Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ବାମୀକୁ ଧମକ ଦେଲା ସ୍ତ୍ରୀ, ଅଧିକ ଗପିଲେ ଅବସ୍ଥା ଏମିତି କରିବି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ସ୍ବାମୀକୁ ଧମକ ଦେଲା ସ୍ତ୍ରୀ, ଅଧିକ ଗପିଲେ ଅବସ୍ଥା ଏମିତି କରିବି

ିଯୋଗ ଉତ୍ତରପ୍ରଦେଶ ମେରଠରେ ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଖଣ୍ଡଖଣ୍ଡ କରି ନୀଳ ଡ୍ରମରେ ରଖିବା ଘଟଣାକୁ ନେଇ ଏବେ ବି କମିନି ଚର୍ଚ୍ଚା। ଘଟଣା ସମାଜରେ ଏମିତି ଭୟର ବାତାବରଣ ସୃଷ୍ଟି କରିଛି ଯେ ଲୋକ ଘରେ ନୀଳ ଡ୍ରମ ରଖିବାକୁ ଭୟ କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହାରି ଭିତରେ ଆଉ ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ବିହାରର ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ମାରିକି ନୀଳ ଡ୍ରମରେ ପୁରାଇବା ଧମକ ଦେଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ। ସ୍ତ୍ରୀ ଫୋନରେ ଧମକ ଦେବାର ଅଡିଓ ମଧ୍ୟ ପୋଲିସକୁ ଦେଇଛନ୍ତି ସ୍ବାମୀ।


ଘଟଣା ବିହାରର ଗୟା ଜିଲ୍ଲାରେ ଘଟିଛି। ବହୁ ଫୋନରେ ସ୍ବାମୀକୁ ମାରି ନୀଳ ଡ୍ରମରେ ଭର୍ତ୍ତୀ କରିବା ଧମକକୁ ନେଇ ଭୟଭୀତ ହୋଇ ପଡିଛନ୍ତି ପୁରା ପରିବାର। ସ୍ବାମୀ ମିଥିଲେସ ସିଂ ପୂର୍ବତଟ ରେଳ ବାରଣାସୀ ମଣ୍ଡଳରେ ସହାୟକ ଲୋକ ପାଇଲଟ ରହିଛନ୍ତି। ତାଙ୍କ ସ୍ତ୍ରୀଙ୍କ ଫୋନରୁ ତାଙ୍କୁ ଗୋଟିଏ କଲ ରେକଡିଂ ମିଳିଛି ଯେଉଁଥିରେ ଶୁଣିବାକୁ ମିଳିଛି ତାଙ୍କ ସ୍ତ୍ରୀ ତାଙ୍କ ଭାଇଙ୍କ ହିତ ମିଶି ସ୍ବାମୀକୁ ମାରିବାକୁ ଯୋଜନା କରୁଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସ୍ବାମୀ ଏନେଇ ସ୍ତ୍ରୀଙ୍କୁ ପଚାରିବାରୁ ମେରଠ ଘଟଣା ଭଳି ଅବସ୍ଥା କରିବେ ବୋଲି ସ୍ତ୍ରୀ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସ୍ବାମୀ। ମିଥିଲେସଙ୍କ ଅଭିଯୋଗ ତାଙ୍କୁ ମାରିବାର କାରଣ ହେଉଛି ମୃତ୍ୟୁ ପରେ ଟଙ୍କା ଓ ଚାକିରି ପାଇବା ଆଶା। ଗତ ପାଞ୍ଚ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ବିବାହ ବେଳରୁ ହିଁ ସ୍ବାମୀ ସ୍ତ୍ରୀଙ୍କର ଭଲ ପଡୁନଥିଲା। ମାମଲା ପଞ୍ଚାୟତରେ ମଧ୍ୟ ଆଲୋଚନା ହୋଇଛି।


ସୂଚନାଯୋଗ୍ୟ- ୟୁପିର ମେରଠରେ, ଇଞ୍ଜିନିୟର ସୌରଭ ରାଜପୁତଙ୍କୁ ତାଙ୍କ ନିଜ ପତ୍ନୀ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହିତ ମିଶି ହତ୍ୟା କରିଥିଲେ। ହତ୍ୟା ପରେ, ଅଭିଯୁକ୍ତମାନେ ସୌରଭଙ୍କ ମୃତଦେହକୁ ଏକ ନୀଳ ଡ୍ରମରେ ରଖିଥିଲେ। ପ୍ରମାଣ ଲୁଚାଇବା ପାଇଁ ଡ୍ରମରେ ସିମେଣ୍ଟ୍‌ ଢାଳି ସିଲ୍ କରି ଖୁସି ମନାଇବାକୁ ହିମାଚଳ ପ୍ରଦେଶ ଚାଲି ଯାଇଥିଲେ।

Sponsored
Wife threatens to kill husband | Argus News