Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏହି ସହରବାସୀ ଅଧିକ ଦୁର୍ବ୍ୟବହାର କାହିଁକି କରନ୍ତି ?

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଏହି ସହରବାସୀ ଅଧିକ ଦୁର୍ବ୍ୟବହାର କାହିଁକି କରନ୍ତି ?

Key Points

ରାଗିବ ଏକ ବଡ଼ ସମସ୍ୟା

କେଉଁ ସ୍ଥାନରେ ଲୋକେ ଅଧିକ ଗାଳି କରନ୍ତି ?

ଯାହାର ପ୍ରଭାବ କଣ ପଡ଼ିଥାଏ ?

ରାଗିବ ଏକ ବଡ଼ ସମସ୍ୟା ବା ରୋଗ ହୋଇଗଲାଣି। କାହିଁକିନା ଟିକେ ଟିକେ କଥାରେ ଆମକୁ ସଙ୍ଗେ ସଙ୍ଗେ ରାଗ ଲାଗିଥାଏ। ଆମେ ରାଗିଯାଉ, ରାଗରେ ଅନେକ କିଛି ଭାଙ୍ଗିଦେଉ ପୁଣି କାହା ସହ କଥାବାର୍ତ୍ତା ବନ୍ଦ କରିଦେଉ ତ ପୁଣି ଗାଳି ବି କରିଥାଏ । କଥାରେ ଅଛି, ରାଗ ଏମିତି ଗୋଟେ ଜିନିଷ ଯାହା ଆସିଲା ବେଳେ ଏକା ଆସିଥାଏ କିନ୍ତୁ ଯିବାବେଳେ ମଣିଷର ବିବେକ, ବୁଦ୍ଧି, ସମ୍ମାନ ସବୁକିଛି ସାଥିରେ ନେଇଯାଇଥାଏ ତେଣୁ ସାବଧାନ ନିଜ ରାଗକୁ ଆୟତ୍ତରେ ରଖିବା ଶିଖନ୍ତୁ। ନଚେତ ରାଗିବା ସମୟରେ ମଣିଷ ଅନେକ ଗାଳି କରିଥାଏ। ଯାହାର ପ୍ରଭାବ ପରବର୍ତ୍ତୀ ସମୟରେ ପଡ଼ିଥାଏ।


ରାଗ ସମସ୍ତଙ୍କୁ ଲାଗିଥାଏ, ଯେଉଁଥିପାଇଁ ରାଗରେ ଆମେ କାହାକୁ ବି ଗାଳି କରିବାକୁ ପଛାଇନଥାଉ। କିନ୍ତୁ ଆପଣ ଜାଣନ୍ତି କି କେଉଁ ସ୍ଥାନରେ ଲୋକେ ଅଧିକ ଗାଳି କରିଥାନ୍ତି । ଭାରତରେ ସବୁଠାରୁ ଅଧିକ ଅପମାନଜନକ ଭାଷା ବ୍ୟବହାର କରୁଥିବା ୧୦ଟି ରାଜ୍ୟର ନାମ ଜାଣିଛନ୍ତି କି ? ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ଦିଲ୍ଲୀର ଲୋକମାନେ ସବୁଠାରୁ ଅଧିକ ଗାଳି ଦିଅନ୍ତି । ରାଜଧାନୀରେ ମା, ଭଉଣୀ ଏବଂ ଝିଅମାନଙ୍କୁ ଟାର୍ଗେଟ କରି ଗାଳି କରିବା ସବୁଠାରୁ ଅଧିକ ଦେଖାଯାଏ । ସର୍ଭେ ଅନୁଯାୟୀ, ଦିଲ୍ଲୀର 80% ଲୋକ ସେମାନଙ୍କ ଦୈନନ୍ଦିନ ଜୀବନରେ ଅପମାନଜନକ ଭାଷା ବ୍ୟବହାର କରନ୍ତି । ରିପୋର୍ଟ ଅନୁଯାୟୀ ଦିଲ୍ଲୀ ପରେ ପଞ୍ଜାବ ଦ୍ୱିତୀୟ ସ୍ଥାନରେ ଅଛି । ଯେଉଁଠାରେ ୭୮% ଉତ୍ତରଦାତା ଅପମାନଜନକ ଭାଷା ବ୍ୟବହାର କରିଥିବା ସ୍ୱୀକାର କରିଛନ୍ତି। ଉତ୍ତର ପ୍ରଦେଶ (ୟୁପି) ଏବଂ ବିହାର (୭୪-୭୪%) ପରବର୍ତ୍ତୀ ସ୍ଥାନରେ ଅଛନ୍ତି। ରାଜସ୍ଥାନରେ ଏହି ସଂଖ୍ୟା ୬୮% ଏବଂ ହରିୟାଣାରେ ୬୨%।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଗାଳିକୁ ନେଇ ରାଜଧାନୀ ଦିଲ୍ଲୀରେ ଅନେକ ଘଟଣା ଘଟିଛି, ହେଲେ ଏହା ଭିତରୁ ଏଭଳି ଏକ ଘଟଣା ଆଜି ଜାଣିରଖନ୍ତୁ। ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଚକିତ କରିବା ଭଳି ଘଟଣା। ଜଣେ ମହିଳା ଓ ତାଙ୍କ ଛୋଟ ପୁଅକୁ ଘରର ସହାୟକ ଅତ୍ୟନ୍ତ ନିର୍ମମ ଭାବେ ଗଳା କାଟି ହତ୍ୟା କରିଛି। ଘରୋଇ ସହାୟକ କାମରେ ତ୍ରୁଟି କରିବାରୁ ମାଲିକ ହିସାବରେ ରୁଚିକା ସେୱାନି ତାଙ୍କୁ ଗାଳି କରିଥିଲେ। ହେଲେ ଏଥିରେ ରାଗି ଯାଇ ଘରୋଇ ସହାୟକ ଭାବେ କାମ କରୁଥିବା ଯୁବକ ରୁଚିକା ଓ ତାଙ୍କ ଛୋଟ ପୁଅର ଗଳା କାଟି ହତ୍ୟା କରିଛି। ହତ୍ୟା ପରେ ଘରୋଇ ସହାୟକ ଜଣଙ୍କ ରୁଚିକାଙ୍କ ଲଜପତ ନଗର ଘର ଛାଡ଼ି ଫେରାର ହୋଇଯାଇଥିଲା।


ମହାରାଷ୍ଟ୍ର ୫୮% ରେ ଅଛି । ଏହା ପରେ ପଡ଼ୋଶୀ ରାଜ୍ୟ ଗୁଜରାଟରେ ୫୫% ଅପମାନଜନକ ଭାଷା କହନ୍ତି । ମଧ୍ୟପ୍ରଦେଶ ୪୮% ସହିତ ଏବଂ ଉତ୍ତରାଖଣ୍ଡରେ ୪୫% ସହିତ ଲୋକେ ଗାଳି କରିଥାନ୍ତି । ଜମ୍ମୁ ଏବଂ କାଶ୍ମୀର ତାଲିକାର ସବୁଠାରୁ ନିମ୍ନରେ ରହିଛି, କେବଳ 15% ଉତ୍ତରଦାତା ଅପମାନଜନକ ଭାଷା ବ୍ୟବହାର କରିଥିବା ରିପୋର୍ଟ କରିଛନ୍ତି ।


Sponsored
why-is-delhi-so-angry-experts-say-its-upbringing-education | Argus News