Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତ ଜିତିବ ନା ନ୍ୟୁଜିଲାଣ୍ଡ ! କ'ଣ ରହିଛି ଉଭୟ ଦଳର ଟ୍ରାକ୍‌ ରେକର୍ଡ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଭାରତ ଜିତିବ ନା ନ୍ୟୁଜିଲାଣ୍ଡ ! କ'ଣ ରହିଛି ଉଭୟ ଦଳର ଟ୍ରାକ୍‌ ରେକର୍ଡ ?

ଆଜି ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ ଭାରତ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨.୩୦ ରେ ଆରମ୍ଭ ହେବ। ଏହା ଭାରତୀୟ ଦଳର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍। ବାଂଲାଦେଶ ଏବଂ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିସାରିଛି।


ତେବେ ODI ଫର୍ମାଟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ରେକର୍ଡ କିପରି ରହିଛି ? ଦୁଇ ଦଳ ମଧ୍ୟରେ କେଉଁ ଦଳର ପଲ୍ଲା ଭାରି ରହିଛି? ଏଯାବତ୍‌ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦଳ ODI ଫର୍ମାଟରେ ୧୧୮ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡକୁ ୬୦ ଥର ପରାସ୍ତ କରିଛି ଭାରତ । ଆଉ ୫୦ ଥର ଜିତିଛି ନ୍ୟୁଜିଲ୍ୟାଣ୍ଡ । ଆଉ ଗୋଟିଏ ମ୍ୟାଚ୍ ଟାଇ ହୋଇଥିଲା ଏବଂ ୭ଟି ମ୍ୟାଚ୍‌ର କୌଣସି ଫଳାଫଳ ମିଳି ନଥିଲା। ଟିମ୍ ଇଣ୍ଡିଆ ଗତ ୫ଟି ଏକଦିବସୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଲଗାତାର ପରାସ୍ତ କରିଛି। ଏହି ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ, ନ୍ୟୁଜିଲାଣ୍ଡ ବିପକ୍ଷ ODI ଫର୍ମାଟରେ ଭାରତୀୟ ଦଳର ପଲ୍ଲା ଭାରି ରହିଛି।

ତେବେ ରବିବାର ଟେବୁଲ ଟପ୍ପର ପାଇଁ ଦୁଇ ଦେଶ ମଧ୍ୟରେ ଲଢ଼େଇ ହେବ। ଭାରତର ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହର୍ଷିତ ରାଣାଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀ ଦଳକୁ ଆସିଛନ୍ତି। ଭାରତୀୟ ଦଳ ୪ ଜଣ ସ୍ପିନ୍ ବୋଲରଙ୍କ ସହିତ ପଡ଼ିଆକୁ ଓହ୍ଲାଇଛି। ଉଭୟ ଦଳ ସେମିଫାଇନାଲରେ ସ୍ଥାନ ପାଇ ସାରିଛନ୍ତି। ଏବେ ଗ୍ରୁପ୍ ‘ଏ’ର ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ଉଭୟଙ୍କ ମଧ୍ୟରେ ଲଢ଼େଇ ହେଉଛି।

ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ପାକିସ୍ତାନ ଏବଂ ବାଂଲାଦେଶକୁ ପରାସ୍ତ କରିଛି। ଅନ୍ୟପକ୍ଷରେ, କିୱି ଦଳ ମଧ୍ୟ ସେହି ଉଭୟ ଦଳକୁ ସହଜରେ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ପ୍ଲେଇଂ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ

ନ୍ୟୁଜିଲାଣ୍ଡ ପ୍ଲେଇଂ ଏକାଦଶ: ୱିଲ୍ ୟଙ୍ଗ, ରାଚିନ୍ ରବିନ୍ଦ୍ର, କେନ୍ ୱିଲିୟମ୍ସନ୍, ଡାରିଲ୍ ମିଚେଲ୍, ଟମ୍ ଲାଥାମ୍, ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର (ଅଧିନାୟକ), ମ୍ୟାଟ୍ ହେନରୀ, କାଇଲ୍ ଜାମିସନ୍, ୱିଲିୟମ୍ ଓ'ରୌର୍କେ।

Sponsored
Will India or New Zealand win? What is the track record of both the teams? | Argus News