କାହିଁକି ଆଜିର ଦିନକୁ ମନୋନୀତ କରାଗଲା

ଅର୍ଗସ ବ୍ୟୁରୋ: ଦେଶ ପାଳୁଛି ୭୬ତମ ଗଣତନ୍ତ୍ର ଦିବସ । ସବୁଠି ଉତ୍ସାହର ମାହୋଲ। କିନ୍ତୁ ଆପଣ ଜାଣନ୍ତି କି କାହିଁକି ଜାନୁଆରୀ ୨୬ ଅର୍ଥାତ ଆଜିର ଦିନକୁ ସମ୍ୱିଧାନ ପ୍ରଣୟନ ଲାଗି ଚୟନ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତର ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଐତିହାସିକ ଘଟଣା ସହ ଜଡିତ । କୁହାଯାଏ ପ୍ରଳୟର ଆଭାସ ଦିଏ ସଂଖ୍ୟା ୨୬ । ବିଶ୍ୱ ଇତିହାସକୁ ପରଖିଲେ ଆମେ ଲକ୍ଷ କରିବା ୨୬ ତାରିଖରେ ଘୋଟି ଆସିଛି ଅନେକ ବଡ ବଡ ପ୍ରାକୃତିକ ଦୁର୍ବିପାକ ।
୨+୬=୮ ଏବଂ ୮ ହେଉଛି ଏପରି ଏକ ସଂଖ୍ୟା ଯାହା ବିପର୍ଯ୍ୟୟକୁ ଆମନ୍ତ୍ରଣ କରେ। ତେବେ କାହିଁକି ଜାନୁଆରୀ ୨୬ରେ ସମ୍ୱିଧାନ ପ୍ରଣୟନ ହୋଇଥିଲା । ୧୯୩୦ ଜାନୁଆରୀ ୨୬ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ 'ପୂର୍ଣ୍ଣ ସ୍ୱରାଜ' ଘୋଷଣା କରିଥିଲା । ଗାନ୍ଧୀଜୀ ଏହି ଦିନକୁ 'ସ୍ୱତନ୍ତ୍ର ସଙ୍କଳ୍ପ ଦିବସ' ବୋଲି ନାମିତ କରିଥିଲେ। ଏହା ବ୍ୟତିତ ଜାନୁଆରୀ ୨୬କୁ ସାଧାରଣତନ୍ତ୍ର ଦିବସ ଭାବେ ଚୟନ କରାଯିବାରେ କିଛି ଗୂଢ଼ ସାଙ୍କେତିକ ମର୍ମ ବି ରହିଛି।
📱 Get Argus News App
✨ଏହା ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସଂଯୋଗ-ସେତୁ ଭାବେ କାର୍ଯ୍ୟ -କରୁଛି। ୧୯୩୧ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ସମଗ୍ର ଦେଶରେ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଗଲା ।