ଏନଡିଏକୁ ଫେରିବେ ଚନ୍ଦ୍ରବାବୁ ନାଇଡୁ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନଡିଏ ଗଠବନ୍ଧନକୁ ଫେରିବା ନେଇ ଏକ ପ୍ରକାର ନିଶ୍ଚିତ ହୋଇସାରିଛି। ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବାସଭବନରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିଟ୍ ଭାଗ ଭଣ୍ଟା ଫର୍ମୁଲା ମଧ୍ୟ ଛିଡିଯାଇଛି। ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ ଏବଂ ପଓ୍ୱନ କଲ୍ୟାଣ ଙ୍କ ଜନସେବା ପାର୍ଟି ସହ ମିସି ନିର୍ବାଚନ ଲଢିବ ବିଜେପି। ସୂଚନାମୁତାବକ, ବିଜେପି ଏବଂ ଜନସେବା ଆନ୍ଧ୍ରର ୮ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ନିର୍ବାଚନ ଲଢିପାରେ।
ସେହିପରି ଟିଡିପି ୧୭ ଲୋକସଭା, ୧୪୫ ବିଧାନସଭା ଆସନରେ ନିର୍ବାଚନ ଲଢିପାରେ। ଏକ ରିପୋର୍ଟ ଅନୁସାରେ ଅରାକୁ, ରାଜମନ୍ଦିର, ନରସାପୁରମ, ତିରୁପତି, ହିନ୍ଦୁପୁର ଏବଂ ରାଜମପେଟ ଲୋକସଭା ସିଟ୍ ଗୁଡିକରେ ବିଜେପି ନିର୍ବାଚନ ଲଢିପାରେ ବୋଲି କୁହାଯାଉଛି। ଅମିତ ଶାହଙ୍କ ବାସଭବନରେ ହୋଇଥିବା ବୈଠକରେ ଅମିତ ଶାହ, ଜେପି ନଡ୍ଡା, ଚନ୍ଦ୍ରବାବୁ ନାୟଡୁ ଏବଂ ପଓ୍ୱନ କଲ୍ୟାଣ ଉପସ୍ଥିତ ଥିଲେ। ଖୁବ୍ ଶୀଘ୍ର ଔପରଚାରିକ ଭାବେ ମେଣ୍ଟ ହେବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡା ଘୋଷଣା କରିପାରନ୍ତି।
ଅଧିକ ପଢନ୍ତୁ ଭାରତ ଖବର
