Videos
|
National

କାହିଁକି ଦେଶରେ ବଢୁଛି ଦୁଷ୍କର୍ମ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କାହିଁକି ଦେଶରେ ବଢୁଛି ଦୁଷ୍କର୍ମ ?

Key Points

  • କାହିଁକି ଦେଶରେ ବଢୁଛି ଦୁଷ୍କର୍ମ ?
  • ଦଣ୍ଡ କମ୍‌ ହେଉଛି ନା ଅପରାଧୀ ଆଇନକୁ ଖାତିର କରୁନାହାନ୍ତି ?
  • ଭାରତ ଅପେକ୍ଷା ଅନ୍ୟ ଦେଶରେ କି ଦଣ୍ଡବ୍ୟବସ୍ଥା ଅଛି ?

ଅର୍ଗସ ବ୍ୟୁରୋ: କୋଲକତା ଗଣଦୁଷ୍କର୍ମକୁ ନେଇ କେବଳ ପଶ୍ଚିମବଙ୍ଗରେ ନୁହେଁ ବରଂ ପୁରା ଦେଶରେ ଆନ୍ଦୋଳନ ବଢିବାରେ ଲାଗିଛି । କେମିତି ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ଅତି ନୃଶଂସ ଭାବରେ ହତ୍ୟା କରାଗଲା ତାହା ପୁରା ଦେଶ ଦେଖିଲା । ତେବେ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଆଇନ ଦୁର୍ବଳ ଥିବାରୁ ବଢିବାରେ ଲାଗିଛି ଦୁଷ୍କର୍ମ ମାମଲା । ତେବେ ଆପଣ ଜାଣିଛନ୍ତି କି ? ଏମିତି ସଙ୍ଗୀନ ମାମଲାରେ କେଉଁଠି କି ଦଣ୍ଡବିଧାନ ହେଉଛି ?

ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ଦଣ୍ଡବିଧାନ କରିବାକୁ ଦାବି ଜୋର ଧରେ । ଖାଲି ଏତିକି ନୁହେଁ ବରଂ କେଉଁ କେଉଁ ଦେଶରେ ବିଚ୍‌ ରାସ୍ତାରେ ଫାଶୀ ଦିଆଯାଏ ତ ଆଉ କେଉଁଠି ପଥର ମାଡ କରାଯାଏ । ହେଲେ ଜାଣିଛନ୍ତି କି ଏହି ଅପରାଧ ପାଇଁ ଭାରତରେ କି ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି ?

ଦୁଷ୍କର୍ମ, ଗଣଦୁଷ୍କର୍ମ, ନାବାଳିକା ଦୁଷ୍କର୍ମ ଏବଂ ଦୁଷ୍କର୍ମ ପରେ ହତ୍ୟା । ପୂର୍ବରୁ ଏମିତି ସଙ୍ଗୀନ ମାମଲା ଆସିଲେ ଆଇପିସି ୩୭୫ ଓ ୩୭୬ ଧାରାରେ ଏହି ସବୁ ଜଘନ୍ୟ ଅପରାଧ ପାଇଁ ଦଣ୍ଡବ୍ୟବସ୍ଥା ଥିବା ବେଳେ,ନୂଆ ଭାରତୀୟ ନ୍ୟାୟ ସଂହିତାରେ ଏହାକୁ BNS-୬୩ ରୁ BNS-୭୦ ଯାଏଁ ସାମିଲ କରାଯାଇଛି । ସୂଚନା ଅନୁସାରେ, ଦୁଷ୍କର୍ମ ଓ ହତ୍ୟା ପାଇଁ ଅଭିଯୁକ୍ତକୁ ସର୍ବନିମ୍ନ ୨୦ ବର୍ଷ ସଶ୍ରମ କାରାଦଣ୍ଡ ମିଳୁଥିବା ବେଳେ, ସର୍ବାଧିକ ଆଜୀବନ ଜେଲ୍ କିମ୍ବା ପ୍ରାକୃତିକ ଭାବେ ମୃତ୍ୟୁ ହେବା ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ମିଳିପାରେ । ହେଲେ ଦିଲ୍ଲୀ ନିର୍ଭୟା କାଣ୍ଡ ପରେ, ଏଭଳି ବିରଳରୁ ଅତିବିରଳ ମାମଲାରେ ଆଇନରେ ଫାଶି ଦଣ୍ଡକୁ ମଧ୍ୟ ସାମିଲ କରାଯାଇଥିଲା । ତେବେ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଯେହେତୁ ପୀଡ଼ିତା ଜୀବିତ ନଥାନ୍ତି ତେଣୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଅତି ଜଟିଳ କିନ୍ତୁ ଅସମ୍ଭବ ନୁହେଁ । 

ଭାରତର ପଡୋଶୀ ଦେଶର କଥା ଯଦି କହିବା ତାହାଲେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ଫାଶୀ ଦିଆଯାଏ । ପାକିସ୍ତାନ ଓ ବାଂଲାଦେଶରେରେ ଫାଶି ଦଣ୍ଡ ମିଳୁଥିବା ବେଳେ, ଚୀନରେ ବି ରହିଛି ମୃତ୍ୟୁଦଣ୍ଡ ବ୍ୟବସ୍ଥା । ଆଫଗାନିସ୍ତାନରେ ୪ ଦିନ ଭିତରେ ଫାଶି ଖୁଣ୍ଟରେ ଝୁଲାଯାଏ କିମ୍ବା ମୁଣ୍ଡକୁ ଗୁଳି କରି ଦିଆଯାଏ । ସାଉଦି ଆରବରେ ଧରାପଡ଼ିବାର ଅଳ୍ପ କିଛି ଦିନ ଭିତରେ ସର୍ବସମ୍ମୁଖରେ ହୁଏ ଦୁଷ୍କର୍ମୀର ମୁଣ୍ଡକାଟ ହୁଏ । ଉତ୍ତର କୋରିଆରେ ଦୋଷୀର ଜୀବନ ନିଅନ୍ତି ଫାୟାରିଂ ସ୍କ୍ୱାଡ୍ । ଇଜିପ୍ଟ ଓ ଇରାନରେ ବି ଫାଶି ଦଣ୍ଡ ମିଳୁଥିବା ବେଳେ, କିଛି ନୃଶଂସ ଅପରାଧୀଙ୍କୁ ସରିଆ ଆଇନ ଅନୁସାରେ ପଥର ମାଡ଼ ଦ୍ୱାରା ମୃତ୍ୟୁଦଣ୍ଡ ଦିଏ ଇରାନ। ତେବେ ଆମେରିକା, ରୁଷ, ଫ୍ରାନ୍ସ,ଜାପାନ, ଇସ୍ରାଏଲ ଆଦି ଦେଶରେ ସର୍ବାଧିକ ଆଜୀବନ ସଜ୍ଜା ମିଳେ ଦୁଷ୍କର୍ମ ଅପରାଧୀକୁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ କୋଲକତା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିବା ପରେ ଏବେ ପୁରା ଦେଶରେ ଗୋଟିଏ ଦାବି ହେଉଛି କି, ତୁରନ୍ତ ଦୋଷୀକୁ ଦିଆଯାଉ ମୃତ୍ୟୁଦଣ୍ଡ । ତେବେ ସମୟ କହିବ ମୁଖ୍ୟ ଅଭିଯୁକ୍ତକୁ କି ଦଣ୍ଡ ଦିଆଯାଉଛି ?
 

rape cases | Argus News