Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାତାରାତି କାହିଁକି ଷ୍ଟୋରରେ ତାଲା ଲାଗିଲା ?

National

ରାତାରାତି କାହିଁକି ଷ୍ଟୋରରେ ତାଲା ଲାଗିଲା ?

Arpita Mohanty
Browse all articles by Arpita Mohanty
·1 year ago·5 min read
ରାତାରାତି କାହିଁକି ଷ୍ଟୋରରେ ତାଲା ଲାଗିଲା ?

ଅର୍ଗସ ବ୍ୟୁରୋ: ବିଗ୍ ବଜାର । ଛୁଆଟି ବେଳୁ ଏହି ମଲ୍‌ର ନାଁ ଶୁଣିବା ମାତ୍ରେ ମନ ଖୁସି ହୋଇଯାଏ। କାରଣ ସମସ୍ତେ ଜାଣିଥାନ୍ତି ବିଗ୍ ବଜାର ମାନେ ହେଉଛି ସବୁଠାରୁ ବଡ ଆଉ ଦାମୀ ମଲ। କିଛି ନ କିଣିଲେ ବି ଖାଲି ମଲ ଭିତରକୁ ଟିକେ ଯିବା ପାଇଁ ବି ବହୁତ ଏକ୍ସାଇଟମେଣ୍ଟ ଥାଏ। କିନ୍ତୁ ରାତାରାତି ଏହି ଶବ୍ଦଟି କୁଆଡେ ଉଭାନ ହୋଇଗଲା। ଆଉ ହଜାର ହଜାର ବିଗ୍ ବଜାର ପ୍ରେମୀଙ୍କୁ ସତ୍ ଝଟକା ଲାଗିଲା। କାହିଁକି ରାତାରାତି ବିଗ ବଜାରର ପ୍ରତ୍ୟେକ ଷ୍ଟୋରରେ ତାଲା ଲାଗିଗଲା ? କିଶୋର ବିୟାନୀଙ୍କ ଗୋଟେ ଭୁଲ କିଭଳି ଭାବରେ ତାଙ୍କ ୨୦ ବର୍ଷର ବିଶାଳ ସାମ୍ରାଜ୍ୟର ପତ୍ତନ କରିଦେଲା ।

 

କାହାଣୀର ଆରମ୍ଭ ହୁଏ ୧୯୮୧ରେ , କିଶୋର ବିୟାନୀ କଲେଜର ଶେଷ ବର୍ଷରେ ଥିଲେ । ତାଙ୍କ ବାପା ଚାହୁଁଥିଲେ କି ସିଏ ତାଙ୍କ ଫ୍ୟାମିଲି ବିଜନେସ ଜଏନ କରନ୍ତୁ। କିନ୍ତୁ କିଶୋର ତାହା ଚାହୁଁ ନ ଥିଲେ। ନିଜ ଜୀବନରେ ସିଏ କିଛି ବହୁତ ବଡ କରିବାକୁ ଚାହୁଁଥିଲେ। କଲେଜରେ ଥିବା ସମୟରେ ସିଏ ଥରେ ଦେଖିଲେ ତାଙ୍କର ଜଣେ ସାଙ୍ଗକୁ ଏକ ଭିନ୍ନ ଫ୍ୟାବ୍ରିକରେ ତିଆରି ହୋଇଥିବା ଫ୍ୟାସନେବଲ ଟ୍ରାଉଜର ପିନ୍ଧିଥିବାର ଦେଖିଲେ । ଏହା ଷ୍ଟୋନ ୱାସ୍ ଫ୍ୟାବ୍ରିକର ଥିଲା। ତାଙ୍କୁ ସେଇଟା ବହୁତ ଭଲ ଲାଗିଲା। ସେ ତୁରନ୍ତ ଜୁପିଟର ମିଲସରୁ ଷ୍ଟୋନ ୱାସ ଫ୍ୟାବ୍ରିକ୍ ର ୨୦୦ ମିଟର କପଡା କିଣିଲେ ଏବଂ ସବୁ ଗାର୍ମେଣ୍ଟ ନିର୍ମାତାଙ୍କୁ ବିକ୍ରିକଲେ । ଏମିତି କରି ଆସନ୍ତା ୬ ମାସରେ ସିଏ ଲକ୍ଷ ଲକ୍ଷ ଟଙ୍କାର ବିଜନେସ କରିଦେଲେ । ଏହିଠାରୁ ତାଙ୍କର ବ୍ୟାପାର ଯାତ୍ରା ଆରମ୍ଭ ହୋଇଥିଲା। 

1985 ପର୍ଯ୍ୟନ୍ତ କିଶୋର ବିୟାନୀ ନା କେବଳ ନିଜ ବ୍ରାଣ୍ଡର ଫ୍ୟାବ୍ରିକ ବିକ୍ରି କରୁଥିଲେ ତା ସହିତ ରେଡିମେଡ ଟ୍ରାଉଜର ବିକ୍ରି କରିବା ପାଇଁ ନିଜର ଏକ ଷ୍ଟୋର ବି ଖୋଲିଥିଲେ ଆଉ ତାର ନାଁ ରଖିଥିଲେ ପତଲୁନ। ୨ ବର୍ଷ ପରେ Manz wear private limited କମ୍ପାନିର ଶୁଭାରମ୍ଭ କଲେ। ଯେଉଁଠାରେ ସିଏ ନିଜେ ଟ୍ରାଉଜର ପ୍ରସ୍ତୁତ କରିବା ଆରମ୍ଭ କରିଦେଲେ। ଆଉ ଏହାର ନାମ ସିଏ ରଖିଲେ ପାଣ୍ଟାଲୁନ। ପାଣ୍ଟାଲୁନର ଟ୍ରାଉଜର ଗୁଡିକ ବହୁତ ଷ୍ଟାଇଲିସ ଲୁକ୍ ଦେଉଥିବାରୁ ସେଗୁଡିକ ବହୁତ ପପୁଲାର ହୋଇଗଲା। ୧୯୯୪ ଭିତରେ ପୂରା ଭାରତରେ ପାଣ୍ଟାଲୁନର ୭୨ ଫ୍ରାଞ୍ଚାଇଜ ଷ୍ଟୋର ଖୋଲିଗଲା। 

କିଶୋର ଦେଖିଲେ ଭାରତରେ ଲାର୍ଜ ଫର୍ମାଟ ରିଟେଲିଙ୍ଗର ଟ୍ରେଣ୍ଡ ବଢିବାରେ ଲାଗୁଛି । ସପର୍ସ ଷ୍ଟପ ଭଳି ବଡ ବଡ ରିଟେଲିଙ୍ଗ ଷ୍ଟୋର ଖୋଲୁଛି । ସେଥିପାଇଁ ସିଏ କୋଲକତାରେ ପାଣ୍ଟାଲୁନର ଫାଷ୍ଟ ଲାର୍ଜ ଫର୍ମାଟ ରିଟେଲ ଷ୍ଟୋର ଖୋଲିଲେ। ୧୦ ହଜାର ସ୍ବୟାର ଫିଟ୍ ରେ ହୋଇଥିବା ପାଣ୍ଟାଲୁନର ଏହି ସୋରୁମ ସେତେବେଳେ କୋଲକତାର ସବୁଠାରୁ ବଡ ସୋରୁମ ଥିଲା। ଏହି ସୋରୁମ ଖୋଲିବାର ପ୍ରଥମ ଦିନରେ ହିଁ ତାର କମାଲ ଦେଖାଇଥିଲା।

କିଶୋର ଦେଖିଲେ କଷ୍ଟମର ତାଙ୍କର ଟୋଟାଲ ଏକ୍ସପେଣ୍ଡିଚରର ମାତ୍ର ୮% କେବଳ ପୋଷାକରେ ଖର୍ଚ୍ଚ କରୁଛନ୍ତି। ଆଉ ତାକୁ ୫୦% କରିବା ପାଇଁ ତାଙ୍କୁ ପୋଷାକ ବ୍ୟତୀତ ଅନ୍ୟ ପ୍ରଡକ୍ଟ ଯେମିତି କି ଖେଳନା, ଗହଣା , ଗ୍ରୋସରି ଏବଂ ଅନ୍ୟ ଘର ଉପକରଣ ମଧ୍ୟ ରଖିବାକୁ ପଡିବ। ସେଥିପାଇଁ ଚେନ୍ନାଇର ସରାବନା ଷ୍ଟୋରରୁ ଅନୁପ୍ରାଣିତ ହୋଇ ବିଗ ବଜାର ନିର୍ମାଣ କଲେ। 

ସିଏ ଭାରତର ଲୋକାଲ ବଜାର ଗୁଡିକୁ ଅନୁଧ୍ୟାନ କରି ଦେଖିଲେ ଜଣେ ସାଧାରଣ ଲୋକର ମାନସିକତା ଏହା ଥିଲା କି ଯଦି ମଲଟି ବାହାରୁ ବହୁତ ମର୍ଡନ ଏବଂ ହାଇଫାଇ ଦେଖାଯାଉଛି ତାହେଲେ ଏହାର ପ୍ରଡକ୍ଟ ନିଶ୍ଚୟ ଏକ୍ସପେନସିଭ ହୋଇଥିବ। ଯେଉଁଥିପାଇଁ ସେମାନେ ଲୋକାଲ ବଜାରରୁ ଅଧିକ ସପିଙ୍ଗ କରିଥାନ୍ତି। ସେଥିପାଇଁ ସିଏ ବଜାର ଶବ୍ଦର ପ୍ରୟୋଗ କଲେ ଯାହାଦ୍ବାରା ବଜାର ଶୁଣି ଲୋକେ ତା ସହିତ କନେକ୍ଟ କରିବେ। ବଜାରରେ ଯେମିତି ସବୁ ପ୍ରକାରର ଜିନିଷ ମିଳେ ସିଏ ବିଗ ବଜାରକୁ ସେମିତି ତିଆରି କଲେ। ବିଗ ବଜାରର ମୂଳ ଲକ୍ଷ୍ୟ ଥିଲା କଷ୍ଟମରଙ୍କୁ ସବୁଠାରୁ ଶସ୍ତା ଏବଂ ଭଲ ପ୍ରଡକ୍ଟ ମିଳୁ। କିଛି ବର୍ଷ ଭିତରେ ପାଣ୍ଟାଲୁନ ଭଳି ବିଗବଜାର ମଧ୍ୟ ବହୁତ ଲୋକପ୍ରିୟ ହୋଇଗଲା। ଆଉ ପୂରା ଭାରତରେ ବିଗବଜାରର ୧୦୦ ଟି ଷ୍ଟୋର ଖୋଲିଗଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିନ୍ତୁ କିଶୋରଙ୍କ ମନରେ ତାଠାରୁ ବି କିଛି ବଡ କରିବାର ଇଛା ଥିଲା। ସିଏ ଦେଖିଲେ ଜଣେ ସାଧାରଣ ବ୍ୟକ୍ତି ଏକା ସମୟରେ ସର୍ବାଧିକ ୪ ରୁ ୫ଟି ସପ୍ ଯାଏ ତାପରେ ଥକିଯାଇ ଆଉ କୋଉ ସପକୁ ଯାଏନାହିଁ । ସେଥିପାଇଁ ସିଏ ସେଣ୍ଟ୍ରାଲ ଖୋଲିଲେ ଯେଉଁଠି ଗ୍ରାହକଙ୍କୁ ଖାଇବାଠୁ ଆରମ୍ଭ କରି ସପିଙ୍ଗ ଆଉ ତାସହିତ ମନୋରଞ୍ଜନର ବି ସୁବିଧା ମିଳୁଥିବ। ୨୦୦୪ ରେ ବେଙ୍ଗାଲୁରୁରେ ଏକ ଲକ୍ଷ ୨୦ ହଜାର ବର୍ଗଫୁଟରେ  ଖୋଲିଲା ପ୍ରଥମ ସେଣ୍ଟ୍ରାଲ ମଲ୍। ଦେଖୁଦେଖୁ ବେଙ୍ଗାଲୁରୁରେ ସେଣ୍ଟ୍ରାଲ ବହୁତ ଫେମସ ହୋଇଗଲା। ହାଇଦ୍ରାବାଦ , ପୁନେ ଏବଂ କୋଲକତାରେ ବି ସେଣ୍ଟ୍ରାଲ ଖୋଲିଲା।

୨୦୦୬ରେ କିଶୋର ସେଣ୍ଟ୍ରାଲ, ପାଣ୍ଟାଲୁନସ, ବିଗବଜାର ଭଳି ବଡ ବଡ ମଲକୁ ମ୍ୟାନେଜ କରିବା ପାଇଁ ଫ୍ୟୁଚର ଗ୍ରୁପ୍ ଖୋଲିଲେ। ସମୟାନୁସାରେ କିଶୋର ବିୟାନୀ ଭାରତର ରିଟେଲ ଇଣ୍ଡଷ୍ଟ୍ରିର ରାଜା ହୋଇଗଲେ। କିନ୍ତୁ ଆଗକୁ ତାଙ୍କ ଜୀବନରେ ବହୁତ ବଡ ଝଟକା ଲାଗିଲା। 

କିଶୋର ତାଙ୍କର ସବୁ ବିଜନେସରେ କଷ୍ଟମରଙ୍କ ସହିତ ଡାଇରେକ୍ଟ ଡିଲ କରିବାକୁ ଚାହୁଁଥିଲେ ଆଉ ତାଙ୍କର ଏହି ଫିଲୋସୋଫି ପାଇଁ ସେ ବହୁତ ବଡ ସମସ୍ୟାରେ ପଡିଗଲେ। ୨୦୦୫ ରେ ସିଏ ବ୍ୟାକ ଟୁ ବ୍ୟାକ୍ ୩ଟି ବ୍ରାଣ୍ଡକୁ କିଣିଦେଲେ ତାସହିତ ଭିନ୍ନ ଭିନ୍ନ ଜାଗାରେ ଖୋଲିବାକୁ ଲାଗିଲେ। ୨୦୦୫ ରେ ସିଏ ALL ଖୋଲିଲେ ତାସହିତ ବିଗ୍ ବଜାରରେ ସୁନା ବିକିବା ପାଇଁ ଗୋଲ୍ଡ ବଜାର ଆରମ୍ଭ କଲେ । ହୋମଟାଉନ ସପ୍ ଖୋଲିଲେ ଯେଉଁଠାରେ ଘରକୁ ରେନୋଭେଟ କରିବାର ସମସ୍ତ ଉପକରଣ ମିଳେ। ।୨୦୦୬ ରେ ଡିପଟ୍ ନାମରେ ଏକ ବୁକ୍ ଷ୍ଟୋର ଖୋଲିଲେ।

୨୦୦୭ ରେ ଫ୍ୟୁଚର କ୍ୟାପିଟାଲ ହୋଲ୍ଡିଙ୍ଗସ୍ ଆରମ୍ଭ କଲେ , ଫାଇନାନସିଆଲ ମ୍ୟାନେଜମେଣ୍ଟ ଯେମିତି କି ସମ୍ପତ୍ତି ପରିଚାଳନା ଏବଂ ରିଏଲ୍ ଇଷ୍ଟେଟ୍ ଦଲାଲ୍ ରେ ଏଣ୍ଟ୍ରି କଲେ। ତା ସହିତ ଲାଇଫ ଇନସ୍ୟୁରାନସ ଏବଂ ଜେନେରାଲ ଇନସ୍ୟୁରାନସ ଇଣ୍ଡଷ୍ଟ୍ରିରେ ବି କିଶୋର ଏଣ୍ଟ୍ରି କରିଲେ। ଲୋକଙ୍କୁ ବାହାରୁ ଫ୍ୟୁଚର ଗ୍ରୁପ୍ ବହୁତ ବଡ ଏବଂ ସଫଳ ଦେଖାଯାଉଥିଲା କିନ୍ତୁ ଭିତରେ ବହୁତ ବଡ ଦ୍ବନ୍ଦରେ ଫସିଯାଇଥିଲେ କିଶୋର। ଏକାସମୟରେ ଏତେସବୁ ସିଏ ଆରମ୍ଭ କରିଦେଇଥିଲେ ସତ କିନ୍ତୁ ନିଜ ଟଙ୍କାରେ ନୁହେଁ ଏଥିପାଇଁ ସିଏ ହଜାର ହଜାର କୋଟି ଟଙ୍କା କରଜ କରିଥିଲେ। ତାଙ୍କର ଆଶା ଥିଲା ଯେହେତୁ ତାଙ୍କ କମ୍ପାନିର ସେଲସ ଷ୍ଟ୍ରଙ୍ଗ ଅଛି ସିଏ ସବୁ ସମ୍ଭାଳି ନେବେ କିନ୍ତୁ ୨୦୦୮ରେ ଗ୍ଲୋବାଲ ଫାଇନାନସିଆଲ କ୍ରାଇସିସ୍ ହୋଇଗଲା। ଫ୍ୟୁଚର ଗ୍ରୁପର ସେଲ ବହୁତ ଡାଉନ ହୋଇଗଲା। ପୂର୍ବ ଧାରକୁ ସୁଜିବା ପାଇଁ କିଶୋରଙ୍କୁ ଆହୁରି କରଜ କରିବାକୁ ପଡିଲା। ଆଉ ତାଙ୍କ ମୁଣ୍ଡରେ ୧୨ ହଜାର କୋଟିର ଋଣ ଥିଲା।  ଯାହାର ସୁଧ ବି ସୁଜିବା ତାଙ୍କ ପାଇଁ ବହୁତ କଷ୍ଟକର ହୋଇଗଲା। ନିଜ ଛାତିରେ ପଥର ରଖି ତାଙ୍କୁ ପାଣ୍ଟାଲୁନସକୁ ୧୬୦୦ କୋଟି ଏବଂ ଫ୍ୟୁଚର କ୍ୟାପିଟାଲକୁ ୪୨୫୦ କୋଟିରେ ବିକିବାକୁ ପଡିଲା। 

କିଶୋରଙ୍କର ବଡ ଭୁଲ ହେଉଛି ସିଏ ଏତେ ସବୁ କମ୍ପାନି ଖୋଲି ତ ଦେଲେ କିନ୍ତୁ କୌଣସି ଏକ କମ୍ପାନିକୁ ପ୍ରଫିଟେବଲ କରିପାରିଲେନାହିଁ କି କ୍ରାଇସିସରୁ ବଞ୍ଚିବା ପାଇଁ ଯଥେଷ୍ଟ ଟଙ୍କା ବି ସଂରକ୍ଷଣ କରିପାରିଲେନାହିଁ। କିଶୋରଙ୍କୁ ଲାଗିଲା ପାଣ୍ଟାଲୁନସ ଏବଂ ଫ୍ୟୁଚର କ୍ୟାପିଟାଲକୁ ବିକିଲା ପରେ ତାଙ୍କ ସମସ୍ୟାର ସମାଧାନ ହୋଇଯିବ କିନ୍ତୁ ସେତେବେଳକୁ ମାର୍କେଟରେ ଆଉ ଦୁଇଟି ବଡ ପ୍ରତିଦ୍ବନ୍ଦ୍ବୀ ଆମାଜନ ଏବଂ ଫ୍ଲିପକାର୍ଟ ଆସି ଠିଆ ହୋଇଯାଇଥିଲେ। ଗତ କିଛି ବର୍ଷ ଭିତରେ ଏହି ଦୁଇଟି ପ୍ଲାଟଫର୍ମ କୋଟି କୋଟି କଞ୍ଜ୍ୟୁମରଙ୍କୁ ଅଫଲାଇନ ସପିଙ୍ଗରୁ ଅନଲାଇନ ସପିଙ୍ଗକୁ ସିଫ୍ଟ କରିଦେଲେ। ତାକୁ ଦେଖି କିଶୋର ବି ନିଜର ଇକମର୍ସ ୱେବସାଇଟ୍ ବିଗ ବଜାର ଡାଇରେକ୍ଟ ଆରମ୍ଭ କଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ବିଗ ବଜାର ଡାଇରେକ୍ଟ କିଶୋରଙ୍କର ବହୁତ ବଡ ଫେଲ୍ୟୁର ପ୍ରମାଣ ହେଲା । ଫ୍ୟୁଚର ଗ୍ରୁପର କୋଟି କୋଟି ଟଙ୍କା ବୁଡିଗଲା । ଆଉ ମାର୍ଚ୍ଚ ୨୦୧୯ ଭିତରେ ତାଙ୍କ ଉଧାର ବଢି ୧୨ ହଜାର ୮ ଶହ କୋଟିର ପହଞ୍ଚିଗଲା। 

କେମିତି ବି କରିକି ଫ୍ୟୁଚର ଗ୍ରୁପ ସସଟେନ୍ କରୁହି ଥିଲା କି ଏମିତି କିଛି ଘଟିଗଲା ଯାହା ଫ୍ୟୁଚର ଗ୍ରୁପକୁ ମୂଳରୁ ହିଁ ପୋଛିଦେଲା। କୋଭିଡ ୧୯। ଲକ୍ ଡାଉନ ପରେ ଫ୍ୟୁଚର ଗ୍ରୁପର ବିଗ୍ ବଜାର , ସେଣ୍ଟ୍ରାଲ ଆଉ ବାକି ସବୁ ଷ୍ଟୋର ରାତାରାତି ବନ୍ଦ ହୋଇଗଲା। ଆଉ ଆଜି କିଶୋର ବିୟାନିଙ୍କ ୮୦୦ଟି ଷ୍ଟୋରକୁ ରିଲାଏନ୍ସ ରିପ୍ଲେସ କରିସାରିଛି। ୨୦୨୨ ରେ ବ୍ୟାଙ୍କ ଅଫ ଇଣ୍ଡିଆ ଫ୍ୟୁଚର ଗ୍ରୁପ ଉପରେ insolvency proceedingsର ଡିମାଣ୍ଡ କରିଲା ଆଉ ଆଜି ପର୍ଯ୍ୟନ୍ତ ଏହି ପ୍ରୋସିଡିଙ୍ଗ ଚାଲିଛି । ଆଜି ବି ଫ୍ୟୁଚର ଗ୍ରୁପର ଆସେଟକୁ ଗୋଟେ ଗୋଟେ କରି ବିକ୍ରି କରି ତାଙ୍କ ଉଧାର ସୁଜାଯାଉଛି। 

ଅଧିକ ପଢନ୍ତୁ ଭାରତ ଖବର

Sponsored
Why was the store locked overnight? | Argus News