Videos
|
National

କୂଅର ଆକାର ଗୋଲାକାର କାହିଁକି ?  

Arpita Mohanty
Browse all articles by Arpita Mohanty
·2 years ago·1 min read
କୂଅର ଆକାର ଗୋଲାକାର କାହିଁକି ?  

Key Points

  • କୂଅର ଆକାର ଗୋଲାକାର କାହିଁକି ?   
  • ଏହା ପଛରେ କ'ଣ ରହିଛି କାରଣ ?

ଅର୍ଗସ ବ୍ୟୁରୋ: ପ୍ରାୟ ସମସ୍ତେ ଆମେ ମାନେ କୂଅ ଦେଖିଛନ୍ତି, କୂଅର ବ୍ୟବହାର ବି କରିଛନ୍ତି । ହେଲେ କେବେ ଏମିତି ପ୍ରଶ୍ନ ମନରେ ଆସିଛି କି? କାହିଁକି କୂଅର ଆକାର ସବୁବେଳେ ଗୋଲ ଥାଏ ? ଏହା ପଛରେ କି କିଛି ପରମ୍ପରା ରହିଛି ନା ବୈଜ୍ଞାନିକ କାରଣ ରହିଛି ? ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନଥିଲେ ବି କୂଅକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି ।

ବହୁ ମାଟି ଖୋଳିବା ଦ୍ୱାରା କୂଅ ତିଆରି କରାଯାଇଥାଏ। ବାସ୍ତବରେ, ଅନ୍ୟ କୂଅ ଅପେକ୍ଷା ଗୋଲାକାର କୂଅଗୁଡ଼ିକ ଅଧିକ ଶକ୍ତିଶାଳୀ । ଏହାର ସବୁଠାରୁ ବଡ କାରଣ ହେଉଛି ଗୋଲାକାର କୂଅରେ କୌଣସି କୋଣ ନାହିଁ, ଯେଉଁ କାରଣରୁ କୂଅ ଚାରିପାଖରେ ପାଣିର ଦବାବ ସମାନ ରହିଥାଏ।ଯଦି କୂଅର ଆକାର ଗୋଲାକାର ନହୋଇ ଚାରିକୋଣିଆ କି ଅନ୍ୟ କେଉଁ ଆକୃତିର ହୁଏ ତାହେଲେ ଜଲ୍ଦି ଭାଙ୍ଗିଯିବାର ସମ୍ଭାବନା ବହୁତ ଅଧିକ। କାରଣ କୂଅରେ ପାଣିର ଚାପ ଚାରି କୋଣରେ ରହିବ।  ସେଥିପାଇଁ ସମଗ୍ର ବିଶ୍ୱରେ କୂଅଗୁଡିକ ଗୋଲାକାର ଆକାରରେ ନିର୍ମିତ।

ପୁରାତନ କାଳରେ ଘରେ ଘରେ ଲୋକେ କୂଅର ବ୍ୟବହାର କରୁଥିଲେ। ରୋଷେଇଠୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ କୂଅ ଏକମାତ୍ର ମାଧ୍ୟମ ଥିଲା। ବର୍ତ୍ତମାନ ଲୋକେ ନଳକୂପ ଆଉ ପାଣି ଟାଙ୍କିର ବ୍ୟବହାର କରୁଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: