Videos
|
National

ସିକ୍କିମରେ କାହିଁକି ହୋଇପାରୁନଥିଲା ରେଳ ଷ୍ଟେସନ ?

Arpita Mohanty
Browse all articles by Arpita Mohanty
·2 years ago·1 min read
ସିକ୍କିମରେ କାହିଁକି ହୋଇପାରୁନଥିଲା ରେଳ ଷ୍ଟେସନ ?

ଅର୍ଗସ ବ୍ୟୁରୋ: ଟ୍ରେନ୍‌ । ନାଁ ଶୁଣିଲେ ଖୁସି ଲାଗେ । କାରଣ ଟ୍ରେନ୍‌ ଯାତ୍ରା ଅନେକ ଆରାମଦାୟକ ଥାଏ । ହେଲେ ଜାଣିକି ଆଶ୍ଚର୍ଯ୍ୟ ହେବେ କି, ଦେଶରେ ଏମିତି ବି ସ୍ଥାନ ଅଛି ଯେଉଁଠାରେ ୨୦୨୪ ପର୍ଯ୍ୟନ୍ତ ରେଳ ଲାଇନ୍‌ ପହଞ୍ଚିପାରୁନଥିଲା । ହେଲେ କାହିଁକି ପହଞ୍ଚିପାରୁନଥିଲା ତାହା ବି ଆଶ୍ଚର୍ଯ୍ୟଜନକ କଥା । ତେବେ ଆଜି ଆସନ୍ତୁ ଜାଣିବା କ'ଣ ରହିଥିଲା ଏହା ପଛର କାରଣ ?

ସିକ୍କିମ । ଇଏ ଏମିତି ଏକ ରାଜ୍ୟ ଯେଉଁଠାକୁ ୨୦୨୪ ପର୍ଯ୍ୟନ୍ତ ରେଳ ପହଁଞ୍ଚିପାରିନଥିଲା । ଆଉ କାରଣ ହେଉଛି ସେଠାକାର ଭୌଗୋଳିକ ସ୍ଥିତି । ସିକିମ ଏକ ପାର୍ବତୀୟ କ୍ଷେତ୍ର ଅଟେ,ଏଠାରେ ଅନେକ ଘାଟି ବି ରହିଛି । ତେଣୁ ପର୍ବତ ଏବଂ ଏହି ଘାଟି ଗୁଡିକ ରେଳ ଲାଇନ ତିଆରି କରିବାରେ ଅନେକ ଅସୁବିଧା ସୃଷ୍ଟି କରିଆସୁଥିଲା । ଏମିତି କି ସେଠାରେ ରେଲୱେ ପହଁଞ୍ଚିବା ଗୋଟିଏ ବଡ ଚ୍ୟାଲେଞ୍ଜ ସୃଷ୍ଟି କରୁଥିଲା । ସେଥିପାଇଁ ଲୋକେ ଯାତାୟତ କରିବା ପାଇଁ ସଡକ ପଥ ହିଁ ବ୍ୟବହାର କରିଆସୁଥିଲେ।

କିନ୍ତୁ ଶେଷରେ ଏହି ଅପେକ୍ଷାର ଅନ୍ତ ଘଟିଲା। ଆଜି ପର୍ଯ୍ୟନ୍ତ ଯାହା ହୋଇପାରୁନଥିଲା ତାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ସମ୍ଭବ ହୋଇପାରିଲା। ଚଳିତ ବର୍ଷ ଫେବୃଆରୀ ୨୬ରେ ସିକ୍କିମର ରଙ୍ଗପୋରେ ପ୍ରଥମ ରେଳ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୋଦି। ତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ପ୍ରାୟ ୪୧,୦୦୦ କୋଟି ମୂଲ୍ୟର ୨,୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟରେ ଏହା ଅର୍ନ୍ତଭୂକ୍ତ ଥିଲା।

ତେବେ ମୋଟ୍‌ ଉପରେ କହିବାକୁ ଗଲେ ଭାରତୀୟ ରେଲୱେକୁ ନେଇ ପୁରା ବିଶ୍ଵରେ ସବୁବେଳେ ଚର୍ଚ୍ଚା। କାରଣ ବିଶ୍ଵର ଦୀର୍ଘତମ ରେଲୱେ ନେଟୱର୍କ ଭାରତରେ ହିଁ ଅବସ୍ଥିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର