Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୮ ବର୍ଷ ପରେ AI ମାଧ୍ୟମରେ ଗର୍ଭବତୀ ହୋଇପାରିଲେ ମହିଳା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୧୮ ବର୍ଷ ପରେ AI ମାଧ୍ୟମରେ ଗର୍ଭବତୀ ହୋଇପାରିଲେ ମହିଳା

Key Points

୧୮ ବର୍ଷ ପରେ ମହିଳା ଗର୍ଭବତୀ

ମହିଳାଙ୍କୁ ଗର୍ଭବତୀ କଲା AI

ସୋସିଆଲ ମିଡିଆରେ ଚର୍ଚ୍ଚା

ଦୀର୍ଘ ୧୮ ବର୍ଷ ପରେ ଗର୍ଭବତୀ ହେଲେ ମହିଳା , ଆଉ ସେ ବି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ । ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏକ ଦମ୍ପତ୍ତି ପିଲାଟିଏ ପାଇଁ ୧୮ ବର୍ଷ ହେବ ଚେଷ୍ଟା କରି ଆସୁଛନ୍ତି । ସେମାନେ ବିଶ୍ଵର ଅନେକ ସ୍ଥାନରେ ଅନେକ ଥର ଆଇଭିଏଫ (IVF) ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି, ହେଲେ କୌଣସି ଥର ସେ ଗର୍ଭଧାରଣ କରି ପାରିନାହାନ୍ତି । ଆଜୋସ୍ପରମିଆ (azoospermia)  ଯୋଗୁଁ ଅନେକ ଥର ତାଙ୍କର ଆଇଭିଏଫ ହୋଇପାରିନାହିଁ । ଏହି ଆଜୋସ୍ପର୍‌ମିଆ ଏମିତି ଏକ ସ୍ଥିତି ଯେଉଁଥିରେ, ପୁରୁଷର ସିମେନ(Semen)ରେ ଉପଯୁକ୍ତ ଶୁକ୍ରାଣୁ ନଥାଏ । କାରଣ ଗୋଟେ ସୁସ୍ଥ ପୁରୁଷର ଗୋଟେ ମିଲିଲିଟର ସିମେନରେ ଲକ୍ଷ ଲକ୍ଷ ଶୁକ୍ରାଣୁ ରହିଥାଏ । ଏପରି ପରିସ୍ଥିତିରେ ପ୍ରଜନନ ହୋଇପାରେ ନାହିଁ । 

ତେବେ ଏହି ଦମ୍ପତ୍ତି ଅନେକ ସ୍ଥାନକୁ ଯାଇ ଏ ସମ୍ପର୍କରେ ବିଫଳ ହେବାପରେ କୋଲୋମ୍ବିଆ ବିଶ୍ଵବିଦ୍ୟାଳୟ ଆଡେ ମୁହାଁଇଥିଲେ । ଯେଉଁଠି AI ର ଷ୍ଟାର ମେଥଡରେ ପରୀକ୍ଷା କରାଯାଇଥିଲା । ସେଠାରେ ଥିବା ପ୍ରଜନନ(Fertility)ଗବେଷଣା କେନ୍ଦ୍ରରେ ସେହି ବ୍ୟକ୍ତିଙ୍କର ସିମେନରେ ଲୁଚି ରହିଥିବା ଶୁକ୍ରାଣୁକୁ ଏଆଇ(AI)ମାଧ୍ୟମରେ ଖୋଜା ଯାଇଥିଲା । ଏବଂ ସିମେନରେ ପାଖାପାଖି ୪୪ଟି ଶୁକ୍ରାଣୁ ଥିବା ଜଣା ପଡିଥିଲା । ଏହାକୁ ସେହି ମହିଳାଙ୍କ ଡିମ୍ବାଣୁ(Egg) ସହ ଆଇଭିଏଫ କରାଯାଇଥିଲା । ଏବଂ ପରେ ମହିଳା ଜଣକ ଗର୍ଭବତୀ ହେଇଥିବା ସେମାନେ ଜଣାଇଥିଲେ । ଏବଂ ଷ୍ଟାର (Star) ପଦ୍ଧତିରେ ପ୍ରଥମ ମହିଳା ଗର୍ଭବତୀ ହୋଇଥିଲେ ସେହି ମହିଳାଜଣକ ।

ଗର୍ଭବତୀ ହେବାପରେ ମହିଳାଜଣକ କହିଥିଲେ, "ମତେ ଏବେ ଯାଏଁ ବିଶ୍ଵାସ ହେଉନି କି ମୁଁ ଗର୍ଭବତୀ ଅଛି । ମୁଁ ପ୍ରତିଦିନ ସକାଳୁ ଉଠୁଛି , ଆଉ ଏକଥା ବିଶ୍ଵାସ କରିପାରୁନି କି ମୁଁ ଗର୍ଭବତୀ ଅଛି ବୋଲି । "

ପାଖାପାଖି ୫ ବର୍ଷ ଗବେଷଣା କରିବା ପରେ ଏହି ଷ୍ଟାର ମେଥଡକୁ ଆବିଷ୍କାର କରିଥିଲେ ଡକ୍ଟର ଜେଭ ୱିଲିୟମସ୍ । ସେ କହିଛନ୍ତି, ଏହି ଦମ୍ପତ୍ତି ଯେତେବେଳେ ପ୍ରଥମେ ନିଜ ସିମେନର ନମୁନା ପରୀକ୍ଷା ପାଇଁ ଦେଇଥିଲେ, ଏହାକୁ ୨ ଦିନ ଧରି ପରୀକ୍ଷା କରାଯାଇଥିଲା । ହେଲେ ସିମେନରେ କୌଣସି ଶୁକ୍ରାଣୁ ମିଳିନଥିଲା । ପରେ ଏହାକୁ AI ଷ୍ଟାର ମେଥଡ ଦ୍ଵାରା ପରୀକ୍ଷା କରିବାରୁ ଜଣା ପଡିଥିଲା, ଏଥିରେ ୪୪ଟି ଶୁକ୍ରାଣୁ ରହିଛି । ପରେ ଏହାକୁ ପ୍ରଜନନ କରିବାରେ ବ୍ୟବହାର କରାଯାଇଥିଲା ।

ମିଷ୍ଟର ୱିଲିୟମସ୍ କହିଛନ୍ତି , ଏହି ଷ୍ଟାର ପଦ୍ଧତିରେ ସିମେନକୁ ପରୀକ୍ଷା କରିବା ପାଇଁ ଅଧିକ ଶକ୍ତିଶାଳୀର ସ୍କାନର ବ୍ୟବହାର କରାଯାଏ । ଯାହା ସିମେନରୁ ଗୋଟେ ଘଣ୍ଟାରେ ୮୦ ଲକ୍ଷରୁ ଅଧିକ ଫଟୋ ଉତ୍ତୋଳନ କରିପାରେ । ଏହା ମାଧ୍ୟମରେ ସିମେନରେ ଥିବା ଶୁକ୍ରାଣୁକୁ ଖୋଜିବାରେ ସହଜ ହୋଇଥାଏ । ପରେ ଏହା ପ୍ରଜନନ କୋଷକୁ ଖୋଜିଥାଏ । ତେବେ ଏହି ପଦ୍ଧତି ଦ୍ଵାରା ସେହି ମହିଳାଜଣକ ପ୍ରଥମେ ଉପକୃତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman becomes pregnant after 18 years through AI Star Method | Argus News