|
logo
Live

Argus News - କୋଟିଏ ଟଙ୍କାର ସମ୍ପତ୍ତି ଜବତ

National

Drug Syndicate / କୋଟିଏ ଟଙ୍କାର ସମ୍ପତ୍ତି ଜବତ

Satyendu Sekhar Mishra
Browse all articles by Satyendu Sekhar Mishra
·3 months ago·1 min read
କୋଟିଏ ଟଙ୍କାର ସମ୍ପତ୍ତି ଜବତ
Drug Syndicate

Key Points

ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଡ୍ରଗ ସିଣ୍ଡିକେଟ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ। ଜମ୍ମୁ କାଶ୍ମୀରର ଶ୍ରୀନଗରରେ NDPS ଆଇନ ବଳରେ କୋଟିଏରୁ ଅଧିକ ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିଶାଦ୍ରବ୍ୟ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଜମ୍ମୁ କାଶ୍ମୀର ପୋଲିସ । ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଆଇନ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଅଭିଯୁକ୍ତ ନିସାର ଅହମଦ ବୋଟା, ପୁଅ ମହମ୍ମଦ ଶଫି ବୋଟା, ସୈଦାକାଦଲର ବାସିନ୍ଦା ସୁଲତାନ ମୋହଲ୍ଲାଙ୍କ ଘରେ ରେଡ କରିଥିଲା ପୋଲିସ । ନିଶା କାରବାର କାର୍ଯ୍ୟକଳାପରୁ ଅର୍ଜିତ ଅବୈଧ ଆୟ ମାଧ୍ୟମରେ ଅର୍ଜନ କରାଯାଇଥିବା ସମ୍ପତ୍ତି ଜବତ ହୋଇଥିବା ପୋଲିସ କହିଛି । ସେପଟେ ଆଜି ଇଣ୍ଟରନ୍ୟାସନାଲ ଡ୍ରଗ ସିଣ୍ଡିକେଟରେ ସାମିଲ ଅଭିଯୁକ୍ତ ଋତିକ ବାଜାଜକୁ ଦୁବାଇରୁ ଭାରତ ଅଣାଯାଇଛି ।

ଅନ୍ୟପଟେ ପହଲଗାମ ଆତଙ୍କୀ ହମଲା ପରେ ସର୍ବବୃହତ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେସନ୍ । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲା ପାଞ୍ଜମୁଲ୍ଲା ସାଲିଆରେ ବଡ଼ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅପରେସନରେ SOG ଟିମ ସହ CRPF ଟିମ୍ ସାମିଲ ହୋଇଛନ୍ତି । ଘଞ୍ଚ ଜଙ୍ଗଲ ମଧ୍ୟରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପରେ ସେନା ପକ୍ଷରୁ ବଡ଼ ଯୋଜନା ପ୍ରସ୍ତୁତ ହୋଇଛି । ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଦୀର୍ଘକାଳୀନ ଅପରେସନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀଙ୍କ ମୃତାହତ ନେଇ ସୂଚନା ମିଳିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Drug Syndicate: କୋଟିଏ ଟଙ୍କାର ସମ୍ପତ୍ତି ଜବତ | Argus News