Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Flight Cancellations / କ'ଣ ପାଇଁ ବାତିଲ ହେଉଛି ଶହ ଶହ ଇଣ୍ଡିଗୋ ବିମାନ ?

Rashmita Mishra
Browse all articles by Rashmita Mishra
·7 months ago·3 min read
କ'ଣ ପାଇଁ ବାତିଲ ହେଉଛି ଶହ ଶହ ଇଣ୍ଡିଗୋ ବିମାନ ?
Flight Cancellations

Key Points

କ'ଣ ପାଇଁ ବାତିଲ ହେଉଛି ଶହ ଶହ ଇଣ୍ଡିଗୋ ବିମାନ ?
ଇଣ୍ଡିଗୋ ବିମାନ ବାତିଲ ହେବା ପଛରେ ରହିଛି ସାଂଘାତିକ ତଥ୍ୟ ?
ଗୋଟିଏ ଆଙ୍ଗୁଠିରେ ନଚାଉଛି ଇଣ୍ଡିଗୋ ଏୟାର ଲାଇନ୍ସ

ଶହ ଶହ ଇଣ୍ଡିଗୋ ବିମାନ ଉଡ଼ାଣକୁ ରଦ୍ଧ କରି ଦିଆଯାଉଛି । ଲକ୍ଷ ଲକ୍ଷ ଭାରତୀୟ ଏଥିପାଇଁ ହନ୍ତସନ୍ତ ହେଉଛନ୍ତି । ବିମାନ ଉଡ଼ାଣ ରଦ୍ଧ ହେବା କାରଣରୁ କାହାର ବାହାଘର ଭାଙ୍ଗି ଯାଉଛି ତ ପୁଣି କାହାର ଚାକିରି ଚାଲି ଯାଉଛି । ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁ ନାହାଁନ୍ତି ଯାତ୍ରୀ । ହେଲେ ଇଣ୍ଡିଗୋ ତାର ବିମାନ ଉଡ଼ାଣକୁ କ'ଣ ପାଇଁ ବାତିଲ କରୁଛି ? କ'ଣ ପାଇଁ ଆକାଶରେ ଆଉ ଇଣ୍ଡିଗୋ ବିମାନ ଉଡ଼ିବାର ଦେଖାଯାଉ ନାହିଁ ? ଏମିତି ଉଡ଼ାଣକୁ ହଠାତ ରଦ୍ଧ କରିବା ପଛରେ କ'ଣ ରହିଛି କାରଣ ?

ଭାରତୀୟ ଆକାଶରେ ଇଣ୍ଡିଗୋର ଦବଦବା ବହୁତ ରହିଛି । ଏକା ଇଣ୍ଡିଗୋର ରହିଛି ୬୫.୫ ପ୍ରତିଶତ ସେୟାର। ଏୟାର ଇଣ୍ଡିଆର ରହିଛି ୨୫.୭ ପ୍ରତିଶତ ସେୟାର, ଆକାଶାର ରହିଛି ୫.୨ ପ୍ରତିଶତ ସେୟାର, ସ୍ପାଇଶଜେଟର ରହିଛି ୫.୨ ପ୍ରତିଶତ ସେୟାର ଏବଂ ଅନ୍ୟସବୁ ଏୟାର ଲାଇନ୍ସର ସେୟାର ରହିଛି ୦.୯ ପ୍ରତିଶତ । ଏଥିପାଇଁ ବଧେ ଇଣ୍ଡିଗୋ ବିମାନ ଏମିତି ରାଜୁତି କରୁଛି ।

ପାଇଲଟ ମାନଙ୍କ ଠାରୁ ଆରମ୍ଭ ହୋଇଛି ଏହି କାହାଣୀ । ଗୋଟିଏ ବିମାନ ପାଇଁ ୧୫ରୁ ୧୭ ଜଣ ପାଇଲଟଙ୍କୁ ନିଯୁକ୍ତି କରାଯାଇଥାଏ । କିନ୍ତୁ ଇଣ୍ଡିଗୋ ବିମାନରେ ରହିଛନ୍ତି ୧୦ ଜଣ ପାଇଲଟ । ଯେଉଁଥିପାଇଁ ପାଇଲଟ ମାନଙ୍କ ଉପରେ ବିମାନ ଉଡ଼ାଣକୁ ନେଇ ବହୁତ ଚାପ ପଡ଼ିବାକୁ ଲାଗିଥିଲା ।

୧୨ରୁ ୧୪ ଘଣ୍ଟା ଡ଼୍ୟୁଟି କରୁଥିଲେ ଜଣେ ଜଣେ ପାଇଲଟ । ରାତ୍ରି କାଳୀନ ଉଡ଼ାଣର ସମୟ ସୀମାକୁ ବି ବଢ଼ାଇ ଦେଇଥିଲା ଇଣ୍ଡିଗୋ । ୨ ଥରରୁ ବଢ଼ି ୬ ଥର ଜଣେ ଜଣେ ପାଇଲଟ ଲାଣ୍ଡିଂ କରୁଥିଲେ ବିମାନ । ସମୟ ଅଭାବରୁ ପାଇଲଟ ମାନେ ନା ଶୋଇ ପାରୁଥିଲେ ନା ଘରକୁ ଯାଇ ପାରୁଥିଲେ । ଯେଉଁଥିପାଇ ବଢ଼ିବାକୁ ଲାଗିଥିଲା ଚପା । ଯାହାପରେ ପାଇଲଟ ମାନେ ଅଭିଯୋଗ କରିଥିଲେ । କୋର୍ଟ ମଧ୍ୟ କହିଥିଲେ କି ପାଇଲଟମାନଙ୍କୁ ଭଲ ବିଶ୍ରାମ ମିଳିବା ଉଚିତ ।

ଆଉ ପାଇଲଟ ମାନଙ୍କର ଏଭଳି ଅଭିଯୋଗ ପରେ ଡିଜିସିଏ ଏକ ନିୟମ ବାହାର କଲା । ସେହି ନିୟମ ହେଉଛି FDTL ( ଫ୍ଲାଇଟ ଡ୍ୟଟି ଟାଇମ ଲିମିଟେସନସ୍‌) । ଏହି ନିୟମରେ କୁହାଯାଇଥିଲା କି ପାଇଲଟମାନେ ଏବେ ପ୍ରତି ସପ୍ତାହରେ ୪୮ ଘଣ୍ଟା ବିଶ୍ରାମ ପାଇବେ ।

ପାଇଲଟମାନେ ଏବେ ପ୍ରତି ସପ୍ତାହରେ କେବଳ ଦୁଇଟି ରାତ୍ରି ଅବତରଣ କରିପାରିବେ । ପୂର୍ବରୁ, ସେମାନଙ୍କୁ ଛଅଟି ଅନୁମତି ଦିଆଯାଇଥିଲା । ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଯେଉଁ ପାଇଲଟ ଉଡ଼ାଣ ଭରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି । କେବଳ ଥକ୍କାପଣରୁ ସେମାନଙ୍କୁ ମୁକ୍ତ କରିବା ପାଇଁ।

ଡିସେମ୍ବର ପ୍ରଥମ ସପ୍ତାହରେ ଇଣ୍ଡିଗୋକୁ ନୂଆ ନିୟମକୁ ପାଳନ କରିବାର ଥିଲା। ଯାହା ତାକୁ ୬ ମାସ ପୂର୍ବରୁ ଜଣାଇଦିଆ ଯାଇଥିଲା। ହେଲେ ଇଣ୍ଡିଗୋ ସେମିତି କିଛି ବି କଲା ନାହିଁ। ପୁରୁଣା ନିୟମରେ ବିମାନ ଚଳାଇଲା। କାରଣ ଇଣ୍ଡିଗୋର ଯଦି ନୂଆ ନିୟମକୁ ଆରମ୍ଭ କରିଥାନ୍ତା ତାହାଲେ ଇଣ୍ଡିଗୋର ବହୁତ କ୍ଷତି ହୋଇଥାନ୍ତା।

