ଉତ୍ତରଭାରତରେ ଜାରି ରହିଛି ଶୀତ ଲହରି: ଆସ୍ତନ୍ତା ୬ ତାରିଖ ଯାଏ ନୋଏଡାର ସବୁ ସ୍କୁଲ ବନ୍ଦ

ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ପ୍ରବଳ ଶୀତ ଏବଂ କୁହୁଡ଼ି ଯୋଗୁଁ ଆସନ୍ତା ଶନିବାର ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ। ନୋଏଡାର ନର୍ସରୀ କ୍ଲାସରୁ ଅଷ୍ଟମ ଶ୍ରେଣୀ ଯାଏ ବିଦ୍ୟାଳୟଗୁଡ଼ିକ ଜାନୁଆରୀ 6 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଗୌତମବୁଦ୍ଧନଗର ପ୍ରଶାସନର ଏକ ବିଜ୍ଞପ୍ତି ଅନୁଯାୟୀ, ନିଜ ବୋର୍ଡ ସହ ଜଡିତ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ଏବଂ ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି।
ସବୁ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ସରକାରୀ ବିଦ୍ୟାଳୟ ଜାନୁଆରୀ 14 ପର୍ଯ୍ୟନ୍ତ ଶୀତ ଛୁଟି ପାଳନ କରୁଥିଲେ। କେବଳ ନୋଏଡା ନୁହେଁ, ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜିଲ୍ଲା ପ୍ରଶାସନ ମଧ୍ୟ ଶୀତ ଯୋଗୁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇଏମଡି ଉତ୍ତରପ୍ରଦେଶ ସମେତ ଲକ୍ଷ୍ନୌ ପ୍ରବଳ ଶୀତ ସହ ହାଲକା ବର୍ଷା ଏବଂ ଘନ କୁହୁଡ଼ି ଜାରି ରହିବ ବୋଲି ସତର୍କ ସୂଚନ ଜାରି କରିଛି।
ଭାରତ ପାଣିପାଗ ବିଭାଗ (ଆଇଏମଡି) ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆସନ୍ତା ୫ରୁ ଜାନୁୟାରୀ ୧୧ ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରା ହ୍ରାସ କମିବା ସହ ଘନ କୁହୁଡ଼ି ଜାରି ରହିବ। ବିଶେଷ କରି ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଉତ୍ତର ଭାଗ ଏବଂ ଉତ୍ତରପ୍ରଦେଶର ଦକ୍ଷିଣ ଭାଗରେ ମଧ୍ୟ ଦିନର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିବ ବୋଲି ମହାପାତ୍ର କହିଛନ୍ତି।
ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା 9 ° C ରେକର୍ଡ ହୋଇଛି। ଯାଯାବର ଲୋକଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳର ଆବଶ୍ୟକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର