Videos
|
National

କାହିଁକି ଫେରିଲା କରୋନା ?

Arpita Mohanty
Browse all articles by Arpita Mohanty
·1 year ago·2 min read
କାହିଁକି ଫେରିଲା କରୋନା ?

Key Points

ପୁଣିଥରେ ଫେରିଲା କରୋନା

ହେବକି ଲକଡାଉନ ?

କରୋନା... ଏକ ନର ରାକ୍ଷସର ନାଁ । ଏହି ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଏକ ଛନକା ପସିଯାଏ । ଛାତି ଥରି ଉଠେ । ମନରେ ମୃତ୍ୟୁର ଭୟ ମାଡ଼ି ବସେ । ଲଗାତର ଦୁଇରୁ ଅଢ଼େଇ ବର୍ଷ ଧରି ଏହି କରୋନା କେତେ ଯେ, ନିରୀହ ଜୀବନ ନେଇଛି, ତାହା କହିବା ମୁସ୍କିଲ । କେତେ ଯେ ଘର ଉଜୁଡ଼ିଯାଇଛି, କେତେ କୁନି କୁନି ଛୁଆ ଅନାଥ ହୋଇଛନ୍ତି, ତାର କଳନା ନାହିଁ । ଆଜି ଆମେ ଠିକ୍‌ ସେହି କରୋନା ଭୂତାଣୁ ବିଷୟରେ କଥା ହେବା ଯାହା ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା ।


କୋଭିଡ୍-୧୯। ଏହି ଭୂତାଣୁ ଲକ୍ଷ ଲକ୍ଷ ଜୀବନକୁ ପ୍ରଭାବିତ କରିଛି, ଅର୍ଥନୀତି ଉପରେ ଏହାର ବହୁତ ବଡ ପ୍ରଭାବ ପଡିଛି। ଆଉ ଜୀବନଶୈଳୀକୁ ବଦଳାଇବା ସହିତ ଲୋକମାନଙ୍କ ଚିନ୍ତାଧାରାକୁ ବି ବଦଳାଇଦେଇଛି। କେହି କେବେ ଭାବି ବି ନଥିଲେ କି ଏମିତି ବି ଏକ ରୋଗ ଆସିବ। ଯାହା ଲୋକଙ୍କୁ ପରସ୍ପରଠାରୁ ଦୂରେଇ ଦେବ । ଏମିତି କି ଲୋକ ନିଜ ପ୍ରିୟଜନଙ୍କ ଶବର ପାଖ ବି ମାଡିଲେନି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୋଭିଡ୍-୧୯, ଯାହାର ବୈଜ୍ଞାନିକ ନାମ SARS-CoV-2, ପ୍ରଥମେ ୨୦୧୯ ଶେଷରେ ଚୀନ୍‌ର ଉହାନ୍ ସହରରେ ଚିହ୍ନଟ ହୋଇଥିଲା। ଏହା ଏକ କରୋନା ଭୂତାଣୁ, ଯାହା ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଏହି ଭୂତାଣୁ ବାଦୁଡ଼ି କିମ୍ବା ଅନ୍ୟ ପଶୁଙ୍କଠାରୁ ମଣିଷଙ୍କ ମଧ୍ୟକୁ ଆସିଥାଇପାରେ। ୨୦୨୦ ମାର୍ଚ୍ଚ ସୁଦ୍ଧା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ ମହାମାରୀ ଘୋଷଣା କଲା। ଚାରିଆଡେ ଏହା ଏତେ ଦ୍ରୁତ ଗତିରେ ବ୍ୟାପିଗଲା କି ଲକଡାଉନ୍, ମାସ୍କ, ଓ ସାମାଜିକ ଦୂରତ୍ୱ ଆମ ଜୀବନର ଅଂଶ ହୋଇଗଲା। ଆଖି ପିଛୁଳାକେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଗଲା ।


ପରେ ସରକାର ସମସ୍ତଙ୍କ ପାଇଁ ଟୀକାକରଣ ବାଧ୍ୟତାମୂଳକ କରାଇଲେ। ଭ୍ୟାକସିନ ନେବା ପରେ ଲୋକମାନଙ୍କ ମନରେ ଆଶ୍ବସ୍ତି ଆସିଲା । ଆଉ ଧୀରେ ଧୀରେ କରୋନା ଅଦୃଶ୍ୟ ହୋଇଗଲା। ଲୋକମାନେ ପୁଣିଥରେ ଆଗଭଳି ରହିବାକୁ ଲାଗିଲେ। କିନ୍ତୁ ଭାବିନଥିଲେ କି ଏହି ଭୂତାଣୁ ପୁଣିଥରେ ଫେରିବ।


୫ ବର୍ଷ ପରେ ପୁଣିଥରେ ଫେରିଛି କରୋନା। ଏବେ ଲୋକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସୁଛି କି କଣ ଭୂତାଣୁ କେବେ ମରେନାହିଁ? ଏହା ହଠାତ୍ ପୁଣି କେମିତି ଫେରିଲା ? କଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ ଆସନ୍ତୁ ଜାଣିବା।

Why did corona return ? | Argus News