ଅହେତୁକ ଲାଭ ପାଇ ପାରି ନଥାନ୍ତା। ଆଉ ସେଥିପାଇଁ ଇଣ୍ଡିଗୋର ଯେହେତୁ ଭାରତୀୟ ବଜାରେ ଅଧାରୁ ଅଧିକ ସେୟାର ରହିଛି। ଭାରତୀୟ ଆକାଶରେ ଭଲ ଦବଦବା ରହିଛି। ସେଥିପାଇଁ ସେ ଭାରତକୁ କଣ୍ଟ୍ରୋଲ କରିବା ଆରମ୍ଭ କରିବାକୁ ଲାଗିଲା।

DGCAର ଏମିତି ନିୟମକୁ ବିରୋଧ କଲା ଇଣ୍ଡିଗୋ। ଆଉ ବିଭିନ୍ନ ବାହାନା କରି ପର୍ଯ୍ୟାୟକ୍ରମେ ଶହ ଶହ ବିମାନର ଉଡ଼ାଣକୁ ରଦ୍ଧ କରିବାକୁ ଲାଗିଲା। ବିମାନ ବନ୍ଦରରେ ଗଦା ହୋଇ ରହିଲା ଇଣ୍ଡିଗୋ ବିମାନ। ଯାହାପରେ ବିମାନ ବନ୍ଦର ବସ୍‌ଷ୍ଟାଣ୍ଡର ରୂପ ନେଇଗଲା। ଇଣ୍ଡିଗୋ ଏୟାରଲାଇନ୍ସ ଏମିତି କରି ପୁରା ଭାରତକୁ ଡରାଇଛି। ଏୟାର ଲାଇନ୍ସ ଦୁନିଆରେ ଗୁଣ୍ଡା ପାଲଟି ଯାଇଛି ଇଣ୍ଡିଗୋ।

ଏଠି କାହାର ଭୁଲ ଥିଲା ପ୍ରାଇଭେଟ କମ୍ପାନୀ ମାନଙ୍କର ? ପ୍ରାଇଭେଟ କମ୍ପାନୀର ଭୁଲ ପାଇଁ ସରକାରଙ୍କୁ କାହିଁକି ବ୍ୟାକଫୁଟକୁ ଆସିବାକୁ ପଡ଼ିଲା ? ଆଉ ଏହିଠାରୁ ଏହି କାହାଣୀରେ ଆରସିଥିଲା ଅଲଗା ଟୁଇଷ୍ଟ। ଭାରତ ଅନୁଭବ କରିଥିଲା କେମିତି ଗୋଟିଏ କମ୍ପାନୀ ଯାହା ପାଖରେ ବଡ଼ ମାର୍କେଟ ସେୟାର ରହିଛି। ସେ କେମିତି ପୁରା ଦେଶକୁ ବନ୍ଧକ ବନାଇ ପାରେ। କେମିତି ନିଜ ସର୍ତ୍ତରେ ପୁରା ସରକାରକୁ ନୁଆଁଇ ପାରେ। ନିୟମକୁ ବଦଳାଇ ଦେଇ ପାରେ। ଲୋକ ମାନଙ୍କର ଭାବନାର ସହ ଖେଳି କେବଳ ଲାଭ ଉପରେ ଫୋକସ କରିପାରେ। ଇଣ୍ଡିଗୋର ଏମିତି ବିମାନ ବାତିଲ ପରେ FDTL ନିୟମକୁ ଫେବୃୟାରୀ ପର୍ଯ୍ୟନ୍ତ କୋହଳ କରାଯାଇଛି। ଯାହାପରେ ଏବି ଇଣ୍ଡିଗୋ ବିମାନ ଚଳାଚଳ ଧିରେ ଧିରେ ସ୍ଵାଭାବିକ ହେଉଛି ।

ଅଧିକ ପଢ଼ନ୍ତୁ ଦେଶ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Are Hundreds of IndiGo Flights Getting Cancelled? | Argus News