Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାପ ଜିଭ ଦୁଇ ଫାଳ କାହିଁକି ? ଜାଣନ୍ତୁ ରହସ୍ୟ...

National

ସାପ ଜିଭ ଦୁଇ ଫାଳ କାହିଁକି ? ଜାଣନ୍ତୁ ରହସ୍ୟ...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସାପ ଜିଭ ଦୁଇ ଫାଳ କାହିଁକି ? ଜାଣନ୍ତୁ ରହସ୍ୟ...

ଅର୍ଗସ ବ୍ୟୁରୋ:  ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ସାପ ରହିଛନ୍ତି। ସମସ୍ତଙ୍କର ନିଜର କିଛି କିଛି ବିଶେଷଗୁଣ ରହିଛି। ଏମିତି ଏକ ଜିନିଷ ରହିଛି ଯାହା ସବୁ ସାପମାନଙ୍କର ସମାନ ଦେଖାଯାଏ। ସେଟା ହେଉଛି ଜିଭ। ସାପର ଜିଭ ଦୁଇ ଫାଳ ହୋଇଥାଏ। ହେଲେ ଏମିତି କାହିଁକି ହୋଇଥାଏ । କଣ ଆପଣ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି, ତେବେ ଆସନ୍ତୁ ଜାଣିବା। କୁହାଯାଏ ଏହାର ଧାର୍ମିକ କାରଣ ରହିଛି। କୁହାଯାଏ କଦ୍ରୁ ସମସ୍ତ ସାପକୁ ଜନ୍ମ ଦେଇଛନ୍ତି । ସମସ୍ତେ କଦ୍ରୁ ଏବଂ ମହଶ୍ରୀ କଶ୍ଚ୍ୟପଙ୍କ ପୁତ୍ର ଏବଂ ଝିଅ ଅଟନ୍ତି। ପତ୍ନୀ ବିନିତାଙ୍କୁ ମହର୍ଷି କଶ୍ୟପଙ୍କଠାରୁ ପୁଅ ଗରୁଡା ପ୍ରାପ୍ତ ହୋଇଥିଲା | ଥରେ ଜଙ୍ଗଲରେ କଦ୍ରୁ ଏବଂ ବିନିତା ଏକ ଧଳା ଘୋଡା ଦେଖିଲେ। ସେହି ଘୋଡାଟି ଦୁଇ ଜଣଙ୍କର ମନ କିଣିନେଲା। 

ଏହା ପରେ ଘୋଡାର ଲାଞ୍ଜ ଧଳା କି କଳା ବୋଲି ଉଭୟଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଥିଲା। ବିତର୍କ ପରେ, ଉଭୟଙ୍କ ମଧ୍ୟରେ ଏକ ସର୍ତ ହୋଇଥିଲା ଯେ ଯାହାର କଥା ସତ୍ୟ ହେବ ସେ ଏହି ସର୍ତ ଜିତିବ  ଯିଏ ହାରିବ ସିଏ ଆଜିବନ ଦାସୀ ହୋଇ ରହିବ | ଏଥିରେ କଦ୍ରୁ  କହିଛନ୍ତି ଯେ ଘୋଡାର ଲାଞ୍ଜ କଳା ଏବଂ ବିନିତା କହନ୍ତି  ଯେ ଘୋଡାର ଲାଞ୍ଜ ଧଳା। ଏହା ପରେ, କଦ୍ରୁ ତାଙ୍କ ପିଲାମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ତାଙ୍କ ନିଜ ରୂପ ଛୋଟ କରି ଘୋଡାର ଲାଞ୍ଜରେ ଯାଇକି ଲୁଚିଯାଅ। ଯାହାଫଳରେ କି ଦୂରରୁ ହେଉ ଅବା ଆଭାସ ହେଉ କି ଘୋଡାର ଲାଞ୍ଜ ଧଳା ବଦଳରେ କଳା ରଙ୍ଗ। କିନ୍ତୁ କଦ୍ରୁଙ୍କ ପିଲାମାନେ ଏହି କାମ କରିବାକୁ ମନା କରିଦେଲେ । ଯାହା ଫଳରେ କଦ୍ରୁ ତାଙ୍କ ପିଲାମାନଙ୍କ ଅଭିଶାପ ଦେଇଦେଲେ। ପିଲାମାନେ ଡରିକି ଘୋର ଲାଞ୍ଜରେ ଲୁଚିଗଲେ। 

ବିନୀତା ସର୍ତ ହାରିଗଲେ ଏବଂ ଦାସୀ ହୋଇ ରହିବା ପାଇଁ ରାଜି ହୋଇଗଲେ। ଏହି କଥା ଯେତେବେଳେ ବିନିତାଙ୍କ ପୁଅ ଗରୁଡଙ୍କୁ ଜଣାପଡିଲା, ସେ ସେମାନଙ୍କର ସାପ ଭାଇମାନଙ୍କ ପାଖରେ ପହଞ୍ଚି ମାଙ୍କୁ ଉଦ୍ଧାର ପାଇଁ କହିଥିଲେ। ତାଙ୍କ ଭାଇମାନେ ସର୍ତ ରଖିଲେ ଯେ ଯଦି ସର୍ସ୍ଗରୁ ଅମୃତ କଳସ ଆଣିକି ଦେବ ତେବେ ତାଙ୍କ ମା'ଙ୍କୁ ଦାସି ହେବାରୁ ମୁକ୍ତି କରିଦେବେ। ଏହାପରେ ଗରୁଡ ସ୍ୱର୍ଗରୁ ଅମୃତ କଳସ ଆଣିକି କୁଶ ଘାସ ଉପରେ ରଖିଦେଲେ। ନିଜ ଭାଇମାନଙ୍କୁ କହିଲେ ଯେ, ଅମୃତ ପାନ କରିବା ପୂର୍ବରୁ ପ୍ରଥମେ ପୋକରୀରେ ଗାଧୋଇକି ଆସ। ଏହି ସମୟରେ ଭଗବାନ ଇନ୍ଦ୍ର ଅମୃତ କଳସକୁ ଖୋଜି ଖୋଜି ଆସି ପୃଥିବୀ ପୃଷ୍ଟରେ ପହଞ୍ଚିଲେ ଏବଂ ଅମୃତ କଳସ ଉଠାଇ ନେଇ ଚାଲିଗଲେ। ଯେତେବେଳେ ସବୁ ସାପ ଗାଧୋଇ ସାରି ଆସି ଦେଖିଲେ ଯେ ଅମୃତଳ କଳସ ନାହିଁ, ଯେଉଁ କାରଣରୁ ସାପମାନେ କୁଶକୁ ଅମୃତ ଭାବି ଚାଟିବାକୁ ଲାଗିଲେ ଯେ, କାଳେ ସେହିଠାରେ କିଛି ବୁନ୍ଦା ଅମୃତ ନିଶ୍ଚୟ ପଡିଥିବ। ଯେଉଁଥିରେ ସେମାନଙ୍କ ଜିଭ ଦୁଇ ଫାଳ ହୋଇ କଟିଗଲା। ଆଉ ସେବେଠାରୁ ସବୁ ସାପମାନଙ୍କର ଜିଭର ଅର୍ଗଭାଗ ଦୁଇ ଫଳ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:
 

 

Argus Whatsapp Channel Mobile Top
Sponsored
Why is the snake's tongue split? | Argus News