କୂଅର ଆକୃତି ଗୋଲ କାହିଁକି , ଜାଣନ୍ତୁ ଏହା ପଛର କାରଣ

ଅର୍ଗସ ବ୍ୟୁରୋ : ଆମ ଚତୁଃପାର୍ଶ୍ବରେ ଅନେକ ଏପରି ବସ୍ତୁ ବା ପଦାର୍ଥ ରହିଛି, ଯାହାକୁ ଦେଖିଲେ ଆମ ମନରେ କିଛି ପ୍ରଶ୍ନ ଆସେ । କିନ୍ତୁ ଆମେ ବିଶେଷ ଭାବେ ସେ ପ୍ରଶ୍ନର ଉତ୍ତର କେବେ ଖୋଜିବାକୁ ଚେଷ୍ଟା କରି ନଥାନ୍ତି । ସେ ସବୁ ଭିତରେ ଏମିତି ଏକ ପ୍ରଶ୍ନ ମନକୁ ଆସେ, କୂଅ ଗୋଲାକାର ଆକୃତିର କାହିଁକି ? କୂଅ ଆଗକାଳରେ ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳୁଥିଲା । ସମୟକ୍ରମେ ଏବେ କୂଅ ଆଉ ବିଶେଷ ଦେଖିବାକୁ ମିଳୁନି । ତଥାପି କିଛି ଗାଁ ଗହଳି ସ୍ଥାନରେ କୂଅ ସାହାଯ୍ୟରେ ଲୋକେ ପାଣି କାଢିଥାନ୍ତି ।
ତେବେ କୂଅ ସାଧାରଣତଃ ଗୋଲାକାର ଆକୃତିର ହୋଇଥାଏ । କାରଣ କୂଅ ବର୍ଗାକାର କିମ୍ବା ଆୟତକାର ହୋଇଥିଲେ ଏଥିରେ ଥିବା କୋଣ ଗୁଡିକରେ ଅଧିକ ପାଣିର ଚାପ ପଡିଥାଏ । ଏହି ଚାପ ପଡିବା ଦ୍ବାରା କୂଅର କାନ୍ଥରେ କ୍ରାକ୍ ଦେଖିବାକୁ ମିଳିଥାଏ ଏବଂ କୂଅ ଖୁବଶୀଘ୍ର କୋଲାପ୍ସ ହେଇ ଯାଇଥାଏ । କିନ୍ତୁ କୂଅର କାନ୍ଥ ସାଧାରଣତଃ ଗୋଲାକାର ହୋଇଥିଲେ ପାଣିର ଚାପ ସବୁଆଡେ ସମାନ ଭାବରେ ପଡିଥାଏ । ଏବଂ ଅନେକ ଦିନ ଧରି କୂଅର କୌଣସି କ୍ଷତି ହୋଇନଥାଏ ।ସେଥିପାଇଁ ଗୋଲାକାର ଆକୃତିର କୂଅଗୁଡିକ ଅଧିକ ଶକ୍ତିଶାଳୀ ଅଟେ ।
📱 Get Argus News App
✨ତେବେ ଗୋଲାକାର ଆକୃତିର କୂଅ ରଖିବାର ଅନ୍ୟ ଏକ କାରଣ ହେଉଛି ଏହା ଖୁବ କମ ମୂଲ୍ୟରେ ତିଆରି ହୋଇଯାଏ । ଗୋଲାକାର ଆକୃତିର କୂଅ ତିଆରି କରାଯିବା ପାଇଁ ଖୁବ କମ ଶ୍ରମିକ ଏବଂ କମ ଜିନିଷର ଆବଶ୍ୟକତା ପଡିଥାଏ । ଏବଂ ସହଜରେ ଗୋଲାକାର ଆକୃତିର କୂଅ ତିଆରି ହୋଇଯାଏ । ଏବଂ ଗୋଲାକାର କୂଅରେ ଅଧିକ ପାଣି ରହିପାରେ । ଏହି କାରଣରୁ କୂଅ ସାଧାରଣତଃ ଗୋଲାକାର ଆକୃତିର ଅଟେ ।