ଆସନ୍ତା ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ

ଅର୍ଗସ ବ୍ୟୁରୋ: ଆସନ୍ତା ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ । ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଅଧିବେଶନ । ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୩ ଡିସେମ୍ବର ଯାଏ ଚାଲିବ। ସଂସଦର ଶୀତକାଳୀନ ଅଧିବେଶନରେ ଏକ ଦେଶ ଏକ ନିର୍ବାଚନ ଏବଂ ୱାକଫ ବିଲ୍ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ୱାନ ନେସନ ୱାନ ଇଲେକସନ ବିଧେୟକକୁ କ୍ୟାବିନେଟ ଅନୁମୋଦନ ମିଳିସାରିଛି । ସେହିପରି ୱାକଫ୍ ବିଲ୍ ମଧ୍ୟ ଆଗତ ହେବା ସମ୍ଭାବନା ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଉପରେ ବିଚାର କରିବାକୁ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ବା ଜେପିସି ଗଠନ କରାଯାଇଥିଲା। ଏହା ବ୍ୟତୀତ ଅନେକ ବିଲ୍ ଅଛି ଯାହା ସଂସଦର ଶୀତକାଳୀନ ଅଧିବେଶନରେ ପାରିତ ହେବ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ନଭେମ୍ବର ୨୬ ରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ପୁରୁଣା ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ବୋଲି କୁହାଯାଉଛି। ତେବେ ଏ ସମ୍ପର୍କରେ ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ।