ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ, ଛାତ୍ରଛାତ୍ରୀଙ୍କ ସହ କଥା ହେବେ ମୋଦି

ଅର୍ଗସ ବ୍ୟୁରୋ: ଆଜି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ । କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ମାଇ ଗଭ୍ ପୋର୍ଟାଲ ମାଧ୍ୟମରେ ସାରା ଦେଶରୁ ରେକର୍ଡ ସଂଖ୍ୟକ 2 କୋଟି 26 ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ଦିନ 11ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଗତ ମାସ ଡିସେମ୍ବର ୧୨ରୁ ଚଳିତ ବର୍ଷ ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଶିକ୍ଷା ମନ୍ତ୍ରଣାଳୟ ଷଷ୍ଠରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କଠାରୁ ମାଇଁ ଗଭ ପୋର୍ଟାଲରେ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରିଥିଲା ।
ଏହା ଦେଶର ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଉତ୍ସାହକୁ ଦର୍ଶାଇଛି । ଶିକ୍ଷା ମନ୍ତ୍ରାଳୟର ଘୋଷଣା ଅନୁସାରେ ଚଳିତବର୍ଷ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆଦିଲ୍ଲୀର ଭାରତ ମଣ୍ଡପମ ସହ ଆଇଟିବିପି, ନୂଆଦିଲ୍ଲୀ ଟାଉନ ହଲରେ ଆୟୋଜନ ହେବ । କାର୍ଯ୍ୟକ୍ରମରେ ପ୍ରାୟ 3 ହଜାର ଶିକ୍ଷାର୍ଥୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ 2 ଜଣ ଛାତ୍ର, ଜଣେ ଶିକ୍ଷକ ଓ ଜଣେ କଳା ଉତ୍ସବ ବିଜେତାଙ୍କୁ ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ମିଳିଛି । ଅଂଶଗ୍ରହଣକାରୀମାନଙ୍କୁ ଏକ ସ୍ୱତନ୍ତ୍ର କିଟ୍ ଯୋଗାଇ ଦିଆଯିବ। ଏହି କିଟରେ ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ - ପରୀକ୍ଷା ୱାରିୟର୍ସର ହିନ୍ଦୀ ଏବଂ ଇଂରାଜୀ ସଂସ୍କରଣ ସହିତ ଏକ ପ୍ରମାଣପତ୍ର ମିଳିବ ।
ଅଧିକ ପଢ଼ନ୍ତୁ ଦେଶ ଖବର: