁ ୟୁଜର। କାହିଁକି ହଳଦିଆ ରଙ୍ଗର ହୋଇଥାଏ ଇମୋଜି ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚିୟ,

କିଛି ବ୍ୟକ୍ତିଙ୍କ କହିବା ଅନୁସାରେ ହଳଦିଆ ରଙ୍ଗ ମଣିଷର ତ୍ବଚ୍ବାର ରଙ୍ଗ ସହ ମେଳ ଖାଇଥାଏ,ଅନ୍ୟ କିଛି ଲୋକଙ୍କ କହିବା ଅନୁଯାୟୀ ଏହା ଖୁସିର ପ୍ରତୀକ ହୋଇଥାଏ,ତେଣୁ ଏହାର ରଙ୍ଗ ଏପରି ହୋଇଥାଏ ବୋଲି ବିଶ୍ବାସ କରାଯାଏ । ଆପଣମାନେ ଭାବୁଥିବେ ଲୋକମାନେ କେବଳ ସ୍ମାଇଲି ଇମୋଜି ବ୍ୟବହାର କରିଥିାନ୍ତି,ନା ମଣିଷର ପ୍ରତିଟି ଭାବନାକୁ ସନ୍ଦେଶ ମାଧ୍ୟମରେ ପ୍ରକାଶ କରିବାକୁ ବିଭିନ୍ନ ଧରଣର ଇମୋଜି ବ୍ୟବହାର କରାଯାଏ।

ବିଶ୍ବରେ କାନ୍ଦିବା,ହସିବା ଇମୋଜି ଅଧିକ ବ୍ୟବହାର କରାଯାଇଥାଏ। ଯଦି ଏହାର ଇତିହାସ ଦେଖିବା,୧୯୯୦ରେ ସର୍ବପ୍ରଥମେ ଏହାକୁ ଶିଗେତାକା କୁରିତା ତିଆରି କରିଥିଲେ। ଜାପାନୀ ଟେଲିକମ୍‌ କମ୍ପାନୀ ଏନଟିଟି ଡୋକୋମୋର ପେଜର୍‌ ପାଇଁ ଏହି ଚିତ୍ରଶବ୍ଦଗୁଡ଼ିକ ହୋଇଥିଲା  ତିଆରି । ବିଶେଷତଃ କିଶୋରକିଶୋରୀଙ୍କ ମନକୁ ଆକୃଷ୍ଟ କରିବା ଭଳି ଏହାକୁ ଗଢ଼ିଥିଲେ।
ଜଣାଯାଏ ୧୯୯୯ ମସିହା ଇମୋଜିର ବ୍ୟବହାର ଆରମ୍ଭ ହୋଇଥିଲା କିନ୍ତୁ ଲୋକପ୍ରିୟତା ହାସଲ କରିପାରିନଥିଲା,ସମୟ ଗଡିବା ସହ ୨୦୧୨ମସିହାରେ ଆପଲ୍ କମ୍ପାନୀ ତାର ଆଇଫୋନ୍ ରେ ଇମୋଜି ବ୍ୟବହାର କରିବାରୁ ତା ଧିରେ ଧିରେ ଲୋକପ୍ରିୟ ହେବାକୁ ଲାଗିଲା। ୨୦୧୩ ମସିହାରେ ଅକ୍ସଫୋର୍ଡ ଡିକ୍ସିନାରୀ ରେ ଇମୋଜି ଏକ ଇଂରାଜୀ ଶଦ୍ଦ ଭାବେ ପରିଚିତ ହେଲା।  ଆଉ ଏବେ ମନର ଭାବନାକୁ ଶଦ୍ଦ ବିନା ଚଟାପଟା ଅନ୍ୟମାନଙ୍କୁ ବୁଝାଇଦେଉଛି  ଇମୋଜି। ପାଲଟିପାରିଛି ଭାବବିନିମୟର ସଟକଟ୍।

୨୦୧୪ରୁ ଜୁଲାଇ ୧୭ରେ ବିଶ୍ବ ଇମୋଜି ଦିବସ ପାଳନ କରାଯାଇଆସୁଛି। ଡିଜିଟାଲ ଦୁନିଆରେ ଇମୋଜି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିସାରିଛି। ଭାବକୁ ଶବ୍ଦ ମାଧ୍ୟମରେ ବ୍ୟକ୍ତ କରିବାଠାରୁ ଇମୋଜି ମାଧ୍ୟମରେ ବ୍ୟକ୍ତ କରିବା ମଣିଷ ପାଇଁ ହୋଇଛି ସହଜ।ଏହାପରଠାରୁ ପ୍ରତିବର୍ଷ ନୂଆନୂଆ ଇମୋଜି ତିଆରି ହେବାକୁ ଲାଗିଲା। ବର୍ତ୍ତମାନ କେବଳ ସ୍ମାର୍ଟଫୋନ ନୁହଁ, କମ୍ପ୍ୟୁଟରରେ ବି ଇମୋଜି ବ୍ୟବହାର କରିହେଉଛି। ଇମୋଜିପିଡିଆ ଡଟ୍‌ ଓଆର୍‌ଜି ନାମକ ୱେବ୍‌ସାଇଟ୍‌ ସାରା ବିଶ୍ବରେ ତିଆରି ହେଉଥିବା ନୂତନ ଇମୋଜିଗୁଡ଼ିକ ସମ୍ପର୍କରେ ଖବର ରଖିବା ସହ ତାକୁ ସଂଗ୍ରହ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୪ରେ ଇମୋଜିପିଡିଆ ପ୍ରତିଷ୍ଠାତା ଜେରେମି ବର୍ଗ ବିଶ୍ବ ଇମୋଜି ଦିବସର ପରିକଳ୍ପନା କରିଥିଲେ।୨୦୧୪ରେ ଇମୋଜିପିଡିଆ ପ୍ରତିଷ୍ଠାତା ଜେରେମି ବର୍ଗ ବିଶ୍ବ ଇମୋଜି ଦିବସର ପରିକଳ୍ପନା କରିଥିଲେ। ଶାରୀରିକ ଭାବଭଙ୍ଗୀ, ଖାଦ୍ୟପେୟ, ପଶୁପକ୍ଷୀଠାରୁ ଆରମ୍ଭ କରି ସବୁ ପ୍ରକାରର ଇମୋଜି ଏବେ ଉପଲବ୍ଧ ହୋଇଛି। ମନର ଭାବନାକୁ ଶଦ୍ଦ ବିନା ବୁଝାଇଦିଏ  ଇମୋଜି,ସେଥିପାଇଁ ତ ଇଣ୍ଟରନେଟ୍ ଯୁଗରେ ଇମୋଜି ସାଜିଛି ସଟକଟ୍ ର ମଧ୍ୟମ।

Why are emojis yellow? | Argus News