Videos
|
National

Crime News India / ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ ସତ କହିଦେଲା ୧୦ ବର୍ଷର ଝିଅ

Ritu Das
Browse all articles by Ritu Das
·8 months ago·2 min read
ପ୍ରେମିକ ସହ ମିଶି ସ୍ବାମୀକୁ ଗ୍ରାଇଣ୍ଡରରେ କାଟି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ, ପୋଲିସକୁ ସବୁ ସତ କହିଦେଲା ୧୦ ବର୍ଷର ଝିଅ
india

Key Points

ଜଣେ ମହିଳା ତାଙ୍କ ପ୍ରେମିକ ଏବଂ ସହଯୋଗୀମାନଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କ ହାତଗୋଡ଼କୁ ଲୁହା ଅସ୍ତ୍ର ଏବଂ ଗ୍ରାଇଣ୍ଡରରେ କାଟି ନିର୍ମମ ଭାବରେ ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ତାଙ୍କ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିବା ସୂଚନା ରହିଛି ।
ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ଜଣେ ମହିଳା ତାଙ୍କ ପ୍ରେମିକ ଏବଂ ସହଯୋଗୀମାନଙ୍କ ସହିତ ମିଶି ତାଙ୍କ ସ୍ୱାମୀଙ୍କ ହାତଗୋଡ଼କୁ ଲୁହା ଅସ୍ତ୍ର ଏବଂ ଗ୍ରାଇଣ୍ଡରରେ କାଟି ନିର୍ମମ ଭାବରେ ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ତାଙ୍କ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିବା ସୂଚନା ରହିଛି । ପୋଲିସ ମୃତକଙ୍କ କଟା ହାତ ଏବଂ ମୁଣ୍ଡ ଉଦ୍ଧାର କରିଛି ଏବଂ ସ୍ତ୍ରୀ ସହ ଦୁଇ ଜଣଙ୍କୁ ଗିରଫ କରି ମାମଲାର ସମାଧାନ କରିଛି ।

ଡିସେମ୍ବର ୧୫ ତାରିଖ ସକାଳେ ପାଟରାଉଆର ଇଦଗାହ ନିକଟ ଏକ ନାଳରେ ଜଣେ ଯୁବକଙ୍କ ବିକୃତ ମୃତଦେହ ମିଳିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ସୂଚନା ପାଇ ଇନ୍ସପେକ୍ଟର ଅନୁଜ ତୋମାର ଏବଂ ମନୋଜ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଦନ୍ତରୁ ଜଣାପଡିଛି ଯେ, ଯୁବକ ଜଣଙ୍କ ୩୫ ବର୍ଷୀୟ ରାହୁଲ । ସେ ରାଜପୁରା ଥାନା ଅଞ୍ଚଳର ଗନ୍ନା ନଗର ନିବାସୀ ଜସୱନ୍ତଙ୍କ ପୁଅ। ମୃତଦେହର ହାତରେ "ରାହୁଲ" ନାଁରେ ଏକ ଟାଟୁ ଥିଲା । ଫଳରେ ମୃତଦେହ ଚିହ୍ନଟ ସହଜ ହୋଇଥିଲା।

ଏହାସହ ପଢ଼ନ୍ତୁ: ସ୍ତ୍ରୀ ପାଇଁ... ବାପାମାଆଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟିଲା, ପୁଣି ନଦୀରେ ଫିଙ୍ଗିଦେଲା

ମୃତ ରାହୁଲ ୧୫ ବର୍ଷ ପୂର୍ବେ ଚାନ୍ଦୌସିର ମୋହଲ୍ଲା ଚୁନି ନିବାସୀ ରୁବିକୁ ବିବାହ କରିଥିଲେ। ଦମ୍ପତିଙ୍କର ଦୁଇଟି ସନ୍ତାନ ୧୦ ବର୍ଷର ଝିଅ ଏବଂ ଏକ ୧୨ ବର୍ଷର ପୁଅ ଅଛନ୍ତି । ରାହୁଲ ଜଣେ ଜୋତା ବ୍ୟବସାୟୀ ଥିଲେ ଏବଂ ନଭେମ୍ବର ୧୮ ତାରିଖରୁ ନିଖୋଜ ଥିଲେ। ତାଙ୍କ ସ୍ତ୍ରୀ ରୁବି ନଭେମ୍ବର ୨୪ ତାରିଖରେ ଚାନ୍ଦୌସି ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲା । ତଦନ୍ତ ସମୟରେ ରୁବିର ଭୂମିକା ସନ୍ଦେହ ଘେରକୁ ଆସିଥିଲା । ତଦନ୍ତ ପରେ ରୁବି ତା’ ପ୍ରେମିକ ଅଭିଷେକ ଏବଂ ଅନ୍ୟ ଜଣେ ଯୁବକ ଗୌରବକୁ ଅଟକ ରଖାଯାଇଥିଲା। ଅଭିଯୁକ୍ତଙ୍କ ସୂଚନା ପରେ, ପୋଲିସ ଘରୁ ଏକ କାଠ ପଟା, ଏକ ସ୍କୁଟର, ଏକ ବ୍ୟାଗ, ଏକ ଟଏଲେଟ୍ ବ୍ରଶ୍, ଏକ ଲୁହା ରଡ୍ ଏବଂ ଇଲେକ୍ଟ୍ରିକ୍ ହିଟର୍ ଉଦ୍ଧାର କରିଥିଲା। ଏହି ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଖୁଲାସା ମୃତକଙ୍କ ୧୦ ବର୍ଷର ଝିଅ କରିଛି। ତାଙ୍କ ବାପାମାଆଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ହେଉଥିଲା । ଗୌରବ ଏବଂ ଅଭିଷେକ ନାମକ ଦୁଇ ଜଣ ଲୋକ ଘରକୁ ଆସୁଥିଲେ। ସେମାନେ ତାଙ୍କ ପାଇଁ ଚକୋଲେଟ୍ ଏବଂ ଖାଦ୍ୟ ଆଣୁଥିଲେ ବୋଲି ଝିଅଟି କହିଛି ।

ଏହାସହ ପଢ଼ନ୍ତୁ: ବୀଭତ୍ସ ହତ୍ୟା: ବାହା ହେବାକୁ କହିବାରୁ ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଲିଭ-ଇନ-ପାର୍ଟନର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାହୁଲଙ୍କ ଝିଅ ଆହୁରି କହିଛି, ‘ଅଭିଷେକ କହୁଥିଲା କେବଳ କିଛି ମାସର କଥା, ତା'ପରେ ମୋ ବାପା ଚାଲିଯିବେ।’ ଝିଅଟି କହିଛି, ଘଟଣା ଦିନ ସେ ଏବଂ ତାଙ୍କ ଭାଇ ସ୍କୁଲରେ ଥିଲେ। ଯେତେବେଳେ ସେମାନେ ଏହି ଲୋକମାନଙ୍କୁ ଘରକୁ ଆସିବାକୁ ବାରଣ କରିବାକୁ ଚେଷ୍ଟା କରୁଥିଲେ, ତାଙ୍କ ମା ସେମାନଙ୍କୁ ଧମକ ଦେଉଥିଲେ । ଝିଅଟି କାନ୍ଦି କାନ୍ଦି କହିଛି, ‘ମୋ ବାପାଙ୍କ ସହିତ ଏପରି କରିଥିବା ମୋ ମା’ ଏବଂ ଅନ୍ୟମାନଙ୍କୁ ଫାଶୀ ଦିଆଯିବା ଦରକାର।’ ପୋଲିସ ଏବେ ଶରୀରର ଅବଶିଷ୍ଟ ଅଂଶ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି ।