Viral Video / ୯୦ ହଜାର ଟଙ୍କାର ଶାଢୀ ଚୋରି ପାଇଁ ରାସ୍ତା ମହିଳାଙ୍କୁ ନିସ୍ତୁକ ମାଡ , ଗିରଫ ହେଲେ ଦୋକାନୀ

Key Points
୯୦ ହଜାର ଟଙ୍କାର ଶାଢୀ ଚୋରି କରିଥିବା ଅଭିଯୋଗରେ ମହିଳାଙ୍କୁ ମାରୁଥିଲେ ମାଡ । ଚୋରି କରିବାର ସିସିଟିଭି ଫଟେଜ ପାଇବା ପରେ ମାଡ ମାରିଥିଲେ ଦୋକାନୀ ।
ଶାଢୀ ଚୋରି କରିବାରୁ ମାଡ ମାରି ଗିରଫ ହେଲେ ଦୋକାନୀ । ୯୦ ହଜାର ଟଙ୍କାର ଶାଢୀ ଚୋରି କରିଥିବା ଅଭିଯୋଗରେ ମହିଳାଙ୍କୁ ମାରୁଥିଲେ ମାଡ । ଚୋରି କରିବାର ସିସିଟିଭି ଫଟେଜ ପାଇବା ପରେ ମାଡ ମାରିଥିଲେ ଦୋକାନୀ ।
ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୁରର ଗୋଟେ ଶାଢୀ ଦୋକାନରେ ଏପରି ଚୋରି ହୋଇଥିବା ଅଭିଯୋଗ ଆସିଛି । ପୋଲିସ ମୁତାବକ , ହମ୍ପାମ୍ମା ନାମକ ଜଣେ ମହିଳା ବାଙ୍ଗାଲୁରୁର ଆଭେନ୍ୟୁ ରୋଡ ନିକଟରେ ଥିବା ଏକ ଶାଢୀ ଦୋକାନକୁ ଆସିଥିଲେ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ସେହି ମହିଳାଜଣକ ଦୋକାନ ଭିତରକୁ ଯାଇ ଶାଢୀ ଚୋରି କରିବାକୁ ଚେଷ୍ଟା କରିଥିଲେ ।
📱 Get Argus News App
✨ଏକ ଧଳା ବ୍ୟାଗରେ ସେ ଶାଢୀ ଚୋରି କରି ଭର୍ତ୍ତି କରୁଥିଲେ । ପରେ ବ୍ୟାଗ ଭର୍ତ୍ତି ଶାଢୀ ଧରି ସେଠାରୁ ଖସି ଯାଇଥିଲେ । ହେଲେ ଏହି ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ କରାଯାଇଥିଲା ।
बेंगलुरु के एवेन्यू रोड पर एक महिला के साथ दिनदहाड़े बर्बरता!
— Kishor Joshi (@KishorJoshi02) September 26, 2025
माया सिल्क साड़ीज़ के मालिक और उसके कर्मचारियों ने चोरी के आरोप में एक महिला को सड़क पर घसीटा और उसके प्राइवेट पार्ट्स पर लात मारी। सबसे चौंकाने वाली बात यह है कि पुलिस ने महिला को बचाने के बजाय उसे ही चोरी के आरोप… pic.twitter.com/GThqX4KAB9
ଆଉ ଥରେ ଯେତେବେଳେ ସେହି ମହିଳାଜଣକ ଦୋକାନ ଭିତରକୁ ଆସିଥିଲେ, ସେତେବେଳେ ଦୋକାନୀ ତାଙ୍କୁ ଚୋରି କରୁଥିବାର ଧରିଥିଲେ । ଆଉ ରାଗରେ ତାଙ୍କୁ ଦୋକନାର ଟାଣି ଟଣି ରାସ୍ତାକୁ ନେଇ ଯାଇଥିଲେ । ଆଉ ସେଠାରେ ମନଇଚ୍ଛା ଗୋଇଠା, ଚାପୁଡା ପିଟିବାକୁ ଲାଗିଥିଲେ । ଛାତିକୁ ବାରମ୍ବାର ଗୋଇଠା ମାରିବାକୁ ଲାଗିଥିଲେ । ସ୍ଥାନୀୟ ଲୋକେ ସେଠାରେ ଜମା ହୋଇଥିଲେ ମଧ୍ୟ, କେହି ତାଙ୍କୁ ପ୍ରତିରୋଧ କରିନଥିଲେ । ପରେ ଆଉ ଜଣେ ଯୁବକ ତାଙ୍କୁ ଘୋଷାଡି ଘୋଷାଡି ନେଇଥିଲେ ।
ଅଧିକ ପଢନ୍ତୁ : Viral Video ; ଟ୍ରେନରେ ସ୍ତ୍ରୀଙ୍କ ହାତରେ ନେଲପଲିସ୍ ଲଗାଇ ଦେଲେ ବୃଦ୍ଧ ସ୍ଵାମୀ
ଏହାପରେ ପୋଲିସ ସେହି ଦୋକାନୀ ଏବଂ ତାଙ୍କ ସହକାରୀଙ୍କୁ ଗିରଫ କରିଛି । ପୋଲିସ ମୁତାବକ ୨ଟି ଅଭିଯୋଗ କରାଯାଇଛି । ପ୍ରଥମ ଅଭିଯୋଗ ଦୋକାନୀଙ୍କ ନାଁରେ ମହିଳାଙ୍କୁ ମାଡ ମାରିବା ପାଇଁ କରାଯାଇଛି । ସେହିପରି ଦ୍ଵିତୀୟ ଅଭିଯୋଗ ମହିଳାଙ୍କ ନାଁରେ ଚୋରି କରିବା ପାଇଁ କରାଯାଇଛି । ପରେ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଛି । ଏବେ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
Related Topics
Explore more stories