କାହିଁକି ବାସବରାଜ ମୁଣ୍ଡ ବଦଳରେ ଥିଲା ଦେଢ଼ କୋଟି ଟଙ୍କାର ପୁରସ୍କାର ?

Key Points
2003 - ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ପାଇଁ ବିସ୍ଫୋରଣ
2008 – ବାଳିମେଳା ଜଳଭଣ୍ଡାରରେ 60 ଜଣ ଯବାନଙ୍କୁ ହତ୍ୟା
2013 - ଝିରମ ଘାଟି ନରସଂହାର
2018 - ଆନ୍ଧ୍ ଆରାକୁର ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ହତ୍ୟା
ଏସବୁ ଭୟଙ୍କର ଷଡ଼ଯନ୍ତ୍ର ଏବଂ ଜଘନ୍ୟ କାଣ୍ଡ ପଛରେ ଥିଲା ଏହି ଚେହେରା। ନାମ୍ବାଲା କେଶବ ରାଓ ଓରଫ ବାସବରାଜ । NIAର ମୋଷ୍ଟ ୱାଣ୍ଟେଡ୍। ସିପିଆଇ ମାଓ ସଂଗଠନର ସାଧାରଣ ସମ୍ପାଦକ। ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ରରେ ମାଓ ସଂଗଠନରେ ଥିଲା ସକ୍ରିୟ ଭୂମିକା । ସଂଗଠନ ଚଳାଇବା, ଛୋଟ ବଡ଼ ଆକ୍ରମଣ ପାଇଁ ରଣକୌଶଳ ପ୍ରସ୍ତୁତ କରିବାରେ ଥିଲା ମୁଖ୍ୟ କାର୍ପଟଦାର । ଯବାନଙ୍କୁ ହତ୍ୟା ଆମ୍ବୁସର ଷଡ଼ଯନ୍ତ୍ର କରିବା, IED ବିସ୍ପୋରଣ, IFD ନିର୍ମାଣ ସବୁଥିରେ ସିଦ୍ଧହସ୍ତ ଥିଲା ବାସବରାଜ । ସବୁଠାରୁ ବଡ଼ କଥା ହେଲା ବାସବରାଜ ହିଁ ବର୍ତ୍ତମାନ ଥିଲା ମାଓ ସଂଗଠନର ଶୀର୍ଷ ନେତା ବା ମୁଖିଆ। 2018ରେ ମାଓ ନେତା ଗଣପତିର ମୃତ୍ୟୁ ପରେ ବାସବରାଜ ନେତୃତ୍ବରେ ହିଁ ସାରା ଦେଶରେ ପରିଚାଳିତ ହେଉଥିଲା ମାଓ ସଂଗଠନ।
1955ରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଜିଅନ୍ନପେଟ ଗାଁରେ ହୋଇଥିଲା କେଶବ ରାଓର ଜନ୍ମ । ୱାଙ୍ଗଲାର ରିଜିଓନାଲ ଇଂଜିନିୟରିଂ କଲେଜରୁ ବି ଟେକ୍ ଶିକ୍ଷା ସମାପ୍ତ କରିବା ପରେ ମାଓ ସଂଗଠନ ପ୍ରତି ଆକୃଷ୍ଟ ହୋଇଥିଲା କେଶବ ରାଓ । 1970ରୁ ସଂଗଠନରେ ତୁଲାଇଲା ସକ୍ରିୟ ଭୂମିକା । 1987ରେ LTTEଠାରୁ ନେଇଥିଲା ବଡ଼ ଆକ୍ରମଣର ତାଲିମ । ତା ପରଠାରୁ ଅନେକ ଛୋଟ ବଡ଼ ଆକ୍ରମଣ ପଛରେ ରହିଥିଲା ମାଷ୍ଟର ମାଇଣ୍ଡ । 2003ରେ ସେତେବେଳେ ଅଧିକ ଚର୍ଚ୍ଚାକୁ ଆସିଥିଲା ବାସବରାଜ, ଯେତେବେଳେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଲ୍ୟାଣ୍ଡ ମାଇନ୍ସ ଲଗାଇ ହତ୍ୟା ପାଇଁ ହୋଇଥିଲା ଆକ୍ରମଣ । ଏହି ଆକ୍ରମଣରେ ଚନ୍ଦ୍ରବାବୁଙ୍କ ଜୀବନ ବଞ୍ଚିଯାଇଥିଲେ ବି ସେ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ଥିଲେ ।
📱 Get Argus News App
✨ପୁଣି 2008ରେ ମାଲକାନଗିରି ବାଲିମେଳା ଜଳଭଣ୍ଡାର ମଧ୍ୟରେ ଆକ୍ରମଣ କରି 60 ଗ୍ରେହଣ୍ଡ ଯବାନ ଓ 5 ପୋଲିସଙ୍କୁ ହତ୍ୟା କରିଥିଲେ ମାଓବାଦୀ। ଏହି ଘଟଣାର ବି ମାଷ୍ଟରମାଇଣ୍ଡ ଥିଲା ବାସବରାଜ। ପୁଣି 2013 ଝିରମ ଘାଟି ନରସଂହାରରେ କେତେକ ରାଜନେତାଙ୍କ ସହ 27 ଜଣଙ୍କୁ ହତ୍ୟା କରିଥିଲେ ନକ୍ସଲ। ଏହି ଆକ୍ରମଣ ପଛରେ ବି ଥିଲା ବାସବରାଜର ସମ୍ପୃକ୍ତି ଓ ଷଡ଼ଯନ୍ତ୍ର। ପୁଣି 2018ରେ ଆନ୍ଧ୍ରପ୍ରଦେଶ ଆରାକୁର ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ହତ୍ୟା କରିଥିଲେ ମାଓବାଦୀ । ଏବେ ବାସବରାଜ ନିପାତ ହେବା ମାଓ ସଂଗଠନର ମେରୁଦଣ୍ଡ ଭାଙ୍ଗି ଦେଇଥିବା କୁହାଯାଉଛି।