Premanand Maharaj / ପ୍ରେମାନନ୍ଦ ମହାରାଜ କାହିଁକି କହିଲେ ସମାଜକୁ କଳୁଷିତ କରନାହିଁ

Key Points
ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜ ସେ ସବୁବେଳେ ଲୋକମାନଙ୍କୁ ସଠିକ୍ ମାର୍ଗ ଦେଖାଇଥାନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ଭଲ ଶିକ୍ଷା ଗ୍ରହଣ କରିବା ବଦଳରେ ଖାରାପ ଶିକ୍ଷାକୁ ବେଶି ଗ୍ରହଣ କରୁଛନ୍ତି । ଆଜିକାଲି ସ୍କୁଲ ଏବଂ କଲେଜ ପିଲାମାନେ ଖରାପ ଭାଷା ବ୍ୟବହାର କରିବା, ଗାଳିଗୁଲଜ କରିବା, ଅଶ୍ଳୀଳ ପରିହାସ କରିବା ଏହିପରି ଖରାପ ଅଭ୍ୟାସ ଗ୍ରହଣ କରିବା ସାଧାରଣ ହୋଇଗଲାଣି ।
ଏହି ପରିବର୍ତ୍ତନ ପାଇଁ ପିତାମାତା ଏବଂ ସମାଜ ଉଭୟ ଚିନ୍ତାରେ । ଏପରି ସମସ୍ୟା ନେଇ ଜଣେ ବ୍ୟକ୍ତି ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ପାଖକୁ ଯାଇ ତାଙ୍କ ଚିନ୍ତାର ବିଷୟ କହିଥିଲେ । ଯେତେବେଳେ ସେହି ଭକ୍ତ ମହାରାଜଙ୍କୁ ପଚାରିଲେ, "ଆଜିକାଲି ପିଲାମାନେ କାହିଁକି ଖରାପ ଭାଷା ବ୍ୟବହାର କରୁଛନ୍ତି, ଗାଳିଗୁଲଜ କରୁଛନ୍ତି, ଅଶ୍ଳୀଳ ପରିହାସ କରୁଛନ୍ତି ଏବଂ ଭୁଲ ଜିନିଷ ପ୍ରତି ଏତେ ଆକର୍ଷିତ ହେଉଛନ୍ତି?"
ପ୍ରେମାନନ୍ଦ ମହାରାଜ ସ୍ପଷ୍ଟ ଉତ୍ତର ଦେଇଥିଲେ । ଯାହାର ଉତ୍ତର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପ୍ରେମାନନ୍ଦ ମହାରାଜ ଏହି କଥା ନିନ୍ଦା କରି କହିଛନ୍ତି ଯେ ମନ୍ଦ ଭାଷା ଏବଂ ଖରାପ ଅଭ୍ୟାସ ପିଲାମାନଙ୍କର ଚରିତ୍ର ଏବଂ ଭବିଷ୍ୟତ ଉଭୟକୁ କ୍ଷତି ପହଞ୍ଚାଉଛି । ମହାରାଜଙ୍କ ଅନୁସାରେ, ମନ୍ଦ ଭାଷା କହି ପିଲାମାନେ ନିଜେ ସେମାନଙ୍କର ସ୍ୱଭାବକୁ ନଷ୍ଟ କରନ୍ତି ଏବଂ ଧୀରେ ଧୀରେ ସେମାନଙ୍କର ବ୍ୟକ୍ତିତ୍ୱ ଖରାପ ହେବାକୁ ଲାଗେ ।
ଏଥିସହ ପଢ଼ନ୍ତୁ: ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳରେ ବାଧା ସୃଷ୍ଟି
ସେ ଆହୁରି ମଧ୍ୟ କହିଛନ୍ତି 'ଆଜିକାଲି କେବଳ ଗାଳି ଦେଇ କଥା ହେବାର ଧାରା ଚାଲିଛି ଏବଂ ଏହା ଏକ ଅତ୍ୟନ୍ତ ଖରାପ ଜିନିଷ । ଆମେ ପରସ୍ପରକୁ ଗାଳି ଦେବା ଉଚିତ୍ ନୁହେଁ, ଖରାପ କଥା କହିବା, ଖରାପ ଥଟ୍ଟା କରିବା ଉଚିତ୍ ନୁହେଁ । ଏହା ଆମର ସ୍ୱଭାବକୁ ନଷ୍ଟ କରେ । ଏହା ଆମକୁ ବହୁତ କ୍ଷତି ପହଞ୍ଚାଏ । ଅଳ୍ପ ମନୋରଞ୍ଜନ ଯୋଗୁଁ ଆମର ସ୍ଵଭାବ ନଷ୍ଟ ହେଉଛି । ଏପରି ମନୋରଞ୍ଜନ କରାଯିବା ଉଚିତ୍ ନୁହେଁ ।
ଛାତ୍ର ଜୀବନ ହେଉଛି ତପସ୍ୟର ସମୟ
ପ୍ରେମାନନ୍ଦ ମହାରାଜ କହିଛନ୍ତି ଯେ ଛାତ୍ର ଜୀବନ ଅତ୍ୟନ୍ତ ପବିତ୍ର ଏବଂ ଶୃଙ୍ଖଳିତ ହେବା ଉଚିତ । ମନ ଏବଂ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବା, ପାଠପଢ଼ାରେ ଧ୍ୟାନ ଦେବା ଏବଂ ଭଲ ଶିକ୍ଷା ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଜଣେ ଛାତ୍ରର ଜୀବନ ଏକ ତପସ୍ୱୀ ଜୀବନ। ଯେଉଁ ଛାତ୍ର ନିଶା ସେବନ କରେ କିମ୍ବା ଅଶ୍ଳୀଳ କଥା କହେ, ସେ ଛାତ୍ର ନୁହେଁ । ଏହି ରାସ୍ତାରେ ଛାତ୍ରମାନେ ଚାଲିବା ଉଚିତ୍ ନୁହେଁ । ମହାରାଜ ସମସ୍ତ ଯୁବପିଢ଼ିଙ୍କୁ ଖରାପ ଅଭ୍ୟାସରୁ ଦୂରେଇ ରହିବା ନେଇ ଅନୁରୋଧ କରି ଶେଷରେ କହିଥିଲେ। ହାତ ଯୋଡ଼ି, ଆମେ ନୂତନ ପିଲାମାନଙ୍କୁ ନିଶା ଏବଂ ଖରାପ କାମରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ । ତୁମର ବଡ଼ମାନଙ୍କୁ ସମ୍ମାନ କର। ସମାଜରେ ଏକ ଭଲ ବ୍ୟକ୍ତିତ୍ୱ ପ୍ରତିଷ୍ଠା କର। ଖରାପ ପିଲା ହୋଇ ସମାଜକୁ କଳୁଷିତ କର ନାହିଁ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories