Videos
|
National

 ହାତକୁ ଦିହାତ ହେବେ ଅନନ୍ତ-ରାଧିକା 

Manini Pattanayak
Browse all articles by Manini Pattanayak
·2 years ago·2 min read
 ହାତକୁ ଦିହାତ ହେବେ ଅନନ୍ତ-ରାଧିକା 

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଛୋଟବେଳର ଦୁଇ ସାଙ୍ଗ ଅନନ୍ତ ଅମ୍ବାନୀ ଏବଂ  ରାଧିକା ମର୍ଚେଣ୍ଟ।  ହାତଗଣ୍ଠି ପଡିବାକୁ ଆଉ ଅଳ୍ପ ଦିନର  ଅପେକ୍ଷା। ଜୁଲାଇରେ ବିବାହ କିନ୍ତୁ ମାର୍ଚ୍ଚ ୧ରୁ ଆରମ୍ଭ ହୋଇଯିବ ବିବାହ ଉତ୍ସବ। ଦେଶ ବିଦେଶର  ଅତିଥିଙ୍କ ଆଗମନ ଆରମ୍ଭ  ହେବ ମାର୍ଚ୍ଚଠୁ।  ତେବେ ଆପଣ ଜାଣିଛନ୍ତି କି ରାଧିକା- ଅନନ୍ତ ବିବାହ ପାଇଁ କେଉଁ ସ୍ଥାନ ପସନ୍ଦ କରିଛନ୍ତି ?  ଆଜ୍ଞା ଗୁଜୁରାଟର  ଜାମନଗର ରେ  ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଦୁଇ ସାଥି। ଦେଶ ବିଦେଶର ବିଶିଷ୍ଠ ବ୍ୟକ୍ତି ବିଶେଷ  ଜାମନଗରରେ ପହ୍ଞ୍ଚି  ଅନନ୍ତ ରାଧିକାଙ୍କୁ ନୂଆ ଜୀବନ ଆରମ୍ଭର ଶୁଭେଚ୍ଛା ଜଣାଇବେ।  ୨୦୨୪ର  ସବୁଠାରୁ ବଡ ଇଭେଣ୍ଟ ହେବାକୁ ଯାଉଛି ଏହି ବିବାହ।  

ଅନନ୍ତଙ୍କ ଅପେକ୍ଷା ଜାମନଗରକୁ ଖୁବ ଭଲପାଆନ୍ତି ରାଧିକା

 ଜାମନଗର ସହ ଅନନ୍ତଙ୍କ ଏକ ସ୍ୱତନ୍ତ୍ର ସମ୍ପର୍କ। ଏହି ସ୍ଥାନ ଅନନ୍ତଙ୍କ ଜେଜେ ମାଙ୍କ  ଜନ୍ମ ଭୁମି ଏବଂ ଜେଜେମାଙ୍କ କର୍ମଭୂମି।  ଯେଉଁଥିପାଇଁ   ପ୍ରି-ଓ୍ୱଡିଙ୍ଗ ଫଙ୍କସନ ପାଇଁ ଏହି ସ୍ଥାନ ବଛା ଯାଇଛି। ତେବେ ଅନନ୍ତଙ୍କଠାରୁ ରାଧିକାଙ୍କୁ ଜାମନଗର ଖୁବ ପସନ୍ଦ।  ଏ ସମ୍ପର୍କରେ ଅନନ୍ତ କହୁନ୍ତି ମୋ ଠାରୁ ରାଧିକା ଏ ସ୍ଥାନକୁ ବହୁତ ଭଲ ପାହାନ୍ତି। 
 

ଛୋଟବେଳର ଦୁଇ ସାଙ୍ଗ ହେବାକୁ ଯାଉଛନ୍ତି ଜୀବନସାଥି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁକେଶ ଅମ୍ବାନି ଏବଂ ନିତା ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ଅନନ୍ତ ଏବଂ ରାଧିକା ପିଲାବେଳର ସାଙ୍ଗ। ଯଦିଓ ଉଭୟ ଭ ଅଲଗା ଅଲଗା ସ୍କୁଲ  ଏବଂ କଲେଜରୁ ପାଠ ପଢିଛନ୍ତି କିନ୍ତୁ ଉଭୟେ ପରସ୍ପରର ଅତ୍ୟନ୍ତ ବିଶ୍ୱସ୍ତ ବନ୍ଧୁ ରହିଥିଲେ । ଯାହା  ସେମାନଙ୍କ ମଧ୍ୟରେ ଥିବା ନିବିଡ ପ୍ରେମର କାରଣ  ପାଲଟିଥିଲା।  ଅନନ୍ତ ଅମ୍ବାନୀଙ୍କ ମୋଟାପା ସମସ୍ୟା ପରେ ମଧ୍ୟ ରାଧିକା  ତାଙ୍କୁ ଛାଡି ନଥିଲେ। ଜୀବନସାଥି କରିବା ପାଇଁ ସ୍ଥିର କରିନେଇଥିଲେ।  ରାଧିକା ଏହା ବୁଝିଥିଲେ  ଜଣେ ବନ୍ଦୁ ହିଁ ଜଣେ ଉତ୍ତମ ଜୀବନସାଥି ହୋଇପାରିବ। ଅନନ୍ତ ରାଧିକାଙ୍କର ଜଣେ  ଭଲ ବନ୍ଧୁ ଥିଲେ ଏବେ ଜୀବନସାଥି ହେବାକୁ ଯାଉଛନ୍ତି। 
ଅଧିକ  ଦେଖନ୍ତୁ : 

Why Gujarat's Jamnagar was chosen for Anant Ambani and Radhika Merchant's pre-wedding celebrations | Argus News