Videos
|
National

ମୋବାଇଲ୍‌ ନମ୍ବରରେ କାହିଁକି ଲାଗେ +୯୧

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମୋବାଇଲ୍‌ ନମ୍ବରରେ କାହିଁକି ଲାଗେ +୯୧

Key Points


ଆଜିର ଡିଜିଟାଲ ଯୁଗରେ ମୋବାଇଲ୍ ଫୋନ ସମସ୍ତଙ୍କର ଏକ ଦୈନନ୍ଦିନ ଆବଶ୍ୟକୀୟ ଜିନିଷ ହୋଇପଡିଛି। ସେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ହେଉକି, ଆଧାରକାର୍ଡ ଅପଡେଟ୍‌, ସବୁ କ୍ଷେତ୍ରରେ ମୋବାଇଲ୍ ନମ୍ବର ଦରକାରୀ ହୋଇପଡିଛି। ଏମିତିକି ସପିଂ ମଲରେ କିଣାକିଣି ବେଳେ ବି ଦରକାର ହେଉଛି ମୋବାଇଲ୍ ନମ୍ବର। ହେଲେ ଆପଣ କେବେ ଲକ୍ଷ୍ୟ କରିଛନ୍ତିକି ଆପଣଙ୍କ ଫୋନକୁ ଆସୁଥିବା ନମ୍ବରରେ ୧୦ଟି ନମ୍ବର ବଦଳରେ ୧୨ ଟି ନମ୍ବର ଆସୁଛି। ସବୁ ନମ୍ବର ସହ ଯୋଡି ହୋଇ ଆସୁଛି +୯୧


କାହିଁକି ଲାଗେ +୯୧


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

+୯୧ ହେଉଛି ଆମ ଦେଶର କୋଡ୍‌ ନମ୍ବର। ଅନ୍ତରାଷ୍ଟ୍ରୀୟ ଟେଲି କମ୍ୟୁନିକେଶସନ ୟୁନିୟନ ( ଆଇଟିୟୁ) ପକ୍ଷରୁ ଭାରତକୁ ଭାରତକୁ ଏଇ କୋଡ ପ୍ରଦାନ କରାଯାଇଛି। ଯାହାକୁ ଆନ୍ତର୍ଜାତୀୟ ସ୍ତରରେ ଭାରତର ଏକ ପରିଚୟ ବୋଲି କୁହାଯାଏ। ଆଇଟିୟୁ ହେଉଛି ସଂଯୁକ୍ତ ରାଷ୍ଟ୍ରର ଏଜେନ୍ସି। ଯାହା ସାରା ବିଶ୍ବରେ ଟେଲି କମ୍ୟୁନିକେଶନ ଓ ଇନଫରମେଶନ ଟେକନୋଲୋଜିର ମାନ ନିର୍ଦ୍ଧାରଣ କରେ।


ଯେତେବେଳେ ବି ଆପଣଙ୍କ ମୋବାଇଲକୁ ଏକ କଲ ଆସେ ସେଥିରେ କଲ୍ ଆସିଥିବା ଦେଶର କୋଡ୍‌ ନମ୍ବର ଆସେ। ଯେଉଁ କୋଡ୍ ନମ୍ବରରୁ ସ୍ପଷ୍ଟ ହୁଏ ଆସିଥିବା କଲ୍ କେଉଁ ଦେଶରୁ ଆସିଛି। ସବୁ ଦେଶର କୋଡ୍ ଅଲଗା। ଭାରତର କୋଡ୍‌ ନମ୍ବର +୯୧ ରହିଥିବା ବେଳେ ଆମେରିକାର +୧, ୟୁନାଇଟେଡ୍‌ କିଙ୍ଗଡମର +୪୪, ଚୀନର +୮୬ ରହିଛି। ବିଶେଷ କରି ବିନା ଅନ୍ତରାଷ୍ଟ୍ରୀୟ କୋଡ୍‌ ନମ୍ବରରେ କୌଣସି କଲ୍ ଆସିବା ସମ୍ଭବ ନୁହେଁ। ଯଦି ଜଣେ ଆମେରିକାରୁ ଭାରତକୁ କଲ୍‌ କରୁଛନ୍ତି ତେବେ ସେ ଆପଣଙ୍କ ୧୦ ଟିକିଆ ନମ୍ବର ସହିତ +୯୧ ଲଗାଇବାକୁ ବାଧ୍ୟ। ନହେଲେ କଲ୍ ଆସିବ ନାହିଁ।


କେବେ ଆରମ୍ଭ ହେଲା ଏହି କୋଡ୍‌ ବ୍ୟବସ୍ଥା ?


୧୯୬୦ରେ ବିଶ୍ବରେ ପ୍ରଥମ କରି କୋଡ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଆଇଟିୟୁ ପକ୍ଷରୁ ଦେଶଦେଶ ମଧ୍ୟରେ ସଞ୍ଚାର ବ୍ୟବସ୍ଥାକୁ ସୁଗମ କରିବାକୁ ସମସ୍ତ ଦେଶକୁ କୋଡ୍ ନମ୍ବର ଦିଆଯାଇଥିଲା। ୧୯୮୦ ରୁ ୧୯୯୦ରେ ଭାରତରେ ଯେତେବେଳେ ମୋବାଇଲ୍ ପ୍ରଚଳନ ବୃଦ୍ଧି ପାଉଥିଲା ସେତେବେଳେ +୯୧ କୋଡ୍ ଅଧିକ ପରିଚିତ ହେଲା। କେବଳ ଆନ୍ତରାଷ୍ଟ୍ରୀୟ କଲ୍ ପାଇଁ ଦେଶ କୋଡ୍‌ ନମ୍ବର ଆବଶ୍ୟକ ହୋଇଥାଏ। ଦେଶ ଭିତରେ ଗୋଟାଏ ମୋବାଇଲ୍ ନମ୍ବରରୁ ଆଉ ଗୋଟିଏ ନମ୍ବରକୁ କଲ୍ କରିବା ପାଇଁ କୌଣସି କୋଡ୍ ଆବଶ୍ୟକ ହୁଏନାହିଁ। ଆପଣଙ୍କ ୧୦ ଟିକିଆ ଫୋନ ନମ୍ବର ଲଗାଇଲେ ଫୋନ ଲାଗିବ।