Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛୋଟଛୁଆଙ୍କୁ କାହିଁକି ଅଧିକ ସଂକ୍ରମିତ ହେଉଛି HMPV ଭାଇରସ , ଜାଣନ୍ତୁ କାରଣ ଆଉ ସମାଧାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଛୋଟଛୁଆଙ୍କୁ କାହିଁକି ଅଧିକ ସଂକ୍ରମିତ ହେଉଛି HMPV ଭାଇରସ , ଜାଣନ୍ତୁ କାରଣ ଆଉ ସମାଧାନ

Key Points

ଚିନ୍ତା ବଢାଇଲାଣି HMPV ଭାଇରସ

ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଛୋଟଛୁଆଙ୍କୁ କାହିଁକି ଅଧିକ ସଂକ୍ରମିତ ହେଉଛି ଏହି ଭାଇରସ

ଜାଣନ୍ତୁ କାରଣ ଆଉ ସମାଧାନ

ଅର୍ଗସ ବ୍ୟୁରୋ : ଦେଶବାସୀଙ୍କ ନିଦ ହଜାଇ ଦେଇଛି HMPV ଭାଇରସ । କର୍ଣ୍ଣାଟକ, ଗୁଜୁରାଟ , ତାମିଲନାଡୁରେ ଏହି ଭାଇରସର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ମହାରାଷ୍ଟ୍ର ନାଗପୁରରେ ଦୁଇ ଜଣ ଶିଶୁଙ୍କ ଦେହରେ ଏହି ଭାଇରସ ଚିହ୍ନଟ କରାଯାଇଛି । ଚୀନରୁ ଆସିଥିବା ଏହି ଭାଇରସ ଧିରେଧିରେ ଭାରତର ଅନେକ ସ୍ଥାନାରେ କାୟା ମେଲାଇବାକୁ ଲାଗିଲାଣି । କରୋନା ଭଳି ଭୟଙ୍କର ମହାମାରୀକୁ ସାମ୍ନା କରିବା ପରେ ଏହି ମହାମାରୀକୁ ନେଇ ମନରେ ଅନେକ ଆଶା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ ଭାବେ ଏହି ଭାଇରସ ଛୋଟ ଶିଶୁଙ୍କୁ ଅଧିକ ବ୍ୟାପୁଥିବାରୁ ତାହା ଚିନ୍ତାର କାରଣ ପାଲଟିଛି ।

ଛୋଟପିଲାଙ୍କ ଶରୀରରେ ଯଦି ଥଣ୍ଡା. ଛିଙ୍କ , କାଶର ଲକ୍ଷଣ ଥାଏ , ତେବେ ଏହି ରୋଗ ଜଲଦି ସଂକ୍ରମିତ ହେବର ସମ୍ଭାବନା ଥାଏ । ହେଲେ ଏହି ଭାଇରସ ଛୋଟପିଲାଙ୍କ ଶରୀରରେ କାହିଁକି ଅଧିକ ବ୍ୟାପିଥାଏ ।

ଛୋଟପିଲାଙ୍କୁ କାହିଁକି ସଂକ୍ରମିତ ହୁଏ HMPV ଭାଇରସ ?

ଏପର୍ଯ୍ୟନ୍ତ ଭାରତରେ ସମୁଦାୟ ୭ ଜଣ ଶିଶୁ ଏହି ଭାଇରସରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପଛର କାରଣ ହେଉଛି ଛୋଟଶିଶୁଙ୍କ ଶରୀରରେ ଇମ୍ୟୁନିଟି ଖୁବ କମ ରହିଥାଏ । ଯେଉଁଥିପାଇଁ ତାଙ୍କୁ ଅଧିକାଂଶ ସମୟ ଋତୁ ପରିବର୍ତ୍ତନ ବା ଅନ୍ୟାନ୍ୟ କାରଣରୁ ଅତ୍ୟଧିକ ଥଣ୍ଡା ଏବଂ କାଶ ଲାଗିରହିଥାଏ । ଏହି ଭାଇରସ ସିଧା ଫୁସଫୁସକୁ ସଂକ୍ରମିତ କରୁଥିବାରୁ ଏହା ବାୟୁ ଦ୍ବାରା ଛୋଟପିଲାଙ୍କ ଶରୀରକୁ ଶୀଘ୍ର ଚାଲି ଯାଇଥାଏ । ଛୋଟପିଲାମାନେ ଖୁବ ଜୋରରେ ନିଶ୍ବାସ ନେଉଥିବାରୁ ଏହା ସେମାନଙ୍କ ଫୁସଫୁସକୁ ଯାଇ ସଂକ୍ରମିତ କରିଥାଏ । ଏହା ଅଧିକ ଦିନ ଯାଏ ଫୁସଫୁସକୁ ସଂକ୍ରମିତ କରି ରଖିଥାଏ, ଯାହାଦ୍ବାରା ଛୋଟ ପିଲାଙ୍କୁ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହୋଇଥାଏ । ଯଦି ଛୋଟପିଲାଙ୍କ ଶରୀରରେ ପୂର୍ବରୁ ଆସ୍ଥମା ଭଳି ରୋଗ ଥାଏ, ତେବେ ଏହା ଆହୁରି ସହଜରେ ସଂକ୍ରମିତ ହୋଇଥାଏ ।

ରିପୋର୍ଟ ମୁତାବକ ଏହି ରୋଗ ପ୍ରାୟ ୧୦ ପ୍ରତିଶତରୁ ୧୨ ପ୍ରତିଶତ ଶିଶୁଙ୍କ ଶରୀରରେ ରହିଥାଏ ।ଏବଂ ୫ରୁ ୧୬ ପ୍ରତିଶତ ଶିଶୁଙ୍କ ଶରୀରରେ ଏହା ନିମୋନିଆ ଏବଂ ବ୍ରୋଙ୍କିଓଲାଇଟିସ୍ ଭଳି ଗୁରୁତର ଶ୍ଵାସରୋଗ ମଧ୍ୟ ସୃଷ୍ଟି କରିପାରେ ।

ବିଶେଷ ଭାବେ ୬ରୁ ୧୨ ମାସ ବୟସର ଥିବା ଶିଶୁଙ୍କ ଶରୀରରେ ଏହା ଅଧିକ ଦେଖା ଦେଇଥାଏ । ଶୀତଦିନେ ଏହାର ପ୍ରଭାବ ଅଧିକ ରହିଥାଏ ।
ଏହି ମହାମାରୀକୁ ନେଇ ବିଶେଷଜ୍ଞ ମାନେ ମତ ଦେଇଛନ୍ତି, ହ୍ୟୁମାନ ମେଟାନ୍ୟୁମୋଭାଇରସ ନୂଆ ନୁହେଁ, ଏହା ୨୦୦୧ରୁ ଚିହ୍ନଟ କରାଯାଇଛି । ସେତେବେଳେ ଏହାର ପ୍ରଥମ କେସ ଆସିଥିଲା । ତେଣୁ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଏବଂ ନିଜକୁ ଏଥିପ୍ରତି ସାବଧାନ ରଖିବା ମଧ୍ୟ ନିହାତି ଦରକାର ।

ଯେହେତୁ ଏହି ଭାଇରସ ଛୋଟପିଲାଙ୍କୁ ଅଧିକ ମାତ୍ରାରେ ବ୍ୟାପୁଛି, ସେଥିପାଇଁ ଛୋଟପିଲାଙ୍କ ଯତ୍ନ ଅଧିକ ମାତ୍ରାରେ ନେବା ଦରକାର । ସେମାନଙ୍କ ଖାଦ୍ୟ ପାନୀୟର ଧ୍ୟାନ ରଖିବା ନିହାତି ଦରକାର । ନିଜ ପିଲାଙ୍କୁ କୌଣସି ବାହାର ଜାଗାକୁ ନେଇକି ଯାଆନ୍ତୁ ନାହିଁ । ସେମାନଙ୍କ ହାତ ଗୋଡ ପରିଷ୍କାର ରଖନ୍ତୁ ।
ବିଶେଷ ଭାବେ ଏହି ଭାଇରସକୁ ନେଇ କୌଣସି ଭୟ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why is HMPV virus more common in infants? Know the cause and the solution | Argus News