Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

War / କାହିଁକି ହୁଏ ଯୁଦ୍ଧ ? କ'ଣ ରହିଛି ଏହା ପଛର କାରଣ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·6 months ago·2 min read
କାହିଁକି ହୁଏ ଯୁଦ୍ଧ ? କ'ଣ ରହିଛି ଏହା ପଛର କାରଣ ଜାଣନ୍ତୁ...
War

Key Points

ଯୁଦ୍ଧ କାହିଁକି ହୁଏ ?
ଆମ ଭିତରେ କ'ଣ କିଏ ପାଗଳ ରହିଛି କି ?
ଯାହାକୁ କଟା ମୁଣ୍ଡ, ଖଣ୍ଡ ବିଖଣ୍ଡତ ମୃତ ଦେହକୁ ଦେଖିଲେ ମନକୁ ଶାନ୍ତି ମିଳେ । 
ଗୋଟିଏ ଦେଶ କ'ଣ ପାଇଁ ଆଉ ଗୋଟିଏ ଦେଶ ଉପରେ ଆକ୍ରମଣ କରେ । 

ଯୁଦ୍ଧର ନାଁ ଶୁଣିଲେ ମନ ଭିତର ଆନ୍ଦୋଳିତ ହୋଇଯାଏ । ମନରେ ଏକ ଭୟଙ୍କର ଭୟ ସୃଷ୍ଟି ହୁଏ । ଏବେ ବିଶ୍ଵରେ ଅନେକ ଦେଶରେ ଯୁଦ୍ଧ ଲାଗି ରହିଛି । ହେଲେ କ'ଣ ପାଇଁ ? ସବୁଠାରୁ ଆଶ୍ଚର୍ଯ୍ୟ କରିବା କଥା ହେଉଛି ଶତ୍ରୁ ଦେଶର ରକ୍ତାକ୍ତ ଶରୀର କି ମୃତ ଦେହକୁ ଦେଖିପାଇଁ ଯୁଦ୍ଧ ହୁଏ ନାହିଁ । ଯୁଦ୍ଧ କରାଯାଏ କୌଣସି ଦଶର ମନୋବଳକୁ ଭାଙ୍ଗିବା ପାଇଁ । ମନୋବଳକୁ ଏତେ ମାତ୍ରାରେ ଭାଙ୍ଗିଦିଆଯାଏ ଯେମିତି ଆମ ଇଚ୍ଛାରେ ସନ୍ଧି କରିବ ଶତ୍ରୁ ଦେଶ । ଆମର ପ୍ରତ୍ୟକଟି କଥା ମାନିବାକୁ ବାଧ୍ୟ ହେବ ଶତ୍ରୁ ଦେଶ । ଆମ ପାଇଁ ଶତ୍ରୁ ଦେଶ ତା ଜୀବନ ଦେବାକୁ ବି ପଛାଇବ ନାହିଁ ଏବଂ ଏତେ ମାତ୍ରାରେ ମନୋବଳକୁ ଭାଙ୍ଗିଦିଆଯିବ ଯେ ଶତ୍ରୁ ଦେଶ ଉପରେ ହକ ସାବ୍ୟସ୍ତ କରିପାରିବ।

ମନୋବଳକୁ ଭାଙ୍ଗିବା ପାଇଁ କେଉଁଠାରେ ଆକ୍ରମଣ କରନ୍ତି ଶତ୍ରୁ । ପ୍ରଥମେ ମନ୍ଦିର ଉପରେ ଆକ୍ରମଣ ହୁଏ । ମନ୍ଦିରର ଧନ ସମ୍ପତ୍ତିକୁ ଲୁଟପାଟ କରାଯାଏ । ତାପରେ ପ୍ରତିଟି ଦେଶର ଗାଁ ଗଣ୍ଡାକୁ ଜାଳିଦିଆଯାଏ । ଦେଶର ସଭ୍ୟତାକୁ ନଷ୍ଟ କରିଦିଆଯାଏ। ଏମିତି କରିବା ପରେ ଯେଉଁ ଦେଶର ଜନତା ଶକ୍ତ ନଥିବେ ସେହି ଦେଶ ଆପେ ଆପେ ଭାଙ୍ଗିପଡ଼େ । ବିଶ୍ଵରେ ଯେତେ ବି ଯୁଦ୍ଧ ହେଉଛି ଗୋଟିଏ ଦେଶ ଆଉ ଗୋଟିଏ ଦେଶ ଉପରେ ନିଜର ହକ୍‌ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି ।

ଯେମିତି ଆଜି ଭାରତ ରହିଛି... ସ୍ଵତନ୍ତ୍ର ଭାରତ ଆଗରୁ ଏମିତି ନଥିଲା । ଏମିତି ଆକ୍ରମଣ ଭାରତ ଉପରେ ଅନେକ ଥର ହୋଇଛି । ଭାରତକୁ ଭାଙ୍ଗିବା ପାଇଁ ଅନେକ ଥର ଚେଷ୍ଟା କରାଯାଇଛି । ଇତିହାସକୁ ଦେଖିଲେ ଭାରତର ମାଟି କେତେ ଯେ ସଂଗ୍ରାମୀ ମାନଙ୍କର ରକ୍ତରେ ଭିଜିଛି ତାକୁ ହିସାବ କରିବା ବି ଅସମ୍ଭବ । ଆମ ପୂର୍ବ ପୂରୁଷ ମାନେ ଅନେକ ନିର୍ଯ୍ୟାତନା ସହିଛନ୍ତି । ବର୍ଷ ବର୍ଷ ଧରି ସ୍ଵତନ୍ତ୍ର ଭାରତ ପାଇଁ ଅନେକ ବଳିଦାନ ଦେଇଛନ୍ତି । ଆମ ଗାଁକୁ ଜାଳିଦିଆଗଲା । ଆମ ସଭ୍ୟତାକୁ ନଷ୍ଟ କରିଦିଆଗଲା । ଆମ ମନ୍ଦିରକୁ ଲୁଟିନିଆଗଲା ଭାଙ୍ଗିକି ମାଟିରେ ମିଶାଇ ଦିଆଗଲା । ଆଉ ଆମେ ଏକ ମୁକ ଦର୍ଶକଙ୍କ ଭଳି ଅସହାୟତା ଭାବରେ କେବଳ ଦେଖିକି ରହିଗଲେ। ଇତିହାସ ଆମକୁ ଏକ ଚ୍ୟାଲେଞ୍ଜ ଦେଇଛି କି ଆମକୁ ଆମ ଇତିହାସର ପ୍ରତିଶୋଧ ନେବା ଦରକାର।

ଆମର ଏକ ବିକଶିତ ସଭ୍ୟତା ଥିଲା। ଆମେ କାହାର ମନ୍ଦିର ଭାଙ୍ଗି ନଥିଲେ। ଆମେ କାହାର ଦେଶକୁ ଯାଇ ଲୁଟପାଟ କରିନେ। ଆମେ କୌଣସି ଦେଶ ଉପରେ ଆଗୁଆ ଆକ୍ରମଣ କରିନେ। କିନ୍ତୁ ଇତିହାସ ଆମ ଉପରେ ଅନେକ ଦାଉ ସାଧିଛି। ଏହାକୁ ଯଦି ଭାରତର ଆଗାମୀ ପିଢ଼ି ଭୁଲିଯିବେ ତାହାଲେ ଭାରତ ପାଇଁ ଏହା ସବୁ ଠାରୁ ବଡ଼ ଦୁଃଖ ହେବ। ଯଦି ଆପଣମାନଙ୍କ ଭିତରେ ଇଚ୍ଛାଶକ୍ତି ଥିବ ତେବେ ଯାଇ ରାଷ୍ଟ୍ରର ମନୋବଳ ବଢ଼ିବ ।

ଶହ ଶହ ସଂଗ୍ରାମୀଙ୍କ ସହ ଭଗତ ସିଂଙ୍କୁ ଫାଶୀର ସାମ୍ନା କରିବାକୁ ପଡ଼ିଲା। ଶୁବାଷ ବୋଷଙ୍କୁ ଜୀବନ ସାରା ସଂଘର୍ଷ କରିବାକୁ ପଡ଼ିଲା। ମହାତ୍ମା ଗାନ୍ଧିଙ୍କୁ ସତ୍ୟାଗ୍ରହ କରିବାକୁ ପଡ଼ିଲା। ଅଗଣିତ ଲୋକଙ୍କୁ ନିଜ ଜୀବନ ଦେବାକୁ ପଡ଼ିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
War | Why Do Wars Happen? Know the Real Reasons Behind Conflicts | Argus News