Videos
|
National

ରାତିରେ ଫୋନ ଚାର୍ଜ କଲେ ଫାଟେ କାହିଁକି?

Arpita Mohanty
Browse all articles by Arpita Mohanty
·2 years ago·2 min read
ରାତିରେ ଫୋନ ଚାର୍ଜ କଲେ ଫାଟେ କାହିଁକି?

ଅର୍ଗସ ବ୍ୟୁରୋ : ଆମେ ସମସ୍ତେ ଆଣ୍ଡ୍ରଏଡ଼ ଫୋନ ବ୍ୟବହାର କରୁ । ଦିନରାତି ସବୁବେଳେ ଫୋନ୍‌ରେ ଆମେ ବ୍ୟସ୍ତ ରହୁ । ଅତ୍ୟଧିକ ଫୋନ୍‌ ୟୁଜ୍‌ କରିବା କାରଣରୁ ଚାର୍ଜ ସରେ ଆଉ ଆମେ ଚାର୍ଜ ବି କରୁ । ହେଲେ ଜାଣିଛନ୍ତି କେଉଁ ସମୟରେ ଫୋନ୍‌ ଚାର୍ଜ କରିବା କଥା ଆଉ କେତେ ମାତ୍ରାରେ ଚାର୍ଜ କରିବା ଉଚିତ୍ ? ମୋବାଇଲ ବ୍ୟବହାରକାରୀ ଫୋନର ବ୍ୟାଟେରୀ ଓ ଚାର୍ଜିଂ ପାଇଁ ବିଶେଷ ଚିନ୍ତାରେ ଥାଆନ୍ତି । କାରଣ ଫୋନ୍ ଅନେକ ସମୟରେ ବିସ୍ଫୋରଣ ହେବାର ଘଟଣା ଆମେ ଜାଣିଛେ। ହେଲେ ଫୋନ୍‌ କାହିଁକି ବିସ୍ଫୋରଣ ହୁଏ ତାହାକୁ ନେଇ କାହା ପାଖରେ ନିର୍ଦ୍ଧିଷ୍ଟ ଉତ୍ତର ନାହିଁ । ହେଲେ ସାରା ରାତି ଫୋନ୍‌ ଚାର୍ଜରେ ବସିଲେ ଏହା କ୍ଷତିକାରଣ ହୋଇପାରେ ।

ଆଜିକା ଦିନରେ ବଜାରରେ ଉପଲବ୍ଧ ସ୍ମାର୍ଟଫୋନ୍‌ ଗୁଡିକର ଜ୍ଞାନକୌଶଳ ବି ବହୁତ ସ୍ମାର୍ଟ । କାରଣ ସେଥିରେ ଡାଟା ଓଭରଲୋଡ୍ ହେବାର କୌଣସି ସମସ୍ୟା ନଥାଏ । ଫୋନ୍ ଭିତରେ ଥିବା ପ୍ରୋଟେକ୍ଟିଭ୍ ଚିପ୍ସ ଫୋନ୍‌କୁ ଓଭର ଲୋଡ କରିବାକୁ ହିଁ ଦିଏ ନାହିଁ । ଫୋନ୍‌ରେ ଥିବା ଲିଥିୟମ୍-ଆୟନ ବ୍ୟାଟେରୀ ତାର କ୍ଷମତା ଶତପ୍ରତିଶତ ପହଞ୍ଚିବା ମାତ୍ରେ ବ୍ୟାଟେରୀ ଚାର୍ଜିଂ ଆପେ ଆପେ ବନ୍ଦ ହୋଇଯାଏ । କିନ୍ତୁ, ଯଦି ଆପଣ ଫୋନକୁ ରାତିରେ ଚାର୍ଜରେ ବସେଇକି ଛାଡିଦିଅନ୍ତି, ତାହେଲେ ଏହା ଫୋନର ବ୍ୟାଟେରୀ ଉପରେ ଅଧିକ ପ୍ରଭାବ ପକାଇଥାଏ। ଏଠାରେ ସ୍ପଷ୍ଟ କରୁଛୁ କି, ରାତିରେ ଫୋନ ଚାର୍ଜ କରନ୍ତୁ କିନ୍ତୁ ଚାର୍ଜ ହେବା ମାତ୍ରେ ବାହାର କରିଦିଅନ୍ତୁ । ଚାହିଁଲେ ଆପଣ ସ୍ମାର୍ଟ ପ୍ଲଗ୍ ବି ବ୍ୟବହାର କରିପାରିବେ ।  ହେଲେ ଫୋନ ୯୯ ପ୍ରତିଶତ ଚାର୍ଜ ହେବା ପରେ ଫୋନ୍‌କୁ କାଢି ଦିଅନ୍ତୁ । ନଚେତ୍‌ ଏହା ହାନିକାରକ ହୋଇପାରେ । ଏହାସହ ଶୋଇବା ସମୟରେ କେବେ ହେଲେ ତକିଆ ତଳେ ଫୋନ୍‌ ରଖି ଶୁଅନ୍ତୁ ନାହିଁ । ନଚେତ୍‌ କ୍ଷତିକାରକ ହୋଇପାରେ। 

ଅଧିକ ପଢ଼ନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
phone | Argus News