ଦିଲ୍ଲୀ କଣ ପାଇଁ ସବୁବେଳେ ଶାସକଙ୍କ ପ୍ରଥମ ପସନ୍ଦ ରହିଆସିଛି ?

Key Points
ଦିଲ୍ଲୀ କଣ ପାଇଁ ସବୁବେଳେ ଶାସକଙ୍କ ପ୍ରଥମ ପସନ୍ଦ ରହିଆସିଛି ?
ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ରାଜଧାନୀ ଦିଲ୍ଲୀ ଉପରେ ହିଁ କାହିଁକି, କେନ୍ଦ୍ରିଭୁତ ?
ଦେଶର ପଲିଟିକାଲ ଏପିସେଣ୍ଟର କିମ୍ବା ରାଜନିତୀକ କ୍ଷମତା କେନ୍ଦ୍ର ଦିଲ୍ଳୀକୁ କୁହାଯାଏ, ହେଲେ କାହିଁକି ?
ଦିଲ୍ଳୀର ରାଜନୀତିରେ ଯେମିତି ଘଡ଼ିକେ ଘୋଡ଼ା ଛୁଟେ, ସେମିତି ଇତିହାସ ବି ବେଶ ରୋଚକ
କଥାରେ ଅଛି ଯିଏ ଦିଲ୍ଲୀ ସିଂହାସନରେ ବସିବ ସେ ସାରା ହିନ୍ଦୁସ୍ତାନ ଉପରେ ରାଜ କରିବ। ପ୍ରାଚୀନକାଳରୁ ନେଇ ଆଜିର ସମୟ ଯାଏଁ ଦିଲ୍ଲୀ ସମ୍ପୂଣ ଭାରତ ଦେଶରେ ସବୁଠାରୁ ଗୁରୁତ୍ବପୂର୍ଣ ସ୍ଥାନ ହାସଲ କରିଛି ଓ କରୁଥିବ ମଧ୍ୟ। ମହାଭାରତ ସମୟରୁ ନେଇ ଆଜି ଯାଏଁ ଦିଲ୍ଲୀକୁ ନେଇ ଅନେକ କଥା-କାହାଣୀ ଏୈତିହାସିକ ଓ ଗବେଷକ ମାନେ କୁହନ୍ତି। ମହାଭାରତରୁ ନେଇ ବିକସିତ ଭାରତ ଯାଏଁ ବଢ଼ୁଛି ଦେଶ, ଆଉ ସେହି ତୁଳନାରେ ଦେଶର ରାଜଧାନୀ ଦିଲ୍ଲୀରେ ବି ଆଧୁନିକ ହେଉଛି ଭିତ୍ତିଭୂମି।
ମହାଭାରତ ସମୟରେ ପାଣ୍ଡବ ମାନେ ଦିଲ୍ଲୀକୁ ନିଜ ରାଜଧାନୀ ବନାଇ ଥିଲେ। ସେହି ସମୟରେ ଏହି ସହରକୁ ଇନ୍ଦ୍ରପ୍ରସ୍ଥ ନାମରେ ଜଣାଯାଏ।ଆଜି ବି ଦିଲ୍ଲୀ ଭାରତର ରାଜଧାନୀ ଭାବେ ସାରା ବିଶ୍ବରେ ଜଣା-ସୁଣା। ୭ମ ଶତାବଦୀରୁ ନେଇ ୧୯ତମ ଶତାବଦୀ ସମୟ ଯାଏଁ ୧୧ ରାଜବଂଶ ମାନେ ଦିଲ୍ଲୀରେ ଶାସନ କରିଛନ୍ତି । ଯାହା ମଧ୍ୟରୁ ଅନେକ ଶାସକ ଦିଲ୍ଲୀ ସିଂହାସନରେ ମଧ୍ୟ ବିରାଜାମାନ ହେୋଇଛନ୍ତି। ରାଜପୂତରୁ ନେଇ ମେୋଗଲ,ମେୋହମ୍ମଦ ଗେୋରୀରୁ ନେଇ ଖିଲଜୀ, ଶେର ସାହ ବଂଶ ଠାରୁ ନେଇ ଇଙ୍ଗ୍ରେଜ ବି ସମସ୍ତଙ୍କ ପ୍ରଥମ ଲକ୍ଷ୍ୟ ରାଜଧାନୀ ଦିଲ୍ଲୀ ଉପରେ ହିଁ କାହିଁକି, କେନ୍ଦ୍ରିଭୁତ?
ଦିଲ୍ଲୀ କଣ ପାଇଁ ସବୁବେଳେ ଶାସକଙ୍କ ପ୍ରଥମ ପସନ୍ଦ ରହିଆସିଛି ?
ଦିଲ୍ଲୀ ସହରର ସ୍ଥାପନା କେମିତି ହେଲା?
ଦିଲ୍ଲୀର କାଶୀ,ମଥୁରା କିମ୍ବା ଅଯେୋଧ୍ୟା ଭଳି କୌଣସି ଧାର୍ମିକ ଇତିହାସ ମଧ୍ୟ ରହିନାହିଁ,ଏହା ପରେ ବି ହଜାରେ ବର୍ଷ ଧରି ଦିଲ୍ଲୀ ରାଗନୀତି ଓ ଅଥର୍ଥନୀତି,ସାଂସ୍କୃତିକ ଓ ଐତିହାସିକ କେନ୍ଦ୍ରସ୍ଥଳ ରହିଆସିଛି।
ଭାରତରେ ବିଦେଶୀ ଆକ୍ରମଣକାରୀଙ୍କ ପ୍ରବେଶ ବେଳେ ତାଙ୍କର ମଧ୍ୟ ପ୍ରଥମ ନଜର ଦିଲ୍ଲୀ ଉପରେ ଥିଲା। ନାଦିର ଶାହ ଭଳି ବହୁ ବିଦେଶୀ ଶାସକ ଦିଲ୍ଲୀକୁ ବହୁବାର ଲୁଟିଛନ୍ତି।
ଦେଶର ପଲିଟିକାଲ ଏପିସେଣ୍ଟର କିମ୍ବା ରାଜନିତୀକ କ୍ଷମତା କେନ୍ଦ୍ର ଦିଲ୍ଳୀକୁ କୁହାଯାଏ, ହେଲେ କାହିକି? କଣ ଆପଣ ଜାଣିଛନ୍ତି? ଦିଲ୍ଳୀର ରାଜନୀତିରେ ଯେମିତି ଘଡ଼ିକେ ଘେୋଡ଼ା ଛୁଟେ, ସେମିତି ଇତିହାସ ବି ବେଶ ରେୋଚକ।
ତେବେ ଆସନ୍ତୁ, ଦିଲ୍ଲୀର ସମ୍ପୂର୍ଣ ଇତିହାସ ଉପରେ ନଜର ପକାଇବା....
ରାଜସ୍ଥାନର ରାଜପୂତଙ୍କୁ ସମସ୍ତେ ଉଣା-ଅଧିକ ଜାଣନ୍ତି, ସେହି ରାଜପୂତ ବଂଶର ଶାସକଙ୍କୁ ଦିଲ୍ଲୀର ଅସଲ ସଂସ୍ଥାପକ କୁହାଯାଏ। ୭୩୬(AD)କିମ୍ବା ଖ୍ରୀଷ୍ଟପୂର୍ବ ବେଳେ ସବୁଠାରୁ ପ୍ରଥମେ ତୋମାର ରାଜବଂଶ ଦିଲ୍ଲୀରେ ରାଜ କରିବା ଆରମ୍ଭ କରିଥିଲେ। ଅନଙ୍ଗପାଲ ତୋମାର ଏହି ରାଜବଂଶର ପ୍ରଥମ ଶାସକ ଥିଲେ,ସେ ଦିଲ୍ଲୀରେ ଲାଲ କେୋର୍କାଟ ଫେୋର୍ଟର ନିର୍ମାଣ କଲେ। ଯାହାର ପାଖାପାଖୀ ଅଂଚଳରେ ଦିଲ୍ଲୀର ପ୍ରଥମ ସହର ଗଢ଼ି ଉଠିଲା। ଏହି କିଲ୍ଲାକୁ ଅବୁଲ ଫଜଲ କିଲା ରାୟ ପିଥୌରାର ନାମ ଦେଇଥିଲେ।ଏହା ସହ ଅନଙ୍ଗ ପାଲ ତେୋମାର ଦିଲ୍ଲୀରେ ଆଇରନ ପିଲାର ବି ଆଣିଥିଲେ, ଯାହା ଅଆଜି କୁତୁମ୍ଭ ମିନାର କମ୍ବଲେକ୍ସରେ ଅବସ୍ଥିତ। ଏହି ପିଲାର ସେଣ୍ଟ୍ରାଲ ଇଣ୍ଡିଆର ଉଦୟଗିରିରୁ ଅଣାଯାଇଥିଲା। ପାଖାପାଖୀ ୪୫୦ବର୍ଷ ଧରି ଦିଲ୍ଲୀରେ ତେୋମାର ବଂଶର ରାଜ ରହିଲା।
ତେୋମାର ବଂଶର ରାଜା ଅନଙ୍ଗ ପାଲ ତେୋମାରଙ୍କ-ଦ୍ବିତୀୟଙ୍କ ନାତି ପୃଥ୍ବିରାଜ ଚୌହାନ ଦିଲ୍ଲୀରେ ୧୧୮୦ରୁ ୧୧୯୨ ଯାଏଁ ଶାସନ କଲେ। ପୃଥ୍ବିରାଜ ଚୌହାନ ଜଣେ ମହାନ ଓ ସାହାସୀ ଯୋଦ୍ଦା ଥିଲେ, ସେ ଏହା ବି ଅନୂମାନ କରିପାରିଥିଲେ ଯେ ଇସଲାମି ଶାସକ ଭାରତରେ ପ୍ରବେଶ କରିବାର ଯେୋଜନାରେ ଅଛନ୍ତି। ପୃଥ୍ବିରାଜ ଚୌହାନ ସେହି ସମୟରେ ସବୁ ରାଜପୁତ ରାଜା ମାନଙ୍କୁ ଏକଜୁଟ କଲେ ଓ ବହୁ ମାତ୍ରାରେ ବିଦେଶୀ ଅଆକ୍ରମଣକାରୀଙ୍କ କ୍ଷଡଯନ୍ତ୍ରକୁ ପଣ୍ଡ ବି କରିଥିଲେ।
୧୨୦୦ଶତାବଦୀର ଶେଷାର୍ଦ୍ଦରେ ମେୋହମ୍ମଦ ଗେୋରି ସିନ୍ଧ ଓ ପଂଜାବ ରାଜ୍ୟକୁ ଜିତି ନେଲେ ଓ ଦିଲ୍ଲୀରେ କ୍ଷମତା ଅକ୍ତିଅଆର କରିବା ପାଇଁ ଚେଷ୍ଟା ବି କଲେ। ହେଲେ ପୃଥ୍ବିରାଜ ଚୌହାନ ତାଙ୍କ ସବୁ ଚାଲକୁ ବିଫଳ କରି ଦେଲେ। ପ୍ରକୃତରେ ରାଜପୂତ ରାଜା ତାଙ୍କ ସାହସ, ପରାକ୍ରମ ବ୍ୟତିତ ତାଙ୍କ ବଚନବଦ୍ଦତାକୁ ନେଇ ମଧ୍ୟ ର୍ଚଚ୍ଚାରେ ରହିଥାନ୍ତି। ସେ ପ୍ରକୃତ କ୍ଷେତ୍ରୀୟ ଧର୍ମର ପାଳନ କରି କେବେ ବି ନିଶସ୍ତ୍ର ଓ ନିଜ ଠାରୁ ଦୁର୍ବଳଙ୍କ ଉପରେ ଆକ୍ରମଣ କରୁନଥିଲେ।
ବର୍ଷ 1191ରେ ପୃଥ୍ବିରାଜ ଚୌହାନ-ମେୋହମ୍ମଦ ଗେୋରିଙ୍କୁ ବ୍ୟାଟଲ ଅଫ ଟରାଇନରେ ପରାସ୍ତ କରି ଦେଇଥିଲେ, ହେଲେ ତାଙ୍କୁ ଜୀବନରୁ ମାରିଲେ ନାହି। କିନ୍ତ ମେୋହମ୍ମଦ ଗେୋରିଙ୍କୁ ନ ମାରି ଛାଡ଼ି ଦେବା ପୃଥ୍ବିରାଜ ଚୌହାନଙ୍କୁ ବହୁତ ମହଙ୍ଗା ପଡ଼ିଲା।
ମୋହମ୍ମଦ ଗୋରି ପୂଣି ଥରେ ୧୧୯୨ରେ ପୃଥ୍ବିରାଜ ଚୌହାନଙ୍କ ସହ ଯୁଦ୍ଦ କଲେ, ହେଲେ ଏଥର ପୃଥ୍ବିରାଜ ଚୌହାନଙ୍କୁ ଅନ୍ୟ ରାଜପୁତ ରାଜାଙ୍କ ମର୍ମଥନ ମିଳିଲା ନାହିଁ,ଯେଉଁକାରଣରୁ ତାଙ୍କର ପରାଜୟ ହେଲା। ପୃଥ୍ବିରାଜ ଚୌହାନ ଦିଲ୍ଲୀର ଶେଷ ହିନ୍ଦୁ ଶାସକ ଭାବେ ଜଣା ଯାଆନ୍ତି।
ଏହା ପରେ ବଷର୍ଷ ୧୨୦୬ରେ ମେୋହମ୍ମଦ ଗୌରୀ ନିଜର ଗେୋଲାମ କୁତୁବୁଦ୍ଦୀନ ଏୈବକକୁ ଦିଲ୍ଲୀର ରାଜା ବନାଇ ଦେଲେ, ଆଉ ଏହି ବର୍ଷ ହିଁ ଦିଲ୍ଲୀ ସଳତନତ କିମ୍ବା ସୂଲତାନଙ୍କ କାଯ୍ୟାଳୟର ସ୍ଥାପନା ହେଲା। କାରଣ କୁତୁବୁଦୀନ ଏୈବକ ଜଣେ ସେବକ ଥିଲେ ତେଣୁ ତାଙ୍କ ରାଜବଂଶର ନାମ ବି ଗେୋଲାମ ରାଜବଂଶ କିମ୍ବା ସ୍ଲେଭ ଡାଏନାଷ୍ଟି ଦିଆ ଗଲା। କୁତୁବୁଦୀନ ଦୟାଳୁ ଶାସକ ଥିଲା ଯିଏ କି ଦରକାର ସମୟରେ ପ୍ରଜାଙ୍କୁ ସାହାଯ୍ୟ କରେ, ତାଙ୍କୁ ଆବଶ୍ୟକ ସାମଗ୍ରୀ ଯେୋଗାଇ ଦେଇଥାଏ। ସେଥିପାଇଁ ତାକୁ ଲଖବକ୍ଶ ନାମ ବି ଦିଆଯାଇଥିଲା। କୁତୁବୁଦ୍ଦୀନ ଏୈବକ ହି ଦିଲ୍ଲୀରେ କୁତୁବମିନାର ନିର୍ମାଶ ଆରମ୍ଭ କରିଥିଲେ। ଏହା ସହ ଅଢ଼ାଇ ଦିନ କା ଝେୋପଡ଼ା ଭଳି ଏୈତିହାସିକ ଇମାରତ ବା କିର୍ତିରାଜି ମଧ୍ୟ ନିର୍ମାଣ କଲେ।
କୁତୁବମିନାରର କାମ ପରେ ଶମ୍ସୁଦ୍ଦିନ ଇଲତୁତମିସଙ୍କ ଦ୍ବାରା ସମ୍ପନ୍ନ କରାଗଲା। ଇଲତୁତମିସ ଦିଲ୍ଲୀରେ ରାଜ କରିବା ସମୟରେ ଚାର ଲଗନେର ସ୍ଥାପନା କଲେ ଯାହାକୁ ଏକ ପ୍ରକାରର ମନ୍ତ୍ରିମଣ୍ଡଳ କୁହାଯାଉଥିଲା, ଏହା ସହ ଏକତା ସିସ୍ଟମର ଆରମ୍ଭ ମଧ୍ୟ ଇଲତୁତମିସଙ୍କ ଦ୍ବାରା କରାଗଲା। ଇଲତୁତମିସ ମଙ୍ଗେୋଲ ଶାସକ ଚଙ୍ଗେଜ ଖାନଙ୍କ ଭଳି ଆକ୍ରକଣମାରୀଙ୍କୁ ବି ପ୍ରତିହତ କରି ରଖିବାରେ କେତେ ମାତ୍ରାରେ ସଫଳ ହେଲେ। ଚଙ୍ଗେଜ ଖାନ ଭୟଙ୍କର ହତ୍ୟାକାରୀ ଭାବେ ପରିଚିତ, ଇତିହାସର ସବୁଠାର ପ୍ରସିଦ୍ଦ ବିଜେତା ମାନଙ୍କ ମଧ୍ୟରୁ ଅନ୍ୟତମ ତାଙ୍କୁ ଦେଶ ଭିତରକୁ ପ୍ରବେଣ କରିବାକୁ ଦେଲେ ନାହିଁ, ଇଲତୁତମିସ।
ସେହି ବଂଶର ଚତ୍ତୁର୍ଥ ଶାସକ ହେଲେ ରଜିଆ ସୂଲତାନ ଯିଏ ଦିଲ୍ଲୀର ଇତିହାସରେ ପ୍ରଥମ ଓ ଅନ୍ତିମ ମହିଲା ଶାସକ ଭାବେ ଜଣାଯାଆନ୍ତି। କିନ୍ତୁ ଜଣେ ମହିଲାଙ୍କ ଶାସନକୁ ଦିଲ୍ଲୀ ବାସୀ ଗ୍ରହଣ କଲେ ନାହିଁ ଓ କିଛି ସମୟ ମଧ୍ୟରେ ହି ରଜିଆ ସୂଲତାଙ୍କୁ ଗାଦିଚ୍ୟୁତ କରିଦିଆଗଲା। ଇଲତୁତମିସଙ୍କ ପରେ ଗେୋଲାମ ରାଜବଂଶର ଅନେକ ରାଜା ଦୁର୍ବଲ ହେବାରେ ଲାଗିଲେ ଏବଂ 1290ରେ ତୁର୍କି ଆକ୍ରମଣକାରୀ ଜଲ୍ଲାଲୁଦ୍ଦୀନ ଖିଲଜୀ ଦିଲ୍ଲୀରେ ଖିଲଜୀ ବଂଶର ଶାସନ ଆରମ୍ଭ କଲେ।
📱 Get Argus News App
✨ଜଲ୍ଲାଲୁଦ୍ଦୀନ ଜଣେ ଶାନ୍ତ ଓ ଉଦାରବାଦୀ ଚିନ୍ତାଧାରାର ରାଜା ଭାବେ ଜଣାସୁଣା ଥିଲେ, ହେଲେ ୧୨୯୬ରେ ତାଙ୍କ ଭଣଜା ଓ ଜ୍ବାଇ ଅଲ୍ଲାଉଦୀନ ଖିଳଜୀ ନିଜର ହିଁ ସ୍ବସୁରଙ୍କ ହତ୍ୟା କରିବା ସହ ସିହାଂସନ ନିଜ କବଜାକୁ ନେଇ ଗଲୋ ଅଲ୍ଲାଉଦୀନ ଖିଳଜୀ ଦିଲ୍ଲୀରେ ହିଁ ବସି-ବସି ଦକ୍ଷିଣରେ ମଦୁରାଇ ସହର ଯାଏଁ ନିଜର କାୟା ବିସ୍ତାର କରି ଚାଲିଥିଲେ। ଏହା ବ୍ୟତିତ ଗୁଜୁରାଟ, ମାଲବା, ଓ୍ବାରଙ୍ଗଲ,ରଣଥମ୍ବୁର, ଚିତ୍ତେୋରଗଡ଼, ମେଓ୍ବାଡ଼ ଓ ଜାଲ୍ଲେୋର ଭଳି ବଡ଼ ରାଜ୍ୟ ସବୁକୁ ନିଜ ସାମ୍ରାଜ୍ୟରେ ଶାମିଲ କରି ନେଲେ,ଅଲ୍ଲାଉଦୀନ ଖିଳଜୀ। ନିଜର ଶାସନ ସମୟରେ ଖିଲଜୀ ଦିଲ୍ଲୀରେ
ଫ୍ରି-ମାର୍କେଟ ପଲିସିର ମଧ୍ୟ ଶୁଭାରମ୍ଭ କଲେ, ଯାହା ଦ୍ବାରା ଦିଲ୍ଲୀରେ ଟ୍ରେଡ କିମ୍ବା ବ୍ୟବସାୟକୁ ଭଲ ପ୍ରେୋତ୍ସାହନ ମିଳିଲା। ହେଲେ ଏହା ବ୍ୟତିତ ଖିଲଜୀର କୁ୍ର ଶାସନର କଥା ମଧ୍ୟ ଖୁବ ଜଣା-ସୁଣା।
ଫିଲ୍ମ ପଦମାବତରେ ଖିଲଜୀ ଚରିତ୍ର ଆପଣ ଦେଖିଥିବେ, ନିଶ୍ଚୟ। ଖିଲଜୀ ଜଣେ ବାଇସେକ୍ସୁଆଲ ଥିଲେ ଯାହାର ମାଲିକ କାଫୁର ସହିତ ସର୍ମ୍ପକ ଥିଲା ତେବେ ଅଲାଉଦ୍ଦୀନ ଖିଲଜୀର ମୃତ୍ୟୁ ପରେ-ପରେ ଖିଲଜୀ ରାଜବଂଶର ବି ପତନ ହେବା ଆରମ୍ଭ ହେଲା।
କୁତୁବୁଦ୍ଦୀନ ମୁବାରକ ଶାହ, ଖିଲଜୀ ରାଜବଂଶର ଶେଷ ଶାସକ ଥିଲେ, ଯାହାକୁ ପାଗଲ ଶାସକ ମଧ୍ୟ କୁହାଯାଉଥିଲା। ଏମିତି ବି କୁହାଯାଏ ଯେ କୁତୁବୁଦ୍ଦୀନ ମୁବାରକ ଶାହଙ୍କ କିଛି ଅଲଗା ପ୍ରକାର ହିଁ ରୂଚି ରହୁଥିଲା, ସେ ମଦ ନିଶାରେ ବୁଡ଼ି ରହିବା ସହ ରାଜମହଲର ନଗ୍ନ ଅବସ୍ଥାରେ ବୁଲିବାର ବି ଦେଖା ଯାଆନ୍ତି। ପୁରୁଷ ଓ ମହିଳା ମାନଙ୍କୁ ବି ଏଭଳି କରିବା ପାଇଁ ପରାମର୍ଶ ଦେଉଥିଲେ, ବହୁ ବାର ମହିଳାଙ୍କ ବସ୍ତ୍ର ପରିଧାନ କରି ବୁଳୁଥିବାର ବି ତାଙ୍କୁ ଦେଖିବାକୁ ମିଳେ। ରାଜ୍ୟବାସୀ ଜାଣିସାରିଥିଲେ ଯେ, ସେ ଆଉ ଦିଲ୍ଲୀ ସିଂହାସନରେ ବେଶୀ ସମୟ ପାଇଁ ତିଷ୍ଟି ପାରିବେ ନାହିଁ। ଏବଂ ୧୩୨୦ରେ ମୁବାରକ ଶାହଙ୍କ ଓ୍ବଜୀର ଖୁସରେୋ ଖା ହି ତାର ହତ୍ୟା କରି ଦେଲେ। ବର୍ଷ ୧୩୨୦ରେ ଦିଲ୍ଲୀରେ ତୁଗଲକ ବଂଶର ଶାସନ ଆରମ୍ଭ ହୁଏ।ଏହି ରାଜବଂଶର ଶାସକ ମାନେ ଦିଲ୍ଲୀରେ ବହୁ ବିକାସ କାଯ୍ୟ କରିଛନ୍ତି। ସମାଜ ସୁଧାରକ କିମ୍ବା ସୋସିଆଲ ରିଫରମର ନେଇକି ମଧ୍ୟ ଆସିଲେ। ହେଲେ ତୁଗଲକ ମାନଙ୍କ ଗେୋଟିଏ ଦୁର୍ବଳତା ଏହା ରହିଲା ଯେ ମଙ୍ଗେୋଲଙ୍କ ଆକ୍ରମଣକୁ ସେ ଅଟକାଇ ପାରିଲେ ନାହିଁ।
ଏହା ପୂର୍ବରୁ ଯେତେ ବି ଶାସକ ଯିବା-ଆସିବେ କଲେ ସେମାନେ ବିଦେଶୀ ଓ ବାହ୍ୟ ଆକ୍ରମଣକାରୀଙ୍କୁ ଅଟକାଇ ପାରିବାରେ ସକ୍ଷମ ହେୋଇଥିଲେ। ହେଲେ ତୁଗଲକ ଏଥିରେ ବିଫଳ ହେଲେ। ଞ୍ଗାତ-ଅଲ-ବିନ ତୁଗଲକଙ୍କ ପରେ ମୋହମ୍ମଦ ବିନ ତୁଗଲକ ଦିଲ୍ଲୀର ବାଦଶାହ ବନିଥିଲେ ଯିଏକି ଦିଲ୍ଲୀକୁ ବାଦ ଦେଇ ଦୌଲତାବାଦକୁ ରାଜଧାନୀ ଭାବେ ବାଛିଲେ, ଯାହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଲେ ବିଦେଶୀ ଆକ୍ରମଣକାରୀ।
ତୈମୁରଲଙ୍ଗ ବର୍ଷ୧୩୯୮ରେ ଦିଲ୍ଲୀ ଉପରେ ଆକ୍ରମଣ କରି ଦେଲେ, ଏହା ପୂର୍ବରୁ ସେ ପରସିଆ,ଆଫଗାନିସ୍ତାନ ଓ ମୁଲତାନ ଭଳି ରାଜ୍ୟ ଜିତି ସାରିଥିଲେ। ପଜାଂବ ରାସ୍ତା ଦେଇ ସେ ଭାରତରେ ପ୍ରବେଶ କରେ। ଦିଲ୍ଲୀରେ ଦୁଇ ସପ୍ତାହ ମଧ୍ୟରେ ହି ତୈମୁରଲଙ୍ଗ ଭୟଙ୍କର ହଙ୍ଗାମା ସୃଷ୍ଟି କରି ଚାଲିଲେ। ତାରିଅଆଡ଼େ ହାହାକାର ପରିସ୍ଥିତି ଦେଖିବାକୁ ମିଳିଥିଲା।
ମହିଳାଙ୍କ ସହ ବିଚ ରାସ୍ତାରେ ଦୁର୍ବ୍ୟବହାର ନିଜ ଚରମ ରେ ଥିଲା, ଯିଏ ବି ବାଟରେ ଅଆସେ ତାଙ୍କୁ ମୃତ୍ୟୁମୁଖରେ ପକାଇ ଦିଅଆଯାଏ। ୧୫ ଦିନ ଯାଏଁ ତୈମୁରଲଙ୍ଗ ଓ ତାର ସେନା ଖୁବ ଲୁଟ-ପାଟ କଲେ ଓ ଭାରତରୁ ଯିବା ବେଳେ ବି ସେ ହରିଦ୍ବାର, କାଙ୍ଗଡ଼ା ଓ ଜମ୍ମୁ ଭଳି ଅଂଚଳରେ ବି ସେ ଭୟଙ୍କର ବିନାଶଳୀଳା ରଚି ଚାଲିଗଲା।
କୁହାଯାଏ, ଯେ ତୈମୁରଲଙ୍ଗର ଲୁଟ-ପାଟ ପରେ ଦିଲ୍ଳୀକୁ ସେହି ସ୍ଥିତିରୁ ଉଦ୍ଦାର ପାଇବା ପାଇଁ ବି ୧୦୦ବର୍ଷରୁ ଅଧିକର ସମୟ ଲାଗିଗଲା।
ବର୍ଷ ୧୪୧୪ରେ ଖିଜୀର ଶାହଙ୍କୁ ତୈମୁରଲଙ୍ଗ ନିଜେ ଦିଲ୍ଲୀର ଆସନରେ ବସାଇଥିଲେ। ଅଆଉ ଏହି ଭଳି ଦିଲ୍ଲୀରେ ସୈୟଦ ବଂଶର ଆରମ୍ଭ ହେଲା। ଏହି ବଂଶ ଦିଲ୍ଳୀ ଇତିହାସର ସବୁଠାର ଦୁର୍ବଲ ବେୋଲି ମଧ୍ୟ କୁହାଯାଏ। ଅଆଉ ବହୁତ କମ ସମୟ ପାଇଁ ହି ଏହି ସୟଦ ବଂଶ ରାଜ କରିପାରିଲେ। ସୈୟଦ ବଂଶର ଶେଷ ଶାସକ ଆଲମ ଶାହଙ୍କୁ ପରାସ୍ତ କରି ବହଲାଲ ଲେୋଦୀ ଦିଲ୍ଲୀର ବାଦଶାହ ବନି ଗଲା। ଲେୋଦୀ ବଂଶ ଦିଲ୍ଳୀକୁ ବାଣିଜ୍ୟ ଓ ସାହିତ୍ୟର କେନ୍ଦ୍ର ସ୍ଥଳ ବନାଇଲେ। ଏହି ବଂଶର ଦ୍ବିତୀୟ ଶାସକ ସିଙ୍କଦର ଲେୋଦୀ ହେଲେ, ଯିଏକି ଆଗରା ସହର ନିର୍ମାଣ କଲେ। ଏହା ସହ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳରେ ଏହି ବଂଶ ଅନେକ ନିର୍ମାଣ କାମ ହାତକୁ ନେଇଥିଲେ।
ଦିଲ୍ଳୀର ଲେୋଦୀ ଗାର୍ଡନରେ ଲେୋଦୀ ବଂଶର ଅନେକ ମକବରା କିମ୍ବା ଅନେକ ସ୍ମାରକୀ ତିଆରି କରାଯାଇଛି। ଲେୋଦୀ ବଂଶର ଶେଷ ଶାସକ ଇବ୍ରାହିମ ଲୋଦୀ ହେଲେ। ଇବ୍ରାହିମ ଲେୋଦୀ ଜଣେ ଶକ୍ତିଶାଳୀ ଶାସକ ଭାବେ ବେଶ ଜଣା ସୁଣା ହେଲେ ସନ୍ଦେହ କରିବାର ତାଙ୍କ ଗୁଣ ବହୁତ ଖରାପ। ଛେୋଟ-ଛେୋଟ କଥାରେ ସେ ତାଙ୍କ ମନ୍ତ୍ରୀଙ୍କୁ ହତ୍ୟା କରିଦେଉଥିବାର ବି ନଜିର ରହିଛି। ସମସ୍ତଙ୍କୁ ସେ ସନ୍ଦେହ ଚକ୍ଷୁରେ ଦେଖୁଥିଲା। ଇବ୍ରାହିମ ଲେୋଦୀକୁ ସତ୍ତାରୁ ହଟାଇବା ପାଇଁ ତାଙ୍କ ରାଜ୍ୟରେ ଗଭରନର ଭାବେ କାମ କରୁଥିବା ଆଲ୍ଳାଓଦୀନ ଓ ଦୌଲତ ଖାନକୁ ଲଗାଇ ବାବରକୁ ଭାରତକୁ ଡାକି ଆଣିବା ପାଇଁ କାମରେ ଲଗାଇ ଦେଲେ। ବାବରକୁ ଭାରତ ଅଆସିବା ପାଇ ଏଭଳି ଏକ ସୁବଣର୍ଣ ସୁଯେୋଗର ଅପେକ୍ଷା ଥିଲା। ବାବର କାବୁଲ ଛାଡ଼ି ଭାରତ ଆସିଗଲା।
ବଷର୍ଷ ୧୫୨୬ରେ ଇବ୍ରାହିମ ଲେୋଦୀ ଓ ବାବରଙ୍କ ମଧ୍ୟରେ ପ୍ରଥମ ପାନିପତ ଯୁଦ୍ଦ ହୁଏ। ଯେଉଁଥିରେ ବାବରର ବିଜୟ ହୁଏ। ଏହି ବିଜୟର ଖୁଶୀରେ ବାବର ପ୍ରଜାଙ୍କ ମଧ୍ୟରେ ସିଲଭର କଏନ ବିକ୍ରି କରି ଦେଲେ। ସେ ଜଣେ ଦୟାଳୁ ରାଜା ଭାବେ ପରିଚିତ ଥିଲେ।
ବର୍ଷ ୧୫୨୭ରେ ବାବର ରାଣାସାଙ୍ଗାଙ୍କୁ ଓ ୧୫୨୮ରେ ଚନ୍ଦେଲର ରାଜାଙ୍କୁ ବି ପରାସ୍ତ କରି ଦେଇଥିଲେ। କିନ୍ତୁ ବାବର ବିଜୟର ଏହି ଖୁସିକୁ ବେଶି ସମୟ ପାଇଁ ରଖିପାରିଲେ ନାହିଁ ଓ ୧୫୩୦ରେ ତାର ମୃତ୍ୟୁ ହେଲା। ବାବର ପରେ ତାର ପୁଅ ହୁମାୟୁଁ ଦିଲ୍ଳୀର ଅଆସନ ଦାୟିତ୍ବ ନେଲେ।ହୁମାୟୁଁ ବେଶ ଶାନ୍ତ ସ୍ବଭାବର ରାଜା ଥଲେ, ତାଙ୍କ ନିଜ ଭାଇ ମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଲେ ଓ ସେହି କାରଣରୁ ତାକୁ ଭାରତ ଛାଡ଼ି ଯିବାକୁ ପଡ଼ିଲା।
ବଷର୍ଷ ୧୫୪୦ରେ ଦିଲ୍ଲୀରେ ସୁରୀ ବଂଶର ଶାସନ ଅଆରମ୍ଭ ହେଲା। ଶେର ଶାହ ସୁରୀ ପ୍ରଥମେ ବାବରର ସୈନ୍ୟରେ ସୈନିକ ଭାବେ କାମ କରୁଥିଲେ ବେଳେ ପରେ ହୁମାୟୁଙ୍କ ଯିବା ପରେ ତାଙ୍କୁ ଶାସନ ଭାର ମିଳିଲା। ନିଜର ଛେୋଟ ଶାସନ ସମୟରେ ଶେର ସାହ ସୁରୀ ସିଭିଲ ଓ ମିଲିଟ୍ରି ଆଡମିନିଷ୍ଟ୍ରେଶ୍ନର ଆରମ୍ଭ କଲେ। ଭାରତରେ ମୁଦ୍ରା ରୂପେୟାର ଆରମ୍ଭ ବି ଶେର ସାହି ସୁରି କଲେ।
ହେଲେ ୧୫୫୬ରେ ବାବର ପୁଣି ଥରେ ଭାରତ ଉପରେ ଅଆକ୍ରମଣ କଲା। ପାନିପତର ଦ୍ବିତୀୟ ଯୁଦ୍ଦରେ ବିଜୟ ହାସଲ କରି ଦିଲ୍ଲୀର ରାଜା ବନି ଯାଏ। ଏହା ପରେ ପାଖାପାଖୀ 300ବଷର୍ଷ ଯାଏଁ ଭାରତରେ ମେୋଗଲ ମାନଙ୍କ ଶାସନ ରହିଲା। ଯେଉଁଥିରେ ମେୋଗଲ ବଂଶରେ ବାବରଙ୍କ ପରେ ଆକବର୍, ଶାହଜାହାଁ, ଜହାଁଗୀର, ଓୌରଙ୍ଗଯେବଙ୍କ ଭଳି ଶାସକଙ୍କ ଭାରତରେ ରାଜ ଦେଖିବାକୁ ମିଳିଲା। ମେୋଗଲ ଶାସନରେ ବି ବିଦେଶୀ ଅଆକ୍ରମଣକାରୀ ଦେଶକୁ ଲୁଟିବା ବନ୍ଦ କରିନଥିଲେ।
ନାଦିର ଶାହ ଏବଂ ଅହମଦ ଶାହ ଦୁରାନୀଙ୍କ ଭଳି ଶାସକ ଭାରତ ଉପରେ ବହୁ ଥର ହମଲା କରିଛନ୍ତି ଓ ବହୁ ଧନ ଲୁଟ ବି କରିଛନ୍ତି। ବର୍ଷ ୧୮୦୦ ପରେ ମେୋଗଲ ସାମ୍ରାଜ୍ୟ ଦୁବର୍ବଲ ହେବାରେ ଲାଗିଲା। ୧୮୫୭ର ବିଦ୍ରେୋହ ପରେ ବ୍ରିଟିଶର ମାନେ ବାହାଦୁର ଶାହ ଜଫରକୁ ବରମା ପଠାଇଦେଲେ। ଯାହା ପରେ ଦିଲ୍ଲୀରେ ବ୍ରିଟିଶ କ୍ରାଉନ ରୁଲର ଅଆରମ୍ଭ ହେଲା। ବଷର୍ଷ ୧୮୫୮ରେ କ୍ବିନ ଭିକଟେୋରିଅଆଙ୍କୁ ଭାରତର ଏମ୍ବରର ଘେୋଷିତ କରିଦିଅଆଗଲା। ଇଙ୍ଗ୍ରେଜ ପ୍ରଥମ କଲିକତାକୁ ଭାରତର ରାଜଧାନୀ ବନାଇଲେ ଯାହା ପରେ ବଷର୍ଷ ୧୯୧୧ରେ ରାଜଧାନୀ ଦିଲ୍ଲୀକୁ ବନାଇଦିଆଗଲା।
ସେବେଠାରୁ ଏବେ ଯାଏଁ ଦିଲ୍ଳୀକୁ ଭାରତର ରାଜଧାନୀ ହେବାର ଗୌରବ ହାସଲ ଅଛି। ୧୯୪୭ରେ ଭାରତ ସ୍ବାଧୀନତାର ପାଂଚ ବଷର୍ଷ ପରେ ୧୯୫୨ରେ ଚୌଧରୀ ବ୍ରହ୍ମ ପ୍ରକାଶ ଦିଲ୍ଳୀର ପ୍ରଥମ ମୁଖ୍ୟମନ୍ତ୍ରୀ ବନିଲେ।
ତେବେ ଏହା ଥିଲା ଦିଲ୍ଲୀର ସମ୍ପୁଣ ଇତିହାସ କି ରାଜପୁତଙ୍କ ପରେ ବିଦେଶୀଙ୍କ ଦିଲ୍ଲୀରେ ରାଜ ଚାଲିଲା। ଶହ-ଶହ ବଷର୍ଷ ପରେ କେମିତି ନିଲ୍ଳୀ ସହ ଭାରତକୁ ସ୍ବାଧୀନତା ମିଳିଲା। ସ୍ବାଧୀନତାର ଲଢ଼େଇରେ ଦିଲ୍ଲୀର ବି ଗୁରୁତ୍ବପୂଣ ଯେୋଗଦାନ ରହିଛି। ଅଆଜି ଦିଲ୍ଲୀରେ ହିଁ ସୁପ୍ରିମକେୋଟ ,ସସନ୍ଦ ଭବନ, ରାଷ୍ଟ୍ରପତି ଭବନ ଭଳି ପ୍ରମୁଖ ଭବନ ମହଜୁଦ ରହିଛି ଅଆଉ ଦିଲ୍ଲୀରୁ ହିଁ କୋଟି-କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ଦାୟିତ୍ବ ସମ୍ପାଦନ କରାଯାଉଛି।