Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖରମାସ ଆରମ୍ଭ ହେବା ପୂର୍ବରୁ ସାରି ଦିଅନ୍ତୁ ସମସ୍ତ ଶୁଭ କାମ, ନଚେତ୍‌...

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଖରମାସ ଆରମ୍ଭ ହେବା ପୂର୍ବରୁ ସାରି ଦିଅନ୍ତୁ ସମସ୍ତ ଶୁଭ କାମ, ନଚେତ୍‌...

ଅର୍ଗସ ବ୍ୟୁରୋ:  ଖରମାସ ଆରମ୍ଭ ହେବା ପୂର୍ବରୁ ସାରି ଦିଅନ୍ତୁ ସମସ୍ତ ଶୁଭ କାମ । ନଚେତ ଅପେକ୍ଷା କରିବାକୁ ହେବ ଏକ ମାସ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ କୌଣସି ମାଙ୍ଗଳିକ ଓ ଶୁଭ କାର୍ଯ୍ୟ କରିବା ପୂର୍ବରୁ ସମସ୍ତେ ଭଲ ସମୟ ଓ ଶୁଭ ବେଳା ଦେଖନ୍ତି। ଭଲ ତିଥି ବାର ଦେଖି ଓ ଗ୍ରହ ନକ୍ଷତ୍ର ଗଣନା କରି ଯେକୌଣସି ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରାଯାଏ। କିନ୍ତୁ ଖରମାସରେ କୌଣସି ପାରମ୍ପରିକ କାର୍ଯ୍ୟ କରାଯାଏ ନାହିଁ। ଖରମାସ  ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ ୧୩ରେ ସରିବ। ଏହି ମାସରେ ସୂର୍ଯ୍ୟଙ୍କର ଚଳନ ବହୁତ ଧିର ଗତିରେ ହୋଇଥାଏ।

ଖରମାସରେ ସମସ୍ତ ଭଲ କାମ  କରିବାକୁ ବାରଣ କରାଯାଇଛି। ଏଥିରେ ବାହାଘର, ବ୍ରତଘର, ଗୃହ ପ୍ରବେଶ, ଗୃହାରମ୍ଭ ଓ ନୂଆ ବ୍ୟବସାୟ ଆଦୌ ଆରମ୍ଭ କରନ୍ତୁ ନାହିଁ। ଏହି ମାସରେ ହିନ୍ଦୁ ଧର୍ମରେ ବିବାହ, ବ୍ରତଘର, ନାମକରଣ ଓ କୌଣସି ବି ଧାର୍ମିକ ସଂସ୍କାର କରିବାକୁ ବାରଣ କରାଯାଇଛି। ଏହି ମାସ ମଳିନ ହୋଇଥିବାରୁ ଏହାକୁ ମଳମାସ କୁହାଯାଏ। ହିନ୍ଦୁ ଧର୍ମରେ ଏହି ମାସକୁ ଅଶୁଭ କୁହାଯାଏ। ସେଥିପାଇଁ ଏହି ମାସରେ କିଛି ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି।

- ଏହି ମାସରେ ଆପଣ ଯେତେ ଦାନ ଧର୍ମ ଓ ପୁଣ୍ୟ କରିବେ ଆପଣଙ୍କୁ ସେତେ ଲାଭ ମିଳିବ।
- ଏହି ମାସରେ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।

ଏହି କାର୍ଯ୍ୟକୁ ଦିଅନ୍ତୁ ଗୁରୁତ୍ତ୍ୱ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

- ଏହି ମାସରେ ବୈବାହିକ କାର୍ଯ୍ୟ, ମୁଣ୍ଡନ, ତିଳୋକତ୍ସବ, ଭୂମି ପୂଜନ, ଇତ୍ୟାଦି କଲେ ଅଶୁଭ ଫଳ ପ୍ରାପ୍ତ ହୁଏ।
-ବିଳାସବ୍ୟସନ ତ୍ୟାଗ କରି ଭୂମି ଉପରେ ଶୋଇଲେ ସୂର୍ଯ୍ୟ ପ୍ରସନ୍ନ ହୋଇଥାନ୍ତି।
-ଏହି ମାସରେ ଥାଳି ଛାଡି ପତ୍ରରେ ଖାଇବା ଲାଭଦାୟକ
-ଏହି ମାସରେ ଲୋକମାନଙ୍କ ସହ କଳିଝଗଡା ନକରି ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରନ୍ତୁ । ଏହାସହ ମିଛ କୁହନ୍ତୁ ନାହିଁ।
-ମଦ-ମାଂସ ସେବନ କରିବା ଅଶୁଭ ଫଳଦାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ ଦେଶ ଖବର:
 

 

Sponsored
why kharmas is inauspicious | Argus News