Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସନ୍ଦୀପଙ୍କୁ ଉଠାଇ ନେଲା ସିବିଆଇ , ଏବେ ଓଗାଳିବ ସତ

National

ସନ୍ଦୀପଙ୍କୁ ଉଠାଇ ନେଲା ସିବିଆଇ , ଏବେ ଓଗାଳିବ ସତ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସନ୍ଦୀପଙ୍କୁ ଉଠାଇ ନେଲା ସିବିଆଇ , ଏବେ ଓଗାଳିବ ସତ

Key Points

  • ବହୁଦିନ ଜେରା ପରେ ଗିରଫ ହେଲେ ସନ୍ଦୀପ
  • ଅଭୟାଙ୍କ ଦୁଷ୍କର୍ମ ମାମଲାରେ ସନ୍ଦେହ ଘେରରେ ଥିଲେ ସନ୍ଦୀପ
  • ଅଧ୍ୟକ୍ଷ ଥିବା ବେଳେ କରିଥିଲେ କୋଟି କୋଟି ଦୁର୍ନୀତି !

ଅର୍ଗସ ବ୍ୟୁରୋ: ବନ୍ଧା ହେଲେ ଆର ଜି କର ମେଡିକାଲର ଅଧ୍ୟକ୍ଷ ସନ୍ଦୀପ ଘୋଷ । ଡାକ୍ତର ଦୁଷ୍କର୍ମ ମାମଲାରେ ସନ୍ଦେହ ଘେରରେ ସେ ଥିଲେ । ଖାଲି ସନ୍ଦେହ ଘେରରେ ଥିଲେ ତାହା ନୁହେଁ ବରଂ ଅପରାଧ ପଛରେ ତାଙ୍କର ହାତ ଥିବା ସନ୍ଦେହ ହେଉଥିଲା । ଏମିତିକି ମେଡିକାଲର ଅଧ୍ୟକ୍ଷ ଥିବା ବେଳେ ବେଆଇନ କାରବାରରେ ସେ ସଂପୃକ୍ତ ଥିଲେ ବୋଲି କୁହାଯାଉଥିଲା । ଶେଷରେ ସନ୍ଦୀପଙ୍କୁ ବାନ୍ଧିଛି ପୋଲିସ । ପଚରାଉଚରା ପାଇଁ ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ CBI ନେଇଥିବା ସୂଚନା ମିଳିଛି । 

କେବଳ ସନ୍ଦୀପ ନୁହଁନ୍ତି ବରଂ ତାଙ୍କ ସହ ଦୁଇ ଜଣ ଭେଣ୍ଡର ବିପ୍ଲବ ସିଂହ ଏବଂ ସୁମନ ହଜାରାକୁ ମଧ୍ୟ ଗିରଫ କରିଛି ସିବିଆଇ । ଖାସ କରି ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା । ଏପରିକି କଲେଜରେ ଆର୍ଥିକ ଅନିୟମିତତା ନେଇ ସନ୍ଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହାସହ, ସନ୍ଦୀପ କୁଆଡ଼େ ମୃତଦେହ ବିକ୍ରି, ଅଙ୍ଗ ଚାଲାଣ, ମେଡିକାଲ ସାମଗ୍ରୀ କିଣିବାରେ ଅର୍ଥ କାରବାର ସହ କଲେଜରେ ବିଭିନ୍ନ କାମ ପାଇଁ କମିଶନ ନେଉଥିଲେ । ଆଉ ଏ ସବୁର ଗୁମର ଖୋଲିଥିଲେ ଆର ଜି କରର ପୂର୍ବତନ ଉପ- ଅଧିକ୍ଷକ ଅଖତାର ଅଲ୍ଲୀ । ମାମଲା ଯାଇ ପହଞ୍ଚିଥିଲା କୋଲକାତା ହାଇକୋର୍ଟରେ । ଯାହାର ତଦନ୍ତ ଏବେ କରିବ ସିବିଆଇ ।

ସେପଟେ ଆର ଜି କର ମେଡିକାଲରେ ହୋଇଥିବା ଦୁଷ୍କର୍ମକୁ ନେଇ ପୁରା ଦେଶରେ ଚର୍ଚ୍ଚା । ଆଉ ମାମଲାରେ ଅଣନିଶ୍ଵାସୀ ହେଲେଣି ଦିଦି । ଆର ଜି କର ମେଡିକାଲରେ ହୋଇଥିବା ଦୁଷ୍କର୍ମ ମାମଲାରେ ଦିଦିଙ୍କୁ ବିରୋଧୀ ଘେରିବା ସହ ସାଧାରଣ ଲୋକ ବି ଘେରିଥିଲେ । ଏମିତିକି ମାମଲା ଚାପିବାକୁ ଦିଦି କୁଆଡେ ଚାପ ପକାଇଥିଲେ । ସେଇଥି ଲାଗି ତ ପ୍ରଥମେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା କୋଲକତା ପୋଲିସ । ପରେ ପରିବାର ଆପତ୍ତି କରିବା ପରେ ଦୁଷ୍କର୍ମ ଓ ହତ୍ୟା ହୋଇଥିବା କଥା ଜଣାପଡ଼ିଲା । ମାମଲାକୁ ନେଇ ବଙ୍ଗରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ ହେଲା । ଗୋଟିଏ ଘଟଣାରେ ଦିଦିଙ୍କ ଚୌକି ପଳାଉଥିବା ଡର ତାଙ୍କୁ ଏମିତି ଘାରିଲା ଯେ ଏବେ ଦୁଷ୍କର୍ମ ବିରୋଧରେ ନୂଆ ଆଇନ ଆଣିବାକୁ ଯାଉଛନ୍ତି ଦିଦି । କୁହାଯାଉଛି କି, ଦୋଷୀ ସାବ୍ୟସ୍ତ ହେଲେ ୧୦ ଦିନରେ ଫାଶୀ ଦଣ୍ଡାଦେଶ ହେବ । ଯାହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ଡାକ୍ତର ଦୁଷ୍କର୍ମ ମାମଲାକୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଲୋକେ ଏବେ କହିଲେଣି ପୁରା ଘଟଣାରେ ମେଡିକାଲ ଅଧ୍ୟକ୍ଷ ସନ୍ଦୀପଙ୍କ ସଂପୃକ୍ତି ରହିଛି । ସେପଟେ ସିବିଆଇ ଗିରଫ କରିବା ପରେ ଏବେ ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।
ବ୍ୟୁରୋ ରିପୋର୍ଟ, ଅର୍ଗସ ଡିଜିଟାଲ
 

Sponsored
Sandip Ghosh | Argus News