ଜମ୍ମୁକାଶ୍ମୀରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଜେଡ୍ ମୋଡ୍ ଟନେଲ

ଅର୍ଗସବ୍ୟୁରୋ: ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ହୋଇଛି ବହୁ ପ୍ରତିକ୍ଷିତ ସୋନମର୍ଗ ଟନେଲ। ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ଟନେଲର ଶୁଭ ଉଦଘାଟନ କରିଛନ୍ତି। ଦେଶର ପ୍ରତିରକ୍ଷା ପାଇଁ ଏହି ଟନେଲ ଯେତିକି ଗୁରୁତ୍ବପୂର୍ଣ୍ଣ ଲଦାଖ ପାଇଁ ପର୍ଯ୍ୟଟନ ଓ ଅର୍ଥନୀତି ପାଇଁ ସେତିକି ଉପଯୋଗୀ। ସରକାର ଆଶା ରଖିଛନ୍ତି ଏହି ଟନେଲ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ । ଦେଶର ସୁରକ୍ଷା ପାଇଁ ସେନାବହିନୀର ଗତିବିଧି ପୂର୍ବ ଅପେକ୍ଷା ଦୃତ ଏବଂ ଗୋପନୀୟ ହେବ। ଜମ୍ମୁ-କଶ୍ମୀରର ବିକାଶ ଧାରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଛି
ଜେଡ୍ - ମୋଡ୍ ଟନେଲ ଦ୍ବାରା କ'ଣ ହେବ ସୁବିଧା
ଏହି ଟନେଲ ୮,୬୫୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହାର ୭.୫ ମିଟର ଚଉଡା ସମାନ୍ତରାଳ ମାର୍ଗ ରହିଛି । ଲଦାଖ ଯିବା ବାଟରେ ଭୂସ୍ଖଳନ ଭଳି ବିପର୍ଯ୍ୟୟ ଭୟ କମିବ। ପର୍ଯ୍ୟଟକ ମାନେ ସୁରକ୍ଷିତ ଭାବେ ଏହି ଟନେଲ ଦେଇ ଯାତ୍ରା କରିବେ। ୨୦୦୫ ଫେବ୍ରୁଆରିରେ ଜମ୍ମୁ-କଶ୍ମୀରରେ ହିମସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହେଲେ ଏବେ ଲେହ ଲଦାଖ ରାସ୍ତାରେ ଆଉ ପାହାଡ ଘେରା ବାଟରେ ଭୟଭୀତ ହୋଇ ଯିବାକୁ ପଡିବ ନାହିଁ। ପୂର୍ବରୁ ଶ୍ରୀନଗର-ଲେହ ରାଜପଥରେ ସୋନମର୍ଗ ପହଞ୍ଚିବା ଲାଗି ଘଣ୍ଟାଏ ସମୟ ଲାଗୁଥିଲା । ଏବେ ଏହି ଟନେଲ୍ ଯୋଗୁଁ ମାତ୍ର ୧୫ ମିନିଟ୍ରେ ପହଞ୍ଚି ହେବ । ଦୁର୍ଗମ ପାହାଡ଼ ଘେରା ଏହି ଅଞ୍ଚଳ ପାର ଲାଗି ପୂର୍ବରୁ ୩ରୁ ୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ୪୫ ମିନିଟ୍ ଲାଗିବ । ଯାତ୍ରା ସମୟରେ ଗାଡିର ବେଗ ବଢିବ। ଗାଡିର ବେଗ ପୂର୍ବରୁ ଘଣ୍ଟା ପ୍ରତି ୩୦ କିଲୋମିଟର ରହିଥିବା ବେଳେ ଏବେ ୭୦ କିଲୋମିଟରକୁ ବୃଦ୍ଧି ପାଇବ। ବିଶେଷ କରି ପର୍ଯ୍ୟଟନ ଓ ପରିବହନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ। ବରଫ ଖସିବା ଭଳି ସମସ୍ୟା ପାଇଁ ରାସ୍ତା ବାଧାପ୍ରାପ୍ତ ହେବନି, ବର୍ଷ ତମାମ ପର୍ଯ୍ୟଟକଙ୍କ ଯିବା ଆସିବା ଲାଗି ରହିବ। ସ୍ଥାନୀୟ ବ୍ୟବସାୟୀ ନିବେଶକ ଲାଭବାନ ହେବେ
📱 Get Argus News App
✨କାହିଁକି ଟନେଲର ନାଁ ଜେଡ୍ - ମୋଡ୍
ଜମ୍ମୁ-କଶ୍ମୀରର ଗାନ୍ଦରବାଲ ଜିଲ୍ଲାରେ ନିର୍ମାଣ ହୋଇଥିବା ଏହି ଟନେଲ ଜେଡ୍ ଆକାରରେ ଲମ୍ବିଥିବାରୁ ସୁଡ଼ଙ୍ଗର ନାମ ଜେଡ୍-ମୋଡ୍ ଟନେଲ ରଖାଯାଇଥିଲା।
