ଏଥିପାଇଁ ଅସ୍ତ୍ରବିରତିରେ ରାଜି ହେଲା ପାକିସ୍ତାନ, ତା ନହେଲେ ...

Key Points
ପହଲଗାମରେ ଆତଙ୍କୀ ଆକ୍ରମଣ କରି ଗର୍ବରେ ଫାଟି ପଡୁଥିବା ପାକିସ୍ତାନ ସେନା ଶେଷରେ ଅଣ୍ଟାଭାଙ୍ଗି ପଡିଛି ଭାରତୀୟ ସେନା ଆଗରେ। ସିନ୍ଦୂରର ପ୍ରତିଶୋଧରେ ପ୍ରାଣ ଛାଡି ଯାଇଛି ପାକିସ୍ତାନର। ଆଉ ସମ୍ଭାଳି ନପାରି ଶେଷରେ ଅସ୍ତ୍ରବିରତି ପାଇଁ ନିଜ ଆଡୁ ଦେଇଥିଲା ପ୍ରସ୍ତାବ। ଯେଉଁଥିରେ ମଧ୍ୟସ୍ଥତା କରିଥିଲା ଆମେରିକା। ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଗୁଳିବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପାକିସ୍ତାନ ପକ୍ଷରୁ ଭାରତର ଡିଜିଏମଓଙ୍କୁ ପ୍ରଥମେ କଲ୍ ଆସିଥିଲା। ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ରଖାଯାଇଥିଲା। ଯେଉଁଥିରେ ଭାରତ ସହମତ ହୋଇଥିଲା।
ପହଲଗାମ ଆକ୍ରମଣ
ଅପ୍ରେଲ ୨୨ ତାରିଖରେ ପହଲଗାମରେ ଆତଙ୍କୀ ଖେଳିଥିଲେ ଭାରତୀୟ ପର୍ଯ୍ୟଟକଙ୍କ ରକ୍ତରେ ହୋଲି। ଭାରତର ୨୬ ପର୍ଯ୍ୟଟକଙ୍କୁ ଧର୍ମ ପଚାରି, କଲମା ପଢିବାକୁ କହି ନିର୍ମମ ଭାବେ କରିଥିଲେ ହତ୍ୟା। ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ସାରା ଭାରତ। ଅର୍ଥନୀତିଠାରୁ ନେଇ କୂଟନୀତି ଓ ପ୍ରତିରକ୍ଷାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ଦାବି କରିଥିଲେ ଭାରତୀୟ।
ଭାରତର କଠୋର ପଦକ୍ଷେପ
୨୩ ଅପ୍ରେଲରେ ପାକିସ୍ତାନ ଉପରେ ତୁରନ୍ତ ପଦକ୍ଷେପ ନେଇଥିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା ସିସିଏସ ବୈଠକ। ଯେଉଁଥିରେ ଭାରତ ନେଇଥିଲା ଏକ ଐତିହାସିକ ନିଷ୍ପତ୍ତି। ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଭାରତ ସ୍ଥଗିତ ରଖିଥିଲା। ଯାହାକୁ ନେଇ ବିଚଳିତ ହୋଇ ପଡିଥିଲା ପାକିସ୍ତାନ। କାରଣ ସିନ୍ଧୁ ଜଳ ପାକିସ୍ତାନର ଜଳସେଚନ ବ୍ୟବସ୍ଥାର ଏକ ବଡ ଅଂଶ। ପାକିସ୍ତାନ ଜାଣିଛି ଯୁଦ୍ଧ ସମୟରେ ଭାରତ ସିନ୍ଧୁ ଓ ଅନ୍ୟ ନଦୀମାନଙ୍କ ଜଳକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରି ପାକିସ୍ତାନରେ ବନ୍ୟା ବା ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ପାରିବ।
📱 Get Argus News App
✨ଅପରେସନ ସିନ୍ଦୂର ଭାଙ୍ଗିଲା ପାକ୍ର ଅଣ୍ଟା
୧୫ ଦିନର ପ୍ଲାନକୁ ଅପରେସନ ସିନ୍ଦୂର ମାଧ୍ୟମରେ ମାତ୍ର ୨୫ ମିନିଟ୍ରେ ଶେଷ କରିଦେଲା ଭାରତ। ଆର୍ମି , ଏୟାରଫୋର୍ସ ଓ ନେଭିର ମିଳିତ ଅପରେସନରେ ଭୁଷୁଡି ପଡିଲା ଆତଙ୍କୀ ଆଡ୍ଡା। ପାକିସ୍ତାନରେ ୪ ଓ ପିଓକେରେ ୫ଟି ଆତଙ୍କୀ ଆଡ୍ଡାରେ ଏୟାର ଷ୍ଟ୍ରାଇକ କରି ଉଡାଇ ଦେଲା ଭାରତ। ମୃତ୍ୟୁ ହୋଇଥିଲା ୧୦୦ ରୁ ଅଧିକ ଆତଙ୍କୀଙ୍କର। ଯେଉଁଥିରେ ମରିଥିଲେ ପାକିସ୍ତାନର ୫ କୁଖ୍ୟାତ ଆତଙ୍କବାଦୀ। ମୁଦାସର ଖାଦିଆନ, ଖଲିଦ, ହାଫିଜ ଜମିଲ, ୟୁସୁଫ ଅଜହର ଏବଂ ହାସନ ଖାନ। ଏମାନେ କୁଖ୍ୟାତ ଆତଙ୍କବାଦୀ ମୋଷ୍ଟ ଓ୍ବାଣ୍ଟେଡ୍ ହାଫିଜ ସଇଦ ଏବଂ ମାସୁଦ ଅଝାର ନିର୍ଦ୍ଦେଶରେ କାମ କରୁଥିଲେ। ଏମାନଙ୍କ ମଧ୍ୟରୁ ହମ୍ମଦ ୟୁସୁଫ ଅଜହର ହେଉଛି ମାସୁଦ ଅଜହରର ଶଳା ।
ସେ ମଦ୍ରାସାରେ ଅସ୍ତ୍ରଶସ୍ତ୍ର ତାଲିମ ପରିଚାଳନା କରୁଥିଲା। ଜମ୍ମୁରେ ହୋଇଥିବା ଏକାଧିକ ଆତଙ୍କୀ ଆକ୍ରମଣରେ ତାର ସମ୍ପୃକ୍ତି ରହିଛି। IC -814 ହାଇଜ୍ୟାକିଂ ମାମଲାରେ ସିଏ ମୋଷ୍ଟ ଓ୍ବାଣ୍ଟେଡ୍ ରହିଛି। ନେପାଳ କାଠ ମାଣ୍ଡୁରେ ଇଣ୍ଡିଆନ ଏୟାରଲାଇନ୍ସ ବିମାନ IC -814 କୁ ଅପହରଣ କରି ନେବାର ଷଡ଼ଯନ୍ତ୍ରରେ ସାମିଲ ଥିଲା। ଏହି ବିମାନ କାଠମାଣ୍ଡୁରୁ ଦିଲ୍ଲୀ ଯାଉଥିଲା। ବିମାନ ଅପହରଣ କରି ସର୍ତ୍ତ ରଖାଯାଇଥିଲା ମୌଲାନା ମସୁଦ ଅଜହର ସମେତ ୩ ଆତଙ୍କବାଦୀଙ୍କୁ ଛାଡି ଦେବାକୁ। ଏହି ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀରେ ଅପରେସନ ସିନ୍ଦୂରରେ ମୃତ୍ୟୁ ହୋଇଛି।
ଯାହାର ପ୍ରତିଜବାବରେ ଭାରତ ଉପରେ ସାମରିକ ଆକ୍ରମଣ କରିଥିଲା ପାକିସ୍ତାନ। ଡ୍ରୋନରେ ଭାରତର ବଡ ୩୬ ସହରରକୁ କରାଯାଇଥିଲା ଟାର୍ଗେଟ, ହେଲେ ଏହାକୁ ପଣ୍ଡ କରିଥିଲା ଭାରତୀୟ ସେନା। ପାକିସ୍ତାନ ଉପରେ ଘନଘନ ବିସ୍ଫୋରଣ କରି ପାକିସ୍ତାନର ଛାତି ଉପରେ କରିଥିଲା ବିସ୍ଫୋରଣ। ଇସ୍ଲାମାବାଦ ସମେତ କିଛି ପ୍ରମୁଖ ସହର ଲାହୋର, କରାଚୀ, ସିଆଲକୋଟ୍ ଆଦି ସ୍ଥାନ ଉପରେ ଜୋରଦାର ଆକ୍ରମଣ କରିଥିଲା ଭାରତ। ପାକିସ୍ତାନର ୮ ମିସାଇଲକୁ ନଷ୍ଟ କରିଥିଲା ଭାରତର S-୪୦୦।
ପାକିସ୍ତାନର ଆଧୁନିକ ବିମାନ F-16 ଏବଂ JF-17କୁ ଖସାଇ ଦିଆଯାଇଥିଲା। ଶେଷରେ ଭାରତର ପ୍ରଭାବୀ ଆକ୍ରମଣରେ ବୁଦ୍ଧିବଣା ହୋଇଗଲା ପାକ୍ ସେନାର। ଅସ୍ତ୍ର ବିରତି ପାଇଁ ଭାରତକୁ ଦେଇଥିଲା ପ୍ରଥମ ପ୍ରସ୍ତାବ। ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଗୁଳିବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଦୁଇଦେଶ ଏଥିରେ ସହମତି ହୋଇଥିଲେ ମାତ୍ର ଏହାର କିଛି ଘଣ୍ଟା ପରେ ପୁଣି ପାକିସ୍ତାନ ପଟୁ ପ୍ରଥମେ ଅସ୍ତ୍ରବିରତି ହୋଇଥିଲା।
ଘଟଣାକୁ ନେଇ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏକ ପ୍ରତିକ୍ରିୟାରେ କହିଛନ୍ତି ଭାରତୀୟ ସଶସ୍ତ୍ର ବାହିନୀକୁ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖାରେ ସୀମା ଉଲ୍ଲଂଘନର କଡ଼ା ମୁକାବିଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତର ପ୍ରତିଶୋଧ ପରେ, ପାକିସ୍ତାନ ନିଜର ସ୍ଥାନ ବୁଝିପାରିଲା ଏବଂ ଚୁପ୍ ରହିଲା। ସୀମାରେ ସମ୍ପୂର୍ଣ୍ଣ ଶାନ୍ତି ରହିଛି।