Videos
|
National

ମହାକୁମ୍ଭରେ ସ୍ନାନ କଲେ କଣ ମିଳେ ଫାଇଦା ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମହାକୁମ୍ଭରେ ସ୍ନାନ କଲେ କଣ ମିଳେ ଫାଇଦା ?

ସାଧୁସନ୍ଥଙ୍କ ମେଳରେ ଆରମ୍ଭ ହୋଇଯାଇଛି ମହାକୁମ୍ଭମେଳା। କୁମ୍ଭ ମେଳାରେ ବୁଡ ପକାଇବାକୁ ଜମିଛି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ। ପ୍ରତି ବାର ବର୍ଷରେ ଥରେ ଅୟୋଜିତ ହେଉଥିବା ମହାକୁମ୍ଭମେଳାରେ ଯୋଗଦେବାକୁ କାହିଁକି ସାଧୁସନ୍ଥ ଓ ସାଧାରଣ ଲୋକଙ୍କ ଭିଡ ଜମେ ?


ପୌରାଣିକ କିମ୍ବଦନ୍ତୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଦେଶରେ ପାଳନ ହେଉଥିବା ପ୍ରତିଟି ପର୍ବପର୍ବାଣୀ ଓ ପୂଜାର୍ଚ୍ଚନା ପଛରେ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ରହିଥାଏ। ସେହିଭଳି କୁମ୍ଭମେଳା ପଛରେ ମଧ୍ୟ ଏକ ପୌରାଣିକ କିମ୍ବଦନ୍ତୀ ରହିଛି। ଥରେ ଦେବତାର ରାଜା ଇନ୍ଦ୍ର ଦୁର୍ବାସା ଋଷିଙ୍କୁ ଭେଟି ତାଙ୍କୁ ପ୍ରଣାମ କରିଥିଲେ। ଦୁର୍ବାସା ଋଷି ପ୍ରସନ୍ନ ହୋଇ ତାଙ୍କୁ ତାଙ୍କର ମାଳ ଦେଇଥିଲେ । ତେବେ ଇନ୍ଦ୍ର ତାଙ୍କ ଐରାବତ ମୁଣ୍ଡରେ ଏହାକୁ ରଖିଥିଲେ । ଯାହାକୁ ଦେଖି କ୍ରୋଧାନ୍ବିତ ହୋଇଥିଲେ ଦୁର୍ବାସା ଋଷି । କ୍ରୋଧରେ ଦୁର୍ବାସା ଇନ୍ଦ୍ରଙ୍କୁ ଅଭିଶାପ ଦେଇ କହିଥିଲେ ଇନ୍ଦ୍ର ନିଜର ଶକ୍ତି ହରାଇବେ। ଶକ୍ତି ଫେରି ପାଇବା ପାଇଁ ଇନ୍ଦ୍ର ଭଗବାନ ବ୍ରହ୍ମା ଏବଂ ଶିବଙ୍କ ପରାମର୍ଶ ନେଇଥିଲେ। ବ୍ରହ୍ମା ଏବଂ ଶିବ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରିବାକୁ ଇନ୍ଦ୍ରଙ୍କୁ କହିଥିଲେ। ଏହାପରେ ଭଗବାନ ବିଷ୍ଣୁ ଅମୃତ ପାଇବା ପାଇଁ କ୍ଷୀର ସମୁଦ୍ର ମନ୍ଥନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସମସ୍ତ ଦେବତା ରାକ୍ଷସମାନଙ୍କ ସହ ମିଶି ଅମୃତ ବାହାର କରିବାକୁ ଚେଷ୍ଟା କଲେ । ଯେତେବେଳ ଅମୃତ ଭାଣ୍ଡ ପାଇଁ ଅସୁର ଓ ଦେବତା ମାନଙ୍କ ମଧ୍ୟରେ ସଂଘର୍ଷ ଲାଗିଥିଲା , ସେତେବେଳେ ବିଷ୍ଣୁ ଏହି କଳସକୁ ଗରୁଡଙ୍କୁ ଦେଇଥିଲେ। ଗରୁଡ ଅମୃତ ଭାଣ୍ଡ ନେଇ ଆକାଶକୁ ଉଡି ଯାଇଥିଲେ। ରାକ୍ଷସମାନେ ଏକଥା ଜାଣିବା ପରେ ଗରୁଡଙ୍କ ଠାରୁ ଛଡାଇ ନେବାପାଇଁ ସଂଘର୍ଷ ବେଳେ କଳସରୁ ଚାରିଟୋପା ଅମୃତ ପ୍ରୟାଗରାଜ, ହରିଦ୍ବାର, ଉଜ୍ଜୈନ ଓ ନାସିକରେ ପଡିଥିଲା। ଅମୃତ ପାତ୍ର ନେଇ ସ୍ୱର୍ଗରେ ପହଞ୍ଚିବା ପାଇଁ ୧୨ ଦିନ ଲାଗିଥିଲା। ଦେବତାଙ୍କ ଗୋଟିଏ ଦିନ ପୃଥିବୀରେ ଗୋଟିଏ ବର୍ଷ ସହ ସମାନ ଅଟେ । ତେଣୁ କୁମ୍ଭମେଳା ୧୨ ବର୍ଷ ବ୍ୟବଧାନରେ ପାଳନ କରାଯାଏ ।


କୁମ୍ଭମେଳାରେ ସ୍ନାନ କଲେ କ'ଣ ହୁଏ ?


ମହାକୁମ୍ଭ ସ୍ନାନଦ୍ବାରା ପାପ କ୍ଷୟ ହୁଏ , ଅଧ୍ୟାତ୍ମିତ ଚେତନା ଜାଗ୍ରତ ହୁଏ ମାନସିକ ଶାନ୍ତି ମିଳେ। ଏଠାରେ ବିଧିବିଧାନ ପୂର୍ବକ ସ୍ନାନ କଲେ ଶତ ଅଶ୍ବମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି। କୁମ୍ଭ ମେଳା ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ମକର ରାଶିରେ ଏବଂ ଶନି କୁମ୍ଭ ରାଶିରେ ଥାଆନ୍ତି । କୁମ୍ଭମେଳାରେ ସ୍ନାନ କରିବା ଅମୃତ ସ୍ନାନ କରିବା ସହ ସମାନ


କୁମ୍ଭମେଳାର ଇତିହାସ


କୁମ୍ଭମେଳାର ଇତିହାସ ପାଖାପାଖି ୮୫୦ ବର୍ଷ ପୁରୁଣା ହେବ। ଖ୍ରୀଷ୍ଟପୂର୍ବ ୫୨୫ ଏହି ମେଳା ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ବୈଦିକ ଓ ପୌରାଣିକ ଯୁଗରେ କୁମ୍ଭ ଓ ଅର୍ଦ୍ଧକୁମ୍ଭ ସ୍ନାନର ବ୍ୟବସ୍ଥା ବର୍ତ୍ତମାନ ଭଳି ନଥିଲା। ପଣ୍ଡିତ ସାଧୁସନ୍ଥମାନେ ଶୁଭ ମୁହୁର୍ତ୍ତର ଗୁପ୍ତକାଳରେ ଏହି ମେଳା ଆୟୋଜନ ନେଇ ଆଲୋଚନା କରୁଥିଲେ।

why-the-maha-kumbh-mela-falls-once-in-12-years | Argus News