Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୂଷାଙ୍କ ଉପରେ କାହିଁକି କରାଯାଏ ସବୁ ଡାକ୍ତରୀ ପରୀକ୍ଷଣ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମୂଷାଙ୍କ ଉପରେ କାହିଁକି କରାଯାଏ ସବୁ ଡାକ୍ତରୀ ପରୀକ୍ଷଣ ?

Key Points

ମୂଷାଙ୍କ ଜୀବନକାଳ ପ୍ରାୟ ୨-୩ ବର୍ଷର ହୋଇଥାଏ, ଯାହା ରିସର୍ଚ୍ଚ ପାଇଁ ବହୁତ ଉପଯୋଗୀ ।

ମଣିଷ ଉପରେ କୌଣସି ପ୍ରକାର ପରୀକ୍ଷଣ କରିବା ପୂର୍ବରୁ ମୂଷା ମାନଙ୍କ ଉପରେ ପ୍ରଥମେ ପରୀକ୍ଷଣ କରାଯାଏ । ଆପଣ ସିନେମାରେ ଦେଖିଥିବେ.. ଯେତେବେଳେ ବୈଜ୍ଞାନିକ ମଣିଷ ସହ ଜଡ଼ିତ କିଛି ପରୀକ୍ଷା ପୂର୍ବରୁ ମୂଷା ଉପରେ ଏହାର ପ୍ରୟୋଗ କରନ୍ତି । ତେବେ ଏହା କେବଳ ସିନେମାରେ ସୀମିତ ନୁହେଁ, ବାସ୍ତବରେ ମଧ୍ୟ ଏପରି ହୋଇଥାଏ । ବୈଜ୍ଞାନିକମାନେ ପ୍ରଥମେ ମୂଷା ଉପରେ ହିଁ ପରୀକ୍ଷଣ କରିଥାଆନ୍ତି । ତେବେ ଆପଣ ଜାଣନ୍ତି କି ଏଭଳି କାହିଁକି କରାଯାଏ ? ଯଦି ଜାଣନାହାନ୍ତି ଆସନ୍ତୁ ଜାଣିବା ..


ମୂଷା ଓ ମଣିଷର ଡିଏନଏ ପାଖାପାଖି ୮୫ ପ୍ରତିଶତ ସମାନ । ଏହି ସମାନତା ବୈଜ୍ଞାନିକଙ୍କୁ ମୂଷା ଉପରେ କରାଯାଉଥିବା ପ୍ରୟୋଗର ଫଳକୁ ମଣିଷ ଉପରେ ଲାଗୁ କରିବା ପାଇଁ ସାହାଯ୍ୟ କରିଥାଏ । ମୂଷା ଓ ମଣିଷ ଭିତରେ ଅନେକ ଜୈବିକ ପ୍ରକ୍ରିୟା ଓ ସିଷ୍ଟମ ଏକାପରି । ଯେପରିକି ପ୍ରତିରୋଧକ ଶକ୍ତି, ମସ୍ତିସ୍କର ତିଆରି, ହରମୋନ ସିଷ୍ଟମ ଓ ଅଙ୍ଗପ୍ରତ୍ୟେଙ୍ଗର କାର୍ଯ୍ୟ, ଯହିଁରୁ ଜଣାପଡ଼େ ଔଷଧ ମଣିଷ ଉପରେ କାମ କରିବ କି ନାହିଁ ।


ମୂଷାଙ୍କ ଜୀବନକାଳ ପ୍ରାୟ ୨-୩ ବର୍ଷର ହୋଇଥାଏ, ଯାହା ରିସର୍ଚ୍ଚ ପାଇଁ ବହୁତ ଉପଯୋଗୀ । ମୂଷାମାନେ ଜେନେଟିକାଲି, ବାୟୋଲୋଜିକାଲି ପ୍ରାୟ ମଣିଷ ପରି ହୋଇଥାଆନ୍ତି। ଆଉ ମଣିଷର ଅନେକ ଲକ୍ଷଣ ମୂଷାଠାରେ ଦେଖାଯାଏ । କିଛି ରିପୋର୍ଟ କହେ, ମୂଷା ବ୍ୟତୀତ ଗବେଷଣାରେ ପ୍ରୟୋଗ କରିବା ପାଇଁ ଅନ୍ୟ କିଛି ବିକଳ୍ପ ନାହିଁ । ମୂଷାଙ୍କ ଉପରେ ଗବେଷଣାର ଫଳାଫଳ ଖୁବଶୀଘ୍ର ମଧ୍ୟ ମିଳେ। ଏହାବାଦ୍ ମୂଷାଙ୍କ ରକ୍ଷଣାବେକ୍ଷଣ ଖୁବ୍ ସହଜ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାକୁ ଲାବରେ ଏକ ନିୟନ୍ତ୍ରିତ ପରିବେଶରେ ରଖାଯାଇପାରେ । ଯେଉଁଠାରେ କି ସେମାନଙ୍କ ଖାଦ୍ୟ, ଜୀବନଶୈଳୀ ଓ ବ୍ୟବହାର ଉପରେ ସହଜରେ ନଜର ରଖି ହୁଏ । ଏମାନଙ୍କ ଜୀବନ କାଳ କମ୍ ହେବା ସହ ଖୁବଶୀଘ୍ର ପ୍ରଜନନ କରନ୍ତି । ଏହାବ୍ୟତୀତ ଖାଦ୍ୟ, ପାଣିପାଗ, ଏୟାରକ୍ୱାଲିଟି ବି ଏକ୍ସପେରିମେଣ୍ଟ ଉପରେ କ’ଣ ପ୍ରଭାବ ପକାଏ ତାହା ମୂଷାଙ୍କ ଦ୍ୱାରା ଜଣାପଡ଼େ।

Sponsored
Why are medical experiments conducted on rats? | Argus News