Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Trump Tariff Attack: ୨୪ ଘଣ୍ଟାରେ ପୁଣି ଟାରିଫ ବଢ଼ାଇବାର ଧମକ ଦେଲେ ଟ୍ରମ୍ପ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Trump Tariff Attack: ୨୪ ଘଣ୍ଟାରେ ପୁଣି ଟାରିଫ ବଢ଼ାଇବାର ଧମକ ଦେଲେ ଟ୍ରମ୍ପ

Key Points

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ରମ୍ପଙ୍କ ଦାବି ଉପରେ ଜବାବ ଦିଆଯାଇଥିଲା ।

ଜାତୀୟ ସ୍ୱାର୍ଥ ଓ ଆର୍ଥନୈତିକ ସୁରକ୍ଷାକୁ ଗୁରୁତ୍ୱ ଦେଇ ଭାରତ ବାଣିଜ୍ୟ କାରବାର ଜାରି ରଖିବ  ବୋଲି ସ୍ପଷ୍ଟ କରିଥିଲା ବୈଦେଶିକ ମନ୍ତ୍ରଣାଳୟ ।

ପୁଣି ଭାରତକୁ ଟ୍ରମ୍ପଙ୍କ ଟାରିଫ ଧମକ । ଏକ ସାକ୍ଷାତକାରରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଟାରିଫ ବୃଦ୍ଧି କରିବାକୁ ସଂକେତ ଦେଇଛନ୍ତି ଟ୍ରମ୍ପ । ଭାରତ-ରୁଷିଆ ସମ୍ପର୍କ ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଗତକାଲି ମଧ୍ୟ ଟାରିଫ ବଢ଼ାଇବାକୁ ଧମକ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟ୍ରମ୍ପଙ୍କ ଦାବି ଉପରେ ଜବାବ ଦିଆଯାଇଥିଲା । ଜାତୀୟ ସ୍ବାର୍ଥ ଓ ଆର୍ଥନୈତିକ ସୁରକ୍ଷାକୁ ଗୁରୁତ୍ବ ଦେଇ ଭାରତ ବାଣିଜ୍ୟ କାରବାର ଜାରି ରଖିବ ବୋଲି ସ୍ପଷ୍ଟ କରିଥିଲା ବୈଦେଶିକ ମନ୍ତ୍ରଣାଳୟ ।

ସେପଟେ ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକ ବିରୁଦ୍ଧରେ ଆମେରିକା ଏକ ନବ-ଉପନିବେଶ ନୀତି ଗ୍ରହଣ କରୁଥିବା ଅଭିଯୋଗ ଆଣିଛି ରୁଷିଆ। ଡୋନାଲ୍ଡ ଟ୍ରମ୍ପ ନୂତନ ଶୁଳ୍କ ଘୋଷଣା କରିବା ପରେ ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ତୀବ୍ର ନିନ୍ଦା କରିଥିଲେ । ଏବେ ବିଶ୍ୱ ଆମେରିକାର ଆଧିପତ୍ୟତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ସେ କହିଥିଲେ ।

ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରି ପରୋକ୍ଷରେ ୟୁକ୍ରେନ ସହିତ ଯୁଦ୍ଧ କରିବାକୁ ରୁଷିଆକୁ ଶକ୍ତି ଯୋଗାଉଥିବା କହିଛନ୍ତି ଟ୍ରମ୍ପ। ଭାରତ-ରୁଷିଆରୁ ତୈଳ ଆମଦାନୀ ବନ୍ଦ ନକଲେ ଭାରତ ଉପରେ ଅଧିକ ଟାରିଫ ଲଗାଯିବ ବୋଲି ପୁଣି ଥରେ ଧମକ ଦେଇଛନ୍ତି ଟ୍ରମ୍ପ। ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୭ ତାରିଖରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବାକୁ ଯାଉଛି ।


ଆମେରିକା ଓ ଭାରତ ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକ ପରେ ଭାରତ ସରକାର ଏହାର ଉପଯୁକ୍ତ ଜବାବ ଦେଇଥିଲେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଟ୍ରମ୍ପ ବାରମ୍ବାର ନୂଆଦିଲ୍ଲୀକୁ ଧମକ ଦେଇ ଚାଲିଛନ୍ତି।

ସୋମବାର ରାତିରେ ଭାରତ ସରକାର ଆମେରିକା ଓ ୟୁରୋପୀୟ ୟୁନିୟନର ଦୋମୁହାଁ ନୀତିର ପର୍ଦ୍ଦାଫାସ କରିଥିଲେ। ଭାରତକୁ ରୁଷ ସହ ବ୍ୟବସାୟ କରିବାକୁ ବାରଣ କରୁଥିବା ଆମେରିକା ଓ ୟୁରୋପୀୟ ୟୁନିୟନ ଏବେ ବି ମସ୍କୋ ସହ ବାଣିଜ୍ୟ କାରବାର ଜାରି ରଖିଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା।

ମଙ୍ଗଳବାର ଭାରତୀୟ ସେନା ୧୯୭୧ ମସିହାର ଗୋଟିଏ ପେପର କଟିଂକୁ ସୋଶାଲ ମିଡିଆରେ ପୋଷ୍ଟ କରି ଆମେରିକାକୁ କଟାକ୍ଷ କରିଛି। ଆମେରିକା ଦୀର୍ଘ ଦଶନ୍ଧି ଧରି କେମିତି ଭାରତ ବିରୋଧରେ ଯାଇ ପାକିସ୍ତାନକୁ ସମର୍ଥନ କରି ଆସୁଛି, ସେକଥା ଭାରତୀୟ ସେନା ନିଜର ପୋଷ୍ଟ ମାଧ୍ୟମରେ ପୂରା ବିଶ୍ୱକୁ ଜଣାଇଛି।

ସୋମବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ରୁଷ ଠାରୁ ତେଲ କିଣୁଥିବା ଭାରତକୁ ଟାରିଫ ଧମକ ଦେଇଥିଲେ। ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଅଧିକ ପରିମାଣର ଟାରିଫ ଲଗାଇବ ବୋଲି ସେ କହିବାର ଦିନକ ପରେ ଭାରତୀୟ ସେନାର ପୋଷ୍ଟ ସାମ୍ନାକୁ ଆସିଛି।

ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ଶେୟାର କରାଯାଇଥିବା ପୋଷ୍ଟଟି ୧୯୭୧ ମସିହା ଅଗଷ୍ଟ ୫ ତାରିଖର। ଆମେରିକା କେମିତି ଦୀର୍ଘ ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଛି, ସେକଥା ଏଥିରେ ଉଲ୍ଲେଖ ରହିଛି। ଏପରି ଯୋଗାଣ କରି ପାକିସ୍ତାନକୁ ୧୯୭୧ ମସିହା ଯୁଦ୍ଧ ପାଇଁ ଆମେରିକା ପ୍ରସ୍ତୁତ କରିଥିଲା ବୋଲି ଭାରତୀୟ ସେନା କହିଛି। ସେନା ଉକ୍ତ କ୍ଲିପ ସହ ଲେଖିଛି ଯେ “ଏହି ଦିନ, ସେହି ବର୍ଷ ଯୁଦ୍ଧ ପାଇଁ ପ୍ରସ୍ତୁତି କରିବା-ଅଗଷ୍ଟ ୫, ୧୯୭୧।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
Will raise tariffs on India ‘very substantially’ over next 24 hours, says Trump | Argus News