Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Amit Shah Record: ଲାଲକୃଷ୍ଣ ଆଡ୍‌ଭାନୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Amit Shah Record: ଲାଲକୃଷ୍ଣ ଆଡ୍‌ଭାନୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

Key Points

ଅମିତ ଶାହଙ୍କ ପୂର୍ବରୁ ଦେଶରେ ଗୃହ ମନ୍ତ୍ରୀ ଭାବେ ୨ ଜଣ ସର୍ବାଧିକ ସମୟ ଧରି କାର୍ଯ୍ୟ କରିଥିଲେ।

ଜଣେ ହେଲେ କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତ ଓ ଆଉ ଜଣେ ହେଲେ ବିଜେପିର ଲାଲ କୃଷ୍ଣ ଆଡଭାନୀ।

ଦେଶରେ ସବୁଠାରୁ ଅଧିକ ଦିନ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ଅମିତ ଶାହ । ୨୦୧୯, ମେ ୩୦ରୁ ଦାୟିତ୍ବ ଗ୍ରହଣ କରିବା ପରେ ସେ ସର୍ବାଧିକ ଦିନ ଅର୍ଥାତ ୨ ହଜାର ୨୫୮ ଦିନର କାର୍ଯ୍ୟ ପୂରଣ କରିଛନ୍ତି । ଏହା ସହିତ, ସେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ କାର୍ଯ୍ୟକାଳର ରେକର୍ଡ ଭାଙ୍ଗିଛନ୍ତି ।

ଲାଲକୃଷ୍ଣ ଆଡଭାନୀ ୧୯ ମାର୍ଚ୍ଚ ୧୯୯୮ ରୁ ୨୨ ମେ ୨୦୦୪ ଯାଏ ଏହି ପଦରେ ଥିଲେ । ସେହିପରି କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତଙ୍କ କାର୍ଯ୍ୟକାଳକୁ ମଧ୍ୟ ଅତିକ୍ରମ କରିଛନ୍ତି ଅମିତ ଶାହ ।

ସବୁଠାରୁ କୌତୁହଳର ବିଷୟ ହେଲା, ଏହି କୀର୍ତ୍ତିମାନ ଅଗଷ୍ଟ ୫ରେ ଅମିତ ଶାହଙ୍କ ନାଁରେ ଯୋଡ଼ି ହୋଇଛି। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଅମିତ ଶାହ ସଂସଦରେ ଘୋଷଣା କରିଥିଲେ। ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ମାନ୍ୟତା ହରାଇଥିଲା। ଆଜି ଏହାକୁ ୬ ବର୍ଷ ପୂରିଥିବା ବେଳେ ଅମିତ ଶାହ ମଧ୍ୟ ଆଜିର ଦିନରେ ସର୍ବାଧିକ ସମୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି।

ଅମିତ ଶାହଙ୍କ ପୂର୍ବରୁ ଦେଶରେ ଗୃହ ମନ୍ତ୍ରୀ ଭାବେ ୨ ଜଣ ସର୍ବାଧିକ ସମୟ ଧରି କାର୍ଯ୍ୟ କରିଥିଲେ। ଜଣେ ହେଲେ କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତ ଓ ଆଉ ଜଣେ ହେଲେ ବିଜେପିର ଲାଲ କୃଷ୍ଣ ଆଡଭାନୀ।

ଆଡଭାନୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ୧୯୯୮ ମସିହା ମାର୍ଚ୍ଚ ୧୯ରୁ ୨୦୦୪ ମେ’ ୨୨ ଯାଏ କାର୍ଯ୍ୟ କରିଥିଲେ। ଏହାର ଅର୍ଥ ସେ ୨୨୫୬ ଦିନ ଏହି ପଦରେ ରହିଥିଲେ। ଗୋବିନ୍ଦ ବଲ୍ଲଭ ପନ୍ତ ୬ ବର୍ଷ ୫୬ ଦିନ ଅର୍ଥାତ ୧୯୫୫ ମସିହା ଜାନୁଆରୀ ୧୦ରୁ ୧୯୬୧ ମସିହା ମାର୍ଚ୍ଚ ୭ ଯାଏ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିଥିଲେ।

ଅମିତ ଶାହ ୨୦୧୯ ମସିହା ମେ’ ୩୦ରେ ପ୍ରଥମଥର ଦେଶର ଗୃହ ମନ୍ତ୍ରୀ ହୋଇଥିଲେ। ଏହି ପଦରେ ସେ ୨୦୨୪ ଜୁନ ୯ ଯାଏ କାର୍ଯ୍ୟ କରିଥିଲେ। ଏହାପରେ ୨୦୨୪ ଜୁନ ୧୦ରେ ସେ ପୁଣି ଗୃହ ମନ୍ତ୍ରୀ ହୋଇଥିଲେ। ଏବେ ବି ସେ ଗୃହ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟତୀତ ଶ୍ରୀ ଶାହ ଦେଶର ପ୍ରଥମ କର୍ପୋରେସନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ସମ୍ପାଦନ କରୁଛନ୍ତି।

ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ଆଗରୁ ଅମିତ ଶାହ ଗୁଜରାଟର ଗୃହ ମନ୍ତ୍ରୀ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ରହିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why this August 5 is a big day for Amit Shah | Argus News