Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ସର୍ତ୍ତ ରଖିଥିଲେ ପ୍ରଶାନ୍ତ, ଏବେ ହାରିବା ଉପରେ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ସର୍ତ୍ତ ରଖିଥିଲେ ପ୍ରଶାନ୍ତ, ଏବେ ହାରିବା ଉପରେ !

Key Points

ଆକ୍ସିସ୍ ମାଇ ଇଣ୍ଡିଆ ଅନୁଯାୟୀ ଏନଡିଏ ୧୨୧ ରୁ ୧୪୧ ଆସନ ଜିତିପାରେ, ମହାଗଠବନ୍ଧନ ୯୮ ରୁ ୧୧୮ ଆସନ ଜିତିପାରେ।

ବିହାରରେ ଦୁଇ ପର୍ଯ୍ୟାୟର ବମ୍ପର ଭୋଟିଂ ପରେ, ଏବେ ଭୋଟ ଗଣନାର ସମୟ ଆସିଛି। ଅନେକ ଏକଜିଟ୍ ପୋଲ ଆକଳନ କରିଛନ୍ତି, ବିହାରରେ ଏଥର ପୁଣି NDA ସରକାର ଗଠନ କରିବ । ଯଦି ସର୍ଭେ ସଠିକ୍ ପ୍ରମାଣିତ ହୁଏ, ତେବେ ଏହା କେବଳ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବଙ୍କ ପାଇଁ ଏକ ବଡ଼ ଝଟକା ହେବ ନାହିଁ, ବରଂ ବିହାରରେ ନିଜ ପାଇଁ ସ୍ଥାନ ଖୋଜୁଥିବା ଜନ ସୂରଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ତାଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ପ୍ରକୃତରେ, ସଠିକ୍ ଭବିଷ୍ୟବାଣୀ ପାଇଁ ଜଣାଶୁଣା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବିହାର ବିଷୟରେ ଏକ ସାହସିକ ଦାବି କରି ନିଜର ରାଜନୈତିକ ଭବିଷ୍ୟତକୁ ବାଜିରେ ଲଗାଇ ଦେଇଛନ୍ତି । ଯଦିଓ ସେ କେବେ ଆତ୍ମବିଶ୍ୱାସର ସହିତ ଦାବି କରିନାହାନ୍ତି ଯେ ଜନ ସୂରଜ ଦଳ ସରକାର ଗଠନ କରିବ, କିନ୍ତୁ ସେ ଭବିଷ୍ୟବାଣୀ କରିଥିଲେ ଯେ ଜେଡିୟୁ ୨୫ରୁ ଅଧିକ ଆସନ ଜିତିବ ନାହିଁ। ସେ ଏମିତି ମଧ୍ୟ କହିଛନ୍ତି ଯେ ଯଦି ନୀତିଶ କୁମାରଙ୍କ ଦଳ ୨୫ରୁ ଅଧିକ ଆସନ ଜିତିଯାଏ, ତେବେ ସେ ରାଜନୀତି ଛାଡ଼ିଦେବେ।

ଯଦି ଫଳାଫଳ ଅଧିକାଂଶ ଏକଜିଟ୍ ପୋଲର ପୂର୍ବାନୁମାନର ପାଖାପାଖି ବି ସଠିକ୍‌ ହୁଏ, ତେବେ ପ୍ରଶାନ୍ତ କିଶୋର ଯେଉଁ ଚ୍ୟାଲେଞ୍ଜ ଲଗାଇଛନ୍ତି ତାହା ହାରିବା ନିଶ୍ଚିତ । ଅଧିକାଂଶ ସର୍ଭେରେ ବିଜେପି-ଜେଡିୟୁ ନେତୃତ୍ୱାଧୀନ ମେଣ୍ଟ ୧୫୦ରୁ ଅଧିକ ଆସନ ଜିତିବ ବୋଲି ପୂର୍ବାନୁମାନ କରାଯାଇଛି। ଆକ୍ସିସ୍ ମାଇ ଇଣ୍ଡିଆ ଅନୁଯାୟୀ ଏନଡିଏ ୧୨୧ ରୁ ୧୪୧ ଆସନ ଜିତିପାରେ, ମହାଗଠବନ୍ଧନ ୯୮ ରୁ ୧୧୮ ଆସନ ଜିତିପାରେ।

ସର୍ଭେ ଅନୁଯାୟୀ, ଜେଡିୟୁ ୫୬-୬୨ ଆସନ ଜିତିପାରେ । ତଥାପି ଯଦି ଜେଡିୟୁ ୧୫-୨୦ ଆସନ କମ୍ ଜିତେ, ତେବେ ବି ପ୍ରଶାନ୍ତ କିଶୋର ଚ୍ୟାଲେଞ୍ଜ ହାରିଯିବେ। ତେଣୁ ଏଠି ପ୍ରଶ୍ନ ପ୍ରଶାନ୍ତ କିଶୋର ନିଜ କଥାରେ ଅଟଳ ରହି ରାଜନୀତିରୁ ସନ୍ନ୍ୟାସ ନେବେ ନା ୟୁ-ଟର୍ଣ୍ଣ ନେବେ । ରାଜନୀତିରେ ରହିବା ପାଇଁ ନୂଆ ବାହାନା ଖୋଜିବେ ।

ପ୍ରଶାନ୍ତ କିଶୋର କ’ଣ କହିଥିଲେ?

ଅନେକ ଗଣମାଧ୍ୟମ ସାମ୍ନାରେ ଏବଂ ସାଧାରଣ ସଭାରେ ପ୍ରଶାନ୍ତ କିଶୋର କହିଥିଲେ, 'ଜେଡିୟୁ ୨୫ରୁ କମ୍ ଆସନ ଜିତିବ । ଯଦି ଏହା ସତ୍ୟ ନହୁଏ ତେବେ ମୁଁ ରାଜନୀତି ଛାଡିଦେବି' । ଖାଲି ସେତିକି ନୁହେଁ ସେ ଆହୁରି କହିଥିଲେ, 'ଲେଖିକି ରଖନ୍ତୁ NDA ସରକାର ବହୁମତ ସହ କ୍ଷମତାକୁ ଆସିପାରିବ ନାହିଁ । ଦୁଇ ତିନୋଟି କଥା ଲେଖିକି ରଖ, ନଭେମ୍ବର ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନାହିଁ । ବିହାର ଦେଖିବ ନୂଆ ମୁଖ୍ୟମନ୍ତ୍ରୀ । ଜେଡିୟୁ ୨୫ରୁ ଅଧିକ ଆସନ ଜିତିବ ନାହିଁ । ଯଦି ଜିତିବ ତେବେ ସେ ରାଜନୀତି ଛାଡିଦେବେ ।

ଅନ୍ୟଏକ ଗଣମାଧ୍ୟମରେ ମଧ୍ୟ ସମାନ କଥା ଦୋହରାଇଥିଲେ । ସେଠାରେ ସେ କହିଥିଲେ, 'ଯଦି ଜେଡିୟୁ ୨୫ରୁ ଅଧିକ ଆଶନ ଜିତିଯାଏ, ତେବେ ଜନ ସୂରାଜ ଦଳ ଜିତିଥିଲେ ବି ମୁଁ ରାଜନୀତି ଛାଡ଼ିଦେବି । ମୁଁ ଆତ୍ମବିଶ୍ୱାସର ସହିତ କହୁଛି ଯେ ଏହା ୨୫ଟି ଆସନ ଜିତିବ ନାହିଁ। ମୁଁ ଯାହା କହୁଛି ତାହା ଲେଖିକି ରଖ । ଏହା ଯୁକ୍ତିର ବିଷୟ ନୁହେଁ, ଏହା ବାଜିର ବିଷୟ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bihar Election | Will Prashant Kishor Quit Politics If JD(U) Wins Over 25 Seats In Bihar ? | Argus News