Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଦେଶରେ କାହିଁକି ଗଚ୍ଛିତ ରହେ ସୁନା?

National

ବିଦେଶରେ କାହିଁକି ଗଚ୍ଛିତ ରହେ ସୁନା?

Arpita Mohanty
Browse all articles by Arpita Mohanty
·2 years ago·2 min read
ବିଦେଶରେ କାହିଁକି ଗଚ୍ଛିତ ରହେ ସୁନା?

ଅର୍ଗସ ବ୍ୟୁରୋ: ଆରବିଆଇ ବ୍ରିଟେନରେ ଗଚ୍ଛିତ ଥିବା ଭାରତର 100 ମେଟ୍ରିକ୍ ଟନ୍ ସୁନାକୁ ଘରୋଇ ଭାଲ୍ଟକୁ ସ୍ଥାନାନ୍ତର କରିଛି। ଯାହା ଭାରତ ପାଇଁ ଏକ ଐତିହାସିକ ମୁହୁର୍ତ୍ତ। କିନ୍ତୁ କାହିଁକି ଭାରତର ସୁନା ବିଦେଶରେ ରଖାଯାଏ ? କଣ ବିଦେଶରେ କେବଳ ଏତିକି ସୁନା ଥିଲା? ଏହା ପଛରେ କଣ ରହିଛି କାରଣ ଜାଣନ୍ତୁ।

କାହିଁକି ବିଦେଶରେ ସୁନା ରଖାଯାଏ ?
ଯେତେବେଳେ ସୁନାର ପରିମାଣ ଅଧିକ ଥାଏ ଆଉ ତାକୁ ନିଜ ଦେଶରେ ରଖିବା ସୁରକ୍ଷିତ ଅନୁଭବ ହୁଏନାହିଁ ସେତେବେଳେ ସୁନା ବିଦେଶରେ ରଖାଯାଇଥାଏ ଆଉ ଏଥିପାଇଁ ବିଦେଶ ବ୍ୟାଙ୍କକୁ ଅର୍ଥ ମଧ୍ୟ ଦିଆଯାଇଥାଏ। 1991 ମସିହାରେ ଯେତେବେଳେ ଭାରତର ଆର୍ଥିକ ଅବସ୍ଥା ଠିକ୍ ନଥିଲା ସେଥିପାଇଁ ଭାରତର ସୁନାକୁ ବିଦେଶରେ ରଖିବାକୁ ପଡିଥିଲା। ବର୍ତ୍ତମାନ ସବୁ ସୁନା ଅଣାଯାଇନାହିଁ। ତଥ୍ୟ ଅନୁଯାୟୀ ରିଜର୍ଭ ବ୍ୟାଙ୍କରେ ସମୁଦାୟ 822 ଟନ୍ ସୁନା ରହିଛି। ଏଥିରୁ କେବଳ 308 ଟନ୍ ସୁନା ଭାରତରେ ଅଛି ବାକି ବିଦେଶରେ ଥିବା ସମୁଦାୟ 514 ଟନ୍ ରୁ ୟୁକେରୁ ଅଣାଯାଇଛି 100 ଟନ୍। ତେବେ ପ୍ରଶ୍ନ ହେଉଛି ବିଦେଶରେ ସୁନା ରଖିବା କେତେ ସୁରକ୍ଷିତ? 

ନିକଟରେ ୟୁଏସଏ ଏବଂ ଇଉରୋପିଆନ ୟୁନିଅନ ରୁଷିଆର ଡିପୋଜିଟ ସହିତ ଯାହା କରିଥିଲେ ସେ ଦୃଷ୍ଟିରୁ ଏହା ଅସୁରକ୍ଷିତ । ୟୁକ୍ରେନ ସହିତ ଯୁଦ୍ଧ ପୂର୍ବରୁ ରୁଷିଆର ବୈଦେଶିକ ବିନିମୟ ସଂରକ୍ଷଣ ସୁନା ଏବଂ ଅନ୍ୟ ସମ୍ପତ୍ତି ଇୟୁରୋପ ଏବଂ ୟୁଏସଏରେ ଥିଲା। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଫଳରେ ୟୁଏସଏ ଏବଂ ଇଉରୋପିଆନ ୟୁନିଅନ ରୁଷିଆର ସବୁ ସମ୍ପତ୍ତି ରଦ୍ଧ କରିଦେଇଥିଲେ। 

ବିଦେଶରେ କେଉଁ ବ୍ୟାଙ୍କ ଗୁଡିକ ସୁନା ରଖେ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡବ୍ଲୁଜିସି ଅନୁଯାୟୀ ସୁନା କିଣୁଥିବା ଶ୍ରେଷ୍ଠ ପାଞ୍ଚଟି କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଆରବିଆଇ ରହିଛି। ସିଙ୍ଗାପୁରର ମୁଦ୍ରା ଅଥରିଟି, ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଏବଂ ତୁର୍କୀର ସେଣ୍ଟ୍ରାଲ ବ୍ୟାଙ୍କ ଭଳି ଅନେକ କେନ୍ଦ୍ରୀୟ ବ୍ୟାଙ୍କ ଡଲାରର ଅବନତି, ନକାରାତ୍ମକ ସୁଧ ହାର ଏବଂ ସେମାନଙ୍କର ବୈଦେଶିକ ମୁଦ୍ରା ଭଣ୍ଡାରକୁ ବିବିଧ କରିବା ଉଦ୍ଦେଶ୍ୟରେ ସୁନା କିଣୁଛନ୍ତି। 

ଆରବିଆଇ ଏହାର ସୁନା ଭଣ୍ଡାରକୁ ବିଦେଶୀ ଭାଲ୍ଟରେ କାହିଁକି ରଖେ?
ଅନ୍ୟାନ୍ୟ ଦେଶ ପରି ଭାରତ ମଧ୍ୟ ଏହାର ଗଛ୍ଛିତ ସୁନା ଭଣ୍ଡାରର ଏକ ମହତ୍ୱପୂର୍ଣ୍ଣ ଅଂଶ ବିଦେଶୀ ଭାଲ୍ଟରେ ଗଚ୍ଛିତ କରେ। ଭାରତ ଅର୍ଥନୈତିକ ଏବଂ ସୁରକ୍ଷା ଦୃଷ୍ଟିରୁ କିଛି ନିର୍ଦ୍ଧିଷ୍ଟ ପଦ୍ଧତିକୁ ଆପଣାଇ ପୃଥିବୀର ବିଭିନ୍ନ ଦେଶରେ ନିଜର ସୁନାକୁ ଗଚ୍ଛିତ ରଖିଥିଲା। ଜିଓ ପଲିଟିକାଲ ଓ ଆଂଚଳିକ ଦ୍ୱନ୍ଦ ସହିତ ଜଡିତ ଥିବା କିଛି ସମସ୍ୟା ପାଇଁ ଦେଶମାନେ ଏପରି ଭାବେ ନିଜ ସୁନାକୁ ଅନ୍ୟ ଦେଶର ବ୍ୟାଙ୍କରେ ଗଚ୍ଛିତ ରଖିୁଥିଲେ। କିନ୍ତୁ ବର୍ତ୍ତମାନ ଭାରତର ଏହି ପଦକ୍ଷେପ ଦ୍ୱାରା ଦେଶର ସୁନା ସୁରକ୍ଷିତ ରହିବା ସହିତ ଅର୍ଥନୈତିକ ହାନି ବି ହେବନାହିଁ।

ଅଧିକ ପଢନ୍ତୁ ଭାରତ ଖବର

Argus Whatsapp Channel Mobile Top
Sponsored
gold | Argus